ଦେଶ

ଘରେ ପାଳିଥିବା ୨କୁକୁର ଦ୍ବାରା ଆକ୍ରମଣର ଶିକାର ହେଲେ ଅଷ୍ଟ୍ରେଲୀୟ ମହିଳା – Ibnodisha

[ad_1]

ନୂଆଦିଲ୍ଲୀ: ଘରେ ପାଳିଥିବା ୨କୁକୁର ଦ୍ବାରା ଆକ୍ରମଣର ଶିକାର ହେଲେ ଅଷ୍ଟ୍ରେଲୀୟ ମହିଳା। ନିକିତା ପିଲ୍ ନାମକ ଜଣେ ମହିଳା ୨ଟି ରୋଟ୍ଟୱେଇଲର ପ୍ରଜାତିର କୁକୁରକୁ ପାଳିଥିଲେ। ହେଲେ ତାଙ୍କୁ ଜଣାନଥିଲା ଦିନେ ସେ ନିଜ ପୋଷା କୁକୁର ଦ୍ବାରା ଆକ୍ରମଣର ଶିକାର ହେବେ। ଏବେ କୁକୁରମାନଙ୍କ ଆକ୍ରମଣ ପରେ ନିକିତା ଡାକ୍ତରଖାନା‌ରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

୨କୁକୁରଙ୍କ ନାମ ବ୍ରୋନକ୍ସ ଏବଂ ହାରଲେମ୍ ବୋଲି ଜଣାପଡ଼ିଥିବା ବେଳେ କ’ଣ ପାଇଁ ୨କୁକୁର ନିକିତାଙ୍କୁ ଆକ୍ରମଣ କଲେ, ତାହାର ପ୍ରକୃତ କାରଣ ଜଣାପଡ଼ିନାହିଁ। ନିକିତାଙ୍କ ପଡ଼ୋଶୀଙ୍କ କହିବା ମୁତାବକ, ନିକିତାଙ୍କ ଶରୀରରେ କାମୁଡା କ୍ଷତ ଥିବା ସହ ଅଧିକ ରକ୍ତ ବୋହିଛି। ସେ ଜୀବନ ବଞ୍ଚାଇବା ପାଇଁ ସାହାଯ୍ୟ ମାଗିଥିଲେ ବି ମୁଁ କିଛି କରିପାରିନଥିଲି। କୁକୁରମାନଙ୍କୁ ଘଉଡାଇବା ପାଇଁ ମୋ ପାଖରେ କେବଳ ବ୍ୟାଟ ଥିଲା। ହେଲେ ବ୍ୟାଟ ସାହାଯ୍ୟରେ ମୁଁ ୨ଟି କୁକୁରଙ୍କୁ ଘଉଡାଇପାରିନଥିଲି। ବାଧ୍ୟ ହୋଇ ମୋତେ ପୁଲିସକୁ ଡାକିବାକୁ ପଡ଼ିଥିଲା। ପୁଲିସ ଆସିବା ବେଳକୁ ନିକିତା ଅଚେତ ହୋଇସାରିଥିଲେ। ଏବେ ତାଙ୍କ ଅବସ୍ଥା ଗୁରୁତର ରହିଛି।

ndtv

ନିକିତାଙ୍କୁ ଗୋଟିଏ କୁକୁର ଦେଇଥିବା ବ୍ରିଡରଙ୍କ କହିବା ମୁତାବକ, ରୋଟ୍ଟୱେଇଲର ପ୍ରଜାତିର କୁକୁର କେବେ ବି ବିନା କାରଣରେ କାହାକୁ ଏଭଳି ଆକ୍ରମଣ କରିପାରିବେ ନାହିଁ। ନିଶ୍ଚିତ ଭାବରେ କିଛି ହୋଇଥିବ। ଏମିତି ବି ହୋଇଥାଇପ‌ାରେ ଯେ, ୨କୁକୁରଙ୍କ ମଧ୍ୟରେ ଝଗଡ଼ା ହେବା ଦେଖି ନିକିତା ସମାଧାନ କରିବାକୁ ଆସିବା ପରେ ରାଗରେ ସେମାନେ ତାଙ୍କୁ ଆକ୍ରମଣ କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button