‘ୟୁପିଏ’ ନାଁଟି ଠିକ୍ ଥିଲା, ପୁଣି କାହିଁକି ନାଁ ବଦଳାଇଲ ? ବିରୋଧୀଙ୍କୁ ଅମିତ ଶାହାଙ୍କ ପ୍ରଶ୍ନ – Ibnodisha
[ad_1]
ନୂଆଦିଲ୍ଲୀ: ମଣିପୁର ହିଂସା ସଂପର୍କରେ ଗୃହରେ ବୟାନ ଦେଇ କେନ୍ଦ୍ର ଗୃହମନ୍ତ୍ରୀ ବିରୋଧୀ ଦଳମାନଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଯେ ହିଂସାକୁ କେହି ସମର୍ଥନ କରନ୍ତି ନାହିଁ। ଯେଉଁ ଘଟଣା ଘଟିଛି ତାହା ଲଜ୍ଜାଜନକ। ଏହାକୁ ରାଜନୀତୀକରଣ କରିବା ଆହୁରି ଲଜ୍ଜାଜନକ। ମଣିପୁର ପ୍ରସଙ୍ଗରେ ସରକାର ଆଲୋଚନା କରିବାକୁ ଚାହୁଁନାହାନ୍ତି ବୋଲି ଏକ ଭୁଲ ଧାରଣା ସୃଷ୍ଟି ହୋଇଛି। ମୁଁ ବାଚସ୍ପତିଙ୍କୁ ଚିଠି ଲେଖିଥିଲି। କିନ୍ତୁ ବିରୋଧୀ ଆଲୋଚନା ଚାହୁଁନଥିଲେ। ସେମାନେ ଗୃହମନ୍ତ୍ରୀଙ୍କୁ ବି କହିବାକୁ ଦେବାକୁ ଚାହୁଁନାହାନ୍ତି ।
ବିରୋଧୀ ‘ଇଣ୍ଡିଆ’ ମେଣ୍ଟକୁ ମଧ୍ୟ ସେ କଡ଼ା ସମାଲୋଚନା କରିଛନ୍ତି। ୟୁପିଏ ଠିକ୍ ନାମ ଥିଲା ଓ ୧୦ ବର୍ଷ କ୍ଷମତାରେ ଥିଲା । ପୁଣି କାହିଁକି ନା ବଦଳାଇବାକୁ ପଡ଼ିଲା । ଆପଣଙ୍କୁ କହିରଖୁଛୁ- ୟୁପିଏ ନାଁରେ ୧୨ ଲକ୍ଷ କୋଟିରୁ ଅଧିକ ଟଙ୍କାର ଦୁର୍ନୀତି ଥିଲା, ଏହା କିପରି ବଜାରକୁ ଆସିପାରିଥାନ୍ତା ? ଏକ ଦେବାଳିଆ ହୋଇଥିବା କମ୍ପାନୀ ମଧ୍ୟ ନାମ ପରିବର୍ତ୍ତନ କରିଥାଏ । ସେମାନେ ନିଜ ନାମ ବଦଳାଇଛନ୍ତି, ସେମାନଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନଥିଲା। ଆମକୁ କୌଣସି ନାମ ପରିବର୍ତ୍ତନ କରିବାର ଆବଶ୍ୟକତା ନାହିଁ କାରଣ ଅଟଳ ସରକାର ଏବଂ ଗତ ୯ ବର୍ଷ ମଧ୍ୟରେ ଏପରି କିଛି କରିନାହାଁନ୍ତି ଯାହା ଆମକୁ ମୁଣ୍ଡ ନୁଆଁଇବାକୁ ବାଧ୍ୟ କରିବ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ମଣିପୁରରେ ହିଂସା ଆରମ୍ଭ ହେବା ପରେ ପରେ ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଗାତାର ଏ ନେଇ ଖବର ରଖୁଛନ୍ତି ଓ ଆବଶ୍ୟକ ପଦକ୍ଷେପ ନେଉଛନ୍ତି ।
[ad_2]