ମନୋରଞ୍ଜନ

ପ୍ରଥମ ରିଭ୍ୟୁ: ଗଦର-୨ ଦେଖିବା ପରେ ଭାରତୀୟ ଯବାନ ଦେଲେ ଏଭଳି ପ୍ରତିକ୍ରିୟା – Ibnodisha

[ad_1]

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ ‘ଗଦର-୨’ର ରିଲିଜ୍ ତାରିଖ ପାଖେଇ ଆସୁଛି। ଏଥିପାଇଁ ଅଗ୍ରିମ ବୁକିଂ ବି ଆରମ୍ଭ ହୋଇସାରିଛି। ବଲିଉଡ ଅଭିନେତା ସନ୍ନି ଦେଓଲ ଏବଂ ଅଭିନେତ୍ରୀ ଅମିଷା ପଟେଲଙ୍କ ଅଭିନୀତ ଚଳଚ୍ଚିତ୍ର ‘ଗଦର ଏକ ପ୍ରେମ କଥା’ ବଲିଉଡର ଏକ ଆଇକନିକ୍ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ। ୨୨ବର୍ଷ ପରେ, ଫିଲ୍ମର ସିକ୍ୱେଲ ନିର୍ମାଣ ହୋଇଥିବା ସହ ଅଗଷ୍ଟ ୧୧ରେ ‌ଏହା ରିଲିଜ ହେବାକୁ ଯାଉଛି। ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଏହାର ସ୍ୱତନ୍ତ୍ର ସ୍କ୍ରିନିଂ ଭାରତୀୟ ସେନା ପାଇଁ ରଖାଯାଇଥିଲା। ଫିଲ୍ମଟି ଦେଖିବ‌ା ପରେ ଭାରତୀୟ ସେନାର ଯବାନମାନେ କିଭଳି ପ୍ରତିକ୍ରିୟା ଦେଇଥିଲେ, ତାହା ସାମ୍ନାକୁ ଆସିଛି।

ଭାରତୀୟ ସେନା ମଙ୍ଗଳବାର ଦିନ ଦିଲ୍ଲୀରେ ‘ଗଦର ୨’ ଦେଖିବାର ସୁଯୋଗ ପାଇଥିଲେ। ପରିବାର ସହିତ ଫିଲ୍ମ ଦେଖିବା ପରେ ଦେଶର ଯବାନମାନେ ଏହାର ପ୍ରଥମ ରିଭ୍ୟୁ ଦେଇଥିଲେ। ବଲିଉଡ ହଙ୍ଗାମା ରିପୋର୍ଟ ଅନୁଯାୟୀ, ‘ଗଦର ୨’ର କାହାଣୀ ଭାରତୀୟ ସେନାର ଆଖିରେ ଲୁହ ଆଣି ଦେଇଥିଲା। ଫିଲ୍ମ ଦେଖିବା ପରେ ଯବାନମାନେ ହିନ୍ଦୁସ୍ତାନ ଜିନ୍ଦାବାଦ କହିବା ଆରମ୍ଭ କରିଥିଲେ। ଯବାନମାନେ ‘ଗଦର ଏକ ପ୍ରେମ କଥା’ ଅପେକ୍ଷା ‘ଗଦର ୨’ କୁ ଅଧିକ ପସନ୍ଦ କରିଥିଲେ ବୋଲି ଜଣାପଡ଼ିଛି। ସେମାନେ ସନ୍ନି ଦେଓଲ, ଅମିଷା ପଟେଲ ଏବଂ ଉତ୍କର୍ଷ ଶର୍ମାଙ୍କ ଅଭିନୟକୁ ମଧ୍ୟ ପ୍ରଶଂସା କରିଥିଲେ।

ଯବାନମାନେ ଫିଲ୍ମକୁ ନେଇ ଭଲ ପ୍ରତିକ୍ରିୟା ଦେଇଥିବା ବେଳେ ଦର୍ଶକଙ୍କ ପ୍ରତିକ୍ରିୟା କିଭଳି ରହିବ, ତାହା ଦେଖିବାକୁ ବାକି ରହିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button