ମନୋରଞ୍ଜନ

ଭାଇ ବିଷୟରେ ରିୟାଙ୍କ ମୁହଁରୁ ଏଭଳି କଥା ଶୁଣି କଡ଼ା ଜବାବ ଦେଲେ ସୁଶାନ୍ତଙ୍କ ଭଉଣୀ – Ibnodisha

[ad_1]

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ କିଛିଦିନ ହେବ ଚର୍ଚ୍ଚ‌ାର ପରିସରକୁ ଆସିଛନ୍ତି। ସେ ନିକଟରେ ସୁଶାନ୍ତଙ୍କୁ ମନେ ପକାଇଛନ୍ତି। ଏନେଇ ସେ ପିନ୍ଧିଥିବା ସାର୍ଟରୁ ସ୍ପଷ୍ଟ ଭାବେ ବାରି ହୋଇପଡ଼ୁଥିଲା।

ରିୟା ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ସୁଶାନ୍ତଙ୍କୁ ନେଇ ଏମିତି କିଛି କଥା କହିଥିଲେ ଯାହାକୁ ଶୁଣିବା ପରେ ଅଭିନେତାଙ୍କ ଭଉଣୀ ଖପ୍ପା ହୋଇଯାଇଛନ୍ତି। ସେ ରିୟାଙ୍କ ଏଭଳି ବୟାନର କଡ଼ା ଜବାବ ଦେଇଛନ୍ତି।

ସାକ୍ଷାତକାରରେ ରିୟା ସୁଶାନ୍ତଙ୍କ ମୃତ୍ୟୁକୁ ନେଇ କହିଥିଲେ, ‘ସୁଶାନ୍ତ ମାନସିକ ଭାବେ ଅସୁସ୍ଥ ହୋଇ ପଡ଼ିଥିଲେ। ସେ କେଉଁ ଭଳି ପରିସ୍ଥିତି ଦେଇ ଗତି କରୁଥଇଷଳ ମୁଁ ଜାଣିଥିଲି।’

ରିୟାଙ୍କ ଏଭଳି ବୟାନ ପରେ ସୁଶାନ୍ତଙ୍କ ଭଉଣୀ ଶ୍ବେତା ସିଂହ କୀର୍ତ୍ତି ଏକ ପୋଷ୍ଟ ସେୟାର କରିଥିଲେ। ଶ୍ବେତା କାହାରି ନାମ ନନେଇ ରିୟାଙ୍କୁ କଡ଼ା ଜବାବ ଦେଇଛନ୍ତି। ‌‌ଶ୍ବେତା କିଛି ପୁରୁଣା ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ ଯେଉଁ ବ୍ୟକ୍ତି ଏଦୁନିଆରେ ନାହିଁ ତାକୁ ଦୋଷ ଦେଇ କି ଲାଭ। କାରଣ ଉକ୍ତ ବ୍ୟକ୍ତି ଜଣକ ଏବେ ନା ଆସି  ପାରିବ ନା କିଛି କହି ପାରିବ। ମୋତେ ଆଶ୍ଚର୍ଯ୍ୟ ଲାଗୁଛି କି ଆପଣ ଆପଣଙ୍କ ଅନ୍ତରଆତ୍ମାକୁ  କ’ଣ ଉତ୍ତର ଦେବେ। ମୋର ଭାଇର ହୃଦୟ ସଫା। ସେ ଲକ୍ଷଲକ୍ଷ ଲୋକଙ୍କ ମନରେ ଅଛି। ତେଣୁ ଆମମାନଙ୍କୁ ସାମ୍ନାକୁ ଆସି କିଛି କହିବାର କୌଣସି ଆବଶ୍ୟକ ନାହିଁ। କାରଣ ବାସ୍ତବତା କ’ଣ ତାହା ଲୋକେ ବେଶ ଭଲଭାବେ ଜାଣିଛନ୍ତି।’



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button