ମନୋରଞ୍ଜନ

ଭାତ ବଳକା ରହିଯାଇଛି କି ? ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ‘ରାଇସ୍‌ ବଲ୍‌’

ଆପଣ ଯେତେ ବି ମାପିଚୁପି ଭାତ ରାନ୍ଧନ୍ତୁ ନା କାହିଁକି ନିଶ୍ଚିତ ଭାବେ ଭାତ ବଳକା ରହିଯାଏ। ଯାହାକୁ ନେଇ ଆପଣ ଫିଙ୍ଗିଦିଅନ୍ତି। କିନ୍ତୁ ଆଜି ଆପଣଙ୍କୁ ଏହି ବଳକା ଭାତରୁ କିପରି ଏକ ସ୍ୱାଦିଷ୍ଟ ବ୍ୟଞ୍ଜନ ତିଆରି କରିପାରିବେ ତାହା ଆମେ ଜଣାଇବୁ।

ଆବଶ୍ୟକ ସାମଗ୍ରୀ :

ଏକ ଚାମଚ ଲହୁଣୀ
୧ କପ ଭାତ
ଲୁଣ ଏବଂ ଗୋଲମରିଚ ଗୁଣ୍ଡ
୫ ଅଣ୍ଡା
୧ ଛୋଟ ପିଆଜ
୪ ପାଖୁଡା ରସୁଣ
୫ ବଡ ଚାମଚ ମିଠା ତୁଳସୀ ପତ୍ର
୨ ବଡ ଚାମଚ ଟମାଟର ପେଷ୍ଟ
୪ ଚାମଚ ଟମାଟର ସସ୍‌
୧ କପ୍‌ ଚିନି
୧ କପ୍‌ ତାଜା ମଟର

ପ୍ରସ୍ତୁତି ପ୍ରଣାଳୀ :

22

ଏକ ବଡ ପାତ୍ରରେ ଲହୁଣୀ ପକାଇବା ପରେ ଭାତ, ସ୍ୱାଦନୁସାରେ ଲୁଣ, ଗୋଲମରିଚ ଗୁଣ୍ଡ ପକାଇ ଅଣ୍ଡା ପକାଇ ମିଶାଇ ଦିଅନ୍ତୁ। ଏବେ ଏକ ବଡ ତାଓ୍ଵାରେ ତେଲ, ସସ୍‌, ପିଆଜ ଏବଂ କଟା ହୋଇଥିବା ରସୁଣ ପକାଇ ଅଳ୍ପ ସମୟ ଭାଜନ୍ତୁ। ଏଥିରେ ଏବେ ତୁଳସୀ ପତ୍ର, ଟମାଟର ପେଷ୍ଟ, ଟମାଟର ସସ୍‌, ପାଣି ଏବଂ ଚିନି ମିଶାନ୍ତୁ। ଏହା ଟିକେ ଫୁଟିଆସିଲେ ଏଥିରେ ମଟର ପକାଇ ଦିଅନ୍ତୁ। ସ୍ୱାଦ ପାଇଁ ଏଥିରେ ଲୁଣ ଏବଂ ଗୋଲମରିଚ ଗୁଣ୍ଡ ପକାଇ ଦିଅନ୍ତୁ। ଏବେ ହାତରେ ପୂର୍ବରୁ ପ୍ରସ୍ତୁତ କରିଥିବା ଭାତର ଦୁଇ ଚାମଚ ନେଇ ଗୋଲ ଆକାର ଦିଅନ୍ତୁ। ଏହାକୁ ଅଣ୍ଡାରେ ବୁଡାଇ ଡିପ୍‌ ଫ୍ରାଏ କରନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ‘ରାଇସ୍‌ ବଲ୍‌’।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button