IBN ଓଡ଼ିଶା ବ୍ୟୁରୋ

ମଦ ନ ପିଇ ମଧ୍ୟ ହେଉଛି ଏହି ଗମ୍ଭୀର ରୋଗ, ଯାହା ଦେଖିବା ପରେ ଡାକ୍ତରମାନେ ହୋଇଗଲେ ଆଶ୍ଚର୍ଯ୍ୟ

ଶରୀରରେ ଦେଖାଯାଉଥିବା ରୋଗ ହିଁ ବ୍ୟକ୍ତିଙ୍କ ପେଟ ଭିତରେ ଆଲକହଲ ତିଆରି କରିଥାଏ। ଏହି କଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ବିଲକୁଲ୍ ସତ। ନ୍ୟୁୟର୍କର ମେଡିକାଲ ୟୁନିଭରସିଟିରେ ହୋଇଥିବା ଅଧ୍ୟୟନରେ ଏହି କଥା ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ ଏହି ଅଧ୍ୟୟନରେ ଯୋଗ ଦେଇଥିବା ଡାକ୍ତରମାନଙ୍କ କହିବା ଅନୁଯାୟୀ ବ୍ୟକ୍ତିଙ୍କ ଶରୀରରେ ଗୋଟିଏ ଫଙ୍ଗସ୍ ରହିଥାଏ, ଯାହା କାର୍ବୋହାଇଡ୍ରେଡ୍‌କୁ ଆଲକହଲରେ ପରିଣତ କରିଥାଏ। ଏହି କାରଣରୁ ବିନା ଆଲକହଲରେ ସେବନରେ ହିଁ ପେଟରେ ଆଲକହଲ ତିଆରି ହୋଇଯାଇଥାଏ। ଏହା ସତ୍ୟ ବୋଲି ସେତେବେଳେ ପ୍ରମାଣିତ ହୋଇଥିଲା, ଯେତେବେଳେ ଜଣେ ବ୍ୟକ୍ତିଙ୍କ ପେଟରୁ ବିନା ଆଲକହଲ ସେବନରେ ହିଁ ଆଲକହଲ ବାହାର କରାଯାଇଥିଲା।

alcoholଜାଣନ୍ତୁ କଣ ଥିଲା ପୁରା ଘଟଣା:

ଆମେରିକାରେ ରହୁଥିବା ୪୬ ବର୍ଷର ବ୍ୟକ୍ତିଙ୍କୁ ପୋଲିସ୍ ୨୦୧୪ ରେ ମଦ ପିଇ ଗାଡି ଚଲାଉଥିବା ଘଟଣାରେ ଗିରଫ କରି ଜରିମନା ଲଗାଇଥିଲେ। କିନ୍ତୁ ବ୍ୟକ୍ତିଜଣକଙ୍କ କହିବା ଅନୁଯାୟୀ ସେ ମଦ ପିଇନାହାନ୍ତି ବୋଲି ପୋଲିସକୁ କହିଥିଲେ। ଏହାପରେ ଡାକ୍ତର ଯାଞ୍ଚ କରିବାରୁ ବ୍ୟକ୍ତି ଜଣକ ମଦ ପିଇନଥିବା ଜଣା ପଡିଥିଲା କିନ୍ତୁ ଶରୀରରେ ଆଲକହଲ୍ ରହିଥିଲା। ଏହାପରେ ସେହି ବ୍ୟକ୍ତିଙ୍କ ପେଟରେ ଥିବା ଆଲକହଲ୍ ଉପରେ ଅଧ୍ୟୟନ କରାଯାଇଥିଲା।

ନ୍ୟୁୟର୍କ ସ୍ଥିତ ରିଚମଣ୍ଡ ମେଡିକାଲ ସେଣ୍ଟର ଏହି ଘଟଣା ସମ୍ପର୍କରେ ଅଧ୍ୟୟନ କରିବା ପରେ ଯେଉଁ କଥା ସାମ୍ନାକୁ ଆସିଥିଲା ତାହା ଡାକ୍ତରମାନଙ୍କୁ ମଧ୍ୟ ଆଶ୍ଚର‌୍ୟ୍ୟ କରିଦେଇଥିଲା। ବାସ୍ତବରେ ଅଧ୍ୟୟନରୁ ଜାଣିବାକୁ ମିଳିଥିଲା ସେହି ବ୍ୟକ୍ତି ଜଣକ ଆଟୋ ବ୍ରେଓ୍ଵରୀ ସିଡ୍ରୋମ ନାମକ ରୋଗରେ ପିଡୀତ। ଏହି ରୋଗ କାରଣରୁ ଆଲକହଲ ସେବନ ନକଲେ ମଧ୍ୟ ଶରୀରରେ ଆଲକହଲ ତିଆରି ହୋଇଯାଇଥାଏ।

bottleଏହି ଅଧ୍ୟୟନ ସହ ଜଡିତ ଥିବା ବିଶେଷଜ୍ଞମାନେ ମଧ୍ୟ ଏହି ରୋଗକୁ ଦୁର୍ଲଭ ବୋଲି କହିଛନ୍ତି। ଡାକ୍ତର ବାରବରା କାର୍ଡେଲଙ୍କ କହିବା ଅନୁଯାୟୀ ଏହି ରୋଗ ଗତ ୩୦ ବର୍ଷ ମଧ୍ୟରେ କେବଳ ୫ଟି ଲୋକଙ୍କୁ ହୋଇଛି। ଏହି ରୋଗରେ ଗୋଟିଏ ଫଙ୍ଗସ୍ କାର୍ବୋହାଇଡ୍ରେଡକୁ ଆଲକହଲରେ ବଦଳାଇଥାଏ। ଏହିକାରଣରୁ ବ୍ୟକ୍ତିର ଶରୀରରେ ଆଲକହଲର ମାତ୍ରା ବଢିଯାଇଥାଏ।

ରିପୋର୍ଟ ଅନୁଯାୟୀ ଯେଉଁ ବ୍ୟକ୍ତିଙ୍କ ଶରୀରରେ ବିନା ମଦ୍ୟ ପାନ କରି ଆଲକହଲ ମିଳିଥିଲା ସେହି ବ୍ୟକ୍ତି ଜଣକ ୨୦୧୧ ମସିହାରେ ଏହି ଘଟଣାର ସିକାର ହୋଇଥିଲେ। ଏହାପରେ ସେହି ବ୍ୟକ୍ତିଜଣକ ଆଣ୍ଟିବାୟୋଟିକ୍ସ ନେବା ଆରମ୍ଭ କରିଥିଲେ ଏବଂ ତାଙ୍କୁ ଆଣ୍ଟୋ ବ୍ରେବରୀ ସିଡ୍ରୋମ ତାଙ୍କ ଶରୀରରେ ଦୃଢଭାବେ ରହିଥିଲା। ଏହିକାରଣରୁ ବ୍ୟକ୍ତି ଜଣକ ପ୍ରତ୍ୟେକ ଥର ଶ୍ୱାସ ପ୍ରକ୍ରିୟାରେ ମଦ ନିଶାରେ ଥିବାର ଦେଖାଯାଇଥାନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button