IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଭାଇଦୁଜ ପର୍ବରେ ଘରେ ପ୍ରସ୍ତୁତ କରନ୍ତୁ ଏହି ବର୍ଫି, ଦଶ ମିନିଟ୍‌ରେ ହୋଇଯିବ ପ୍ରସ୍ତୁତ

ଦୀପାବଳିର ଗୋଟେ ଦିନ ପରେ ଭାଇଦୁଜ ପର୍ବ ପାଳନ କରାଯାଏ। ଏହା ରାକ୍ଷୀ ପୂର୍ଣ୍ଣମି ଭଳି ଭାଇ ଭଉଣୀଙ୍କ ମଧ୍ୟରେ ଏକ ପବିତ୍ର ସମ୍ପର୍କ। ଆପଣମାନେ ତ ବଜାରରୁ ସବୁବେଳେ ବର୍ଫି କିଣି ଖାଉଥିବେ କିନ୍ତୁ କ’ଣ କେବେ ଘରେ ପ୍ରସ୍ତୁତ କରିଛନ୍ତି କି ମଲାଇ ବର୍ଫି। ଏହି ସ୍ୱତନ୍ତ୍ର ଦିନରେ ନିଜ ହାତରେ ଭାଇକୁ ଖୁସି କରିବା ପାଇଁ ପ୍ରସ୍ତୁତ କରନ୍ତୁ ମଲାଇ ବର୍ଫି। ଆସନ୍ତୁ ଜାଣିନେବା କିପରି ପ୍ରସ୍ତୁତ କରିବେ ମଲାଇ ବର୍ଫି।

ଆବଶ୍ୟକ ସାମଗ୍ରୀ :

୪ କପ୍‌ ଗୁଣ୍ଡ ହୋଇଥିବା ଖୁଆ

୨ ବଡ ଚାମଚ ଘିଅ

୧/୨ କପ୍‌ କ୍ଷୀର

୧/୪ ଫିଟକିରୀ ପାଉଡର

୧ କପ୍‌ ଚିନି

ପେସ୍ତା ଏବଂ କଟା ବାଦାମ

ପ୍ରସ୍ତୁତି ପ୍ରଣାଳୀ :

ମଲାଇ ବର୍ଫି ପ୍ରସ୍ତୁତ କରିବା ପାଇଁ ପ୍ରଥମେ ପ୍ୟାନରେ କ୍ଷୀର ଏବଂ ଖୁଆ ପକାଇ ଅଳ୍ପ ଆଞ୍ଚରେ ୫ ମିନିଟ ପର୍ଯ୍ୟନ୍ତ ଘାଣ୍ଟନ୍ତୁ। ଏହି ସମୟରେ ବାରମ୍ବାର ମିଶ୍ରଣକୁ ଖଡିକାରେ ହଲାଇବେ ନଚେତ ତଳେ ଲାଗିଯିବାର ସମ୍ଭାବନା ଥାଏ। ଏବେ ଏଥିରେ ଫିଟକିରୀ ପାଉଡର ପକାଇ ଭଲ ଭାବେ ଘାଣ୍ଟି ଦିଅନ୍ତୁ। ଏବେ ଏଥିରେ ଚିନି ପକାଇ ଆଉ କିଛି ସମୟ ଘାଣ୍ଟନ୍ତୁ।

11

ତା’ ପରେ ଏକ ଆଲୁମିନୟମ ପାତ୍ରରେ ଅଳ୍ପ ଘିଅ ଲଗାଇ ସେଥିରେ କଟା ହୋଇଥିବା ପେସ୍ତା ଓ ବାଦାମ ପକାଇ ଦିଅନ୍ତୁ। ଏବେ ଏହି ବକ୍ସକୁ ମିଶ୍ରଣକୁ କାଢିଦିଅନ୍ତୁ। ଏହି ମିଶ୍ରଣକୁ ଭଲ ଭାବେ ଥଣ୍ଡା ଏବଂ ପାତ୍ରରେ ସେଟ୍‌ ହେବା ପାଇଁ ଛାଡିଦିଅନ୍ତୁ। ଭଲଭାବେ ଥଣ୍ଡା ହୋଇଯିବା ପରେ ଛୁରୀ ସାହାଯ୍ୟରେ ଛୋଟ ଛୋଟ କରି କାଟି ଦିଅନ୍ତୁ। ଏବେ ପ୍ରସ୍ତୁତ ଆପଣଙ୍କ ମଲାଇ ବର୍ଫି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button