IBN ଓଡ଼ିଶା ଏକ୍ସକ୍ଲୁସିଭ୍

କାହିଁକି ଶନିବାର ଏବଂ ମଙ୍ଗଳବାର ଦିନ କେଶ କାଟିବାକୁ କରାଯାଏ ବାରଣ, ଏହା ପଛରେ ରହିଛି ବହୁତ ବଡ କାରଣ

ଘରର ବଡ ଲୋକମାନେ ସବୁବେଳେ ଶନିବାର ଏବଂ ମଙ୍ଗଳବାରରେ କେଶ କାଟିବାକୁ ବାରଣ କରିଥାନ୍ତି। କିନ୍ତୁ ଏମିତି କହିବାର କାରଣ ପଛରେ ରହିଛି ଅନେକ ଗୁରୁତ୍ୱପୂର୍ଣ୍ଣ ରହସ୍ୟ। କୁହାଯାଏ ଯେ ସପ୍ତାହରେ ଏମିତି କିଛି ଦିନ ରହିଛି ଯେଉଁ ଦିନରେ ଗ୍ରହ ମାନଙ୍କ ଠାରୁ ବିଶେଷ ପ୍ରକାରର କିରଣ ବାହାରିଥାଏ। ଏହି କିରଣ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ହାନିକାରକ ହୋଇଥାଏ।

ସାଇଣ୍ଟିଫିକ୍ କାରଣ ଅନୁଯାୟୀ ଆମ ଶରୀରର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଭାଗ ହେଉଛି ମସ୍ତିଷ୍କ। ମସ୍ତିଷ୍କ ମୁଣ୍ଡରେ ରହିଥାଏ। ମୁଣ୍ଡର ମଧ୍ୟ ଭାଗରେ ଅତି ସମ୍ବେଦନଶୀଳ ଏବଂ ବହୁତ କୋମଳ ଭାବରେ ଏହା ରହିଥାଏ, ମସ୍ତିଷ୍କର ସୁରକ୍ଷା କେଶ ଦ୍ୱାରା ହୋଇଥାଏ। ଯଦି ଶନିବାର, ମଙ୍ଗଳବାର ଏବଂ ଗୁରୁବାର ଗ୍ରହଙ୍କ ଠାରୁ ବାହାରୁଥିବା କିରଣ ସତ ହୋଇଥାଏ ତେବେ ସେହି ଦିନରେ କେଶ କାଟିବା ଉଚିତ ନୁହେଁ କାରଣ ଏହାର ସିଧା ପ୍ରଭାବ ଆମ ମୁଣ୍ଡ ଉପରେ ପଡିଥାଏ। ଏହାର ଫଳସ୍ୱରୂପ ଆମ ମସ୍ତିଷ୍କରେ ମଧ୍ୟ ଏହା ପ୍ରଭାବିତ ହୋଇଥାଏ। ଏହି କାରଣାରୁ ଏହି ଦିନ ମାନଙ୍କରେ କେଶ କାଟିବାକୁ ବାରଣ କରାଯାଇଥାଏ।

hairଶାସ୍ତ୍ର ଅନୁଯାୟୀ ମଙ୍ଗଳବାର ଦିନ କେଶ କାଟିଲେ ଆମର ଆୟୁଷ ଆଠ ମାସ କମିଯାଇଥାଏ। ଜ୍ୟୋତିଷ ଅନୁଯାୟୀ ମଙ୍ଗଳବାର ଦିନ ମଙ୍ଗଳ ଗ୍ରହଙ୍କର ଦିନ ହୋଇଥାଏ। ଶରୀରରେ ମଙ୍ଗଳର ନିବାସ ଆମ ରକ୍ତରେ ହୋଇଥାଏ ଏବଂ ରକ୍ତର ଉତ୍ପତ୍ତି ହୋଇଥାଏ। ଏହି ଦିନରେ କେଶ କାଟିଲେ ରକ୍ତ ବିକାର ହେବାର ସମ୍ଭାବନା ବଢ଼ିଯାଇଥାଏ।

ଗୁରୁବାର ଦିନ ଧନର କାରକ ବୃହଷ୍ପତିଙ୍କ ଦିନ ବୋଲି କୁହାଯାଏ। ବୃହଷ୍ପତି ସନ୍ତାନ ଏବଂ ଜ୍ଞାନର ମଧ୍ୟ କାରକକ ଗ୍ରହ। ଏହି ଦିନରେ କେଶ କାଟିଲେ ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହେବା ସହିତ ଧନର ଅଭାବ, ସନ୍ତାନ କଷ୍ଟ ଏବଂ ଜ୍ଞାନ କ୍ଷୀଣ ହେବାର ଆଶଙ୍କା ଥାଏ।

ଶନିବାର ଶନି ଗ୍ରହଙ୍କ ଦିନ।। ଶନି ଆୟୁଷ ଏବଂ ମୃତ୍ୟୁ ଦେଉଥିବା ଗ୍ରହ ଅଟନ୍ତି। ଶନିଙ୍କର ସମ୍ବନ୍ଧ ଆମ ତ୍ୱଚା ଉପରେ ରହିଥାଏ। ଶନିବାର ଦିନ କେଶ କାଟିଲେ ବହୁତ ଖରାପ ପ୍ରଭାବ ପଡିଥାଏ। ଏଥିପାଇଁ ଏହି ଦିନରେ କେଶ କାଟିବାକୁ ବାରଣ କରାଯାଇଛି। ଆୟୁଷ କମି ଯାଉଥିବା କାରଣରୁ ବଡମାନେ ଏହି ଦିନରେ କେଶ ନ କାଟିବାକୁ ପରାମର୍ଶ କରିଥାନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button