ମନୋରଞ୍ଜନ

South ଇଣ୍ଡଷ୍ଟ୍ରି ର ଫେମସ ଅଭିନେତା ମାନଙ୍କର ଇଏ ହେଉଛି ରିଅଲ ଲାଇଫ ବାପା-ପୁଅ ଯୋଡି

ବନ୍ଧୁଗଣ ଆଜି ବଲିଉଡ ଅନେକ ସଫଳତା ହାସଲ କରି ପାରିଛି ଏବଂ ନିଜର ନାମ କୁ ହଲିଉଡ଼ ପର୍ଯ୍ୟନ୍ତ ମଧ୍ୟ ନେଇ ପାରିଛି। କିନ୍ତୁ ଯେତେବେଳେ ବି ସାଉଥ ସିନେମା ଜଗତ କଥା ଆସେ ସେତେବେଳେ ବଲିଉଡ ମଧ୍ୟ ପଛରେ ରହିଯାଏ।

କାରଣ ସାଉଥ ରେ ଆମକୁ ଲଗାତାର ଏକ ରୁ ଅନେକ ଦମଦାର କଳାକାର ଦେଖିବାକୁ ମିଳୁଛନ୍ତି। ଏବଂ ଅନେକ ଦମଦାର ସିନେମା ମଧ୍ୟ ଦେଖିବାକୁ ମିଳୁଛି। ଏହି କଳାକାର ମାନଙ୍କ ସୁନ୍ଦର ଅଭିନୟ ଯୋଗୁଁ ଏହି ସିନେମା ଗୁଡିକ ସୁପରହିଟ ହୋଇ ପାରୁଛି ଏବଂ ଏହି କଳାକାର ଙ୍କ ନାମ ହିଁ ଯଥେଷ୍ଟ ତାଙ୍କ ପରିଚୟ ପାଇଁ ।

ସେଥିପାଇଁ ଏବେ ହିନ୍ଦୀ ସିନେମା ଓ ବଲିଉଡ ଅଭିନେତା ଓ ଅଭିନେତ୍ରୀ ଅପେକ୍ଷା ସାଉଥ ର ସିନେମା ଓ ସେଠାକାର ଅଭିନେତା ଅଭିନେତ୍ରୀ ବେଶୀ ପସନ୍ଦ କରୁଛନ୍ତି।ତେବେ ଆଜି ଆମେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ବାପା ଓ ପୁଅ ଙ୍କ ଯୋଡି ସମ୍ବନ୍ଧରେ ଆପଣ ମାନଙ୍କୁ କହିବୁ। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧- ବନ୍ଧୁଗଣ ପ୍ରଥମ ବାପା ଓ ପୁଅ ଙ୍କ ଯୋଡ଼ି ହେଉଛି, ‘ନାଗାର୍ଜୁନ ଅକିନେନି’, ‘ନାଗା ଚୈତନ୍ୟ’। ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ‘ଡନ୍ ନମ୍ବର ୱାନ୍’, ‘ୱାନ୍ ମ୍ୟାନ ଆର୍ମୀ’ ଭଳି ସୁପରହିଟ ଫିଲ୍ମ ରେ ଅଭିନୟ କରି ଦର୍ଶକ ମାନଙ୍କ ହୃଦୟକୁ କିଣିଥିବା ଅଭିନେତା ‘ନାଗାର୍ଜୁନ ଅକିନେନି’ ଙ୍କ ପୁତ୍ର ‘ନାଗା ଚୈତନ୍ୟ’ ମଧ୍ୟ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଅନେକ ସୁପରହିଟ ଫିଲ୍ମ ଯଥା ‘ମଜିଲି’, ‘ମନମ’ ଆଦି ରେ ଅଭିନୟ କରି ବେଶ ଲୋକପ୍ରିୟତା ହାସଲ କରିଛନ୍ତି।

୨- ଦ୍ଵିତୀୟ ବାପା ଓ ପୁଅ ଙ୍କ ଯୋଡ଼ି ହେଉଛି, ‘ମହେଶ ବାବୁ’ ଏବଂ ‘କୃଷ୍ନା ଘଟାମନେନି’।ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତା ‘ମହେଶ ବାବୁ’ ଙ୍କୁ ତ ସମସ୍ତେ ଜାଣିଛନ୍ତି।ଏହି ଅଭିନେତା ,ବିଜନେସ ମ୍ୟାନ’, ମହର୍ଷି, ‘ଡୁକୁଡୁ’ ଆଦି ସୁପରହିଟ ଫିଲ୍ମ ରେ ଅଭିନୟ କରି ବେଶ ଲୋକପ୍ରିୟତା ହାସଲ କରିଛନ୍ତି। ଏହି ଅଭିନେତା ଙ୍କ ପିତା ‘କୃଷ୍ନା ଘଟାମନେନି’ ମଧ୍ୟ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଜଣେ ଅଭିନେତା ଅଟନ୍ତି।ତାଙ୍କ ଅଭିନୀତ ଫିଲ୍ମ ମଧ୍ୟରୁ ‘ମୁଗୁରୁ କୋଦୁକୁଲୁରୁ’, ‘ରାମ ରବଟ ରହିମ’, ‘ବାମ୍ସି’ ଭଳି ସୁପରହିଟ ଫିଲ୍ମ ଅନ୍ୟତମ।

୩. ତୃତୀୟ ବାପା ଓ ପୁଅ ଙ୍କ ଯୋଡି ହେଉଛନ୍ତି, ‘ରାମ ପୋଥିନେନି’ ଓ ‘ମୁରଲୀ ପୋଥିନେନି’। ଫିଲ୍ମ ‘ସୁପର ଖିଲାଡ଼ି ୩’ ରେ ନିଜର ଦମଦାମ ଅଭିନୟ ପ୍ରଦର୍ଶନ କରିଥିବା ଅଭିନେତା ‘ରାମ ପୋଥିନେନି’ ଙ୍କ ରିଅଲ ଲାଇଫ ପିତା ଙ୍କ ନାମ ‘ମୁରଲୀ ପୋଥିନେନି’ ଅଟେ। ତାଙ୍କ ପିତା ପେସା ରୁ ଜଣେ ବିଜନେସ ମ୍ୟାନ ଅଟନ୍ତି। ସେ ସର୍ବଦା ଲାଇମ ଲାଇଟ ରୁ ଦୂରରେ ରହିବାକୁ ପସନ୍ଦ କରନ୍ତି। କିନ୍ତୁ ଜଣେ ସେଲିବ୍ରିଟି ଙ୍କ ପିତା ହେବା କାରଣରୁ ତାଙ୍କୁ କେତେକ ସ୍ଥାନରେ ଲାଇମ୍ ଲାଇଟ ରେ ସ୍ପଟ କରାଯାଇଛି।

୪- ଚତୁର୍ଥ ବାପା ଓ ପୁଅ ଯୋଡି ହେଉଛନ୍ତି ‘ପ୍ରକାଶ ରାଜ’ ଓ ‘ମଂଜୁନାଥ’। ‘ପ୍ରକାଶ ରାଜ’ କେବଳ ସାଉଥ ରେ ନୁହେଁ ବରଂ ବଲିଉଡ ରେ ମଧ୍ୟ ନିଜର ଅଭିନୟ ର ଯାଦୁ ଦେଖେଇଛନ୍ତି। ତାଙ୍କର ଦମଦାର ଅଭିନୟ ଲୋକ ମାନଙ୍କୁ ବହୁତ ପସନ୍ଦ ଆସେ। ଏବଂ ତାଙ୍କ ପିତା ମଂଜୁନାଥ ରାଜ ସେ ଲାଇମ ଲାଇଟ ରୁ ବହୁ ଦୂରରେ ରୁହନ୍ତି ଏବଂ ନିଜ ପିତାଙ୍କ ର ସମସ୍ତ ସେବା ସେ ନିଜେ କରୁଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button