ମନୋରଞ୍ଜନ

୧୭ ବର୍ଷ ପରେ ବିଗ୍‌ ବି’-କିଙ୍ଗ୍‌ ଖାଁ ଏକାଠି – Ibnodisha

[ad_1]

ଆଗାମୀ ୭ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଥିବା ବହୁ ପ୍ରତୀକ୍ଷିତ ହିନ୍ଦୀ ସିନେମା ‘ଯବାନ’ ପାଇଁ ଶାହରୁଖ ଖାଁ ବେଶ୍‌ ଉତ୍ସାହିତ ଅଛନ୍ତି। ସେ ବାବଦରେ ନିଜ ଟ୍ବିଟ୍‌ ମାଧ୍ୟମରେ ସେ ପ୍ରଶଂସକ ଓ ସମର୍ଥକମାନଙ୍କୁ ନିୟମିତ ଆମୋଦିତ କରୁଛନ୍ତି, ଅନେକ ମଜାଦାର ପ୍ରଶ୍ନର ରୋଚକ ଉତ୍ତର ମଧ୍ୟ ଦେଇଛନ୍ତି। ଏହି ଅବସରରେ ସେ ଭବିଷ୍ୟତର ଏକ ଯୋଜନା ସମ୍ପର୍କରେ ପର୍ଦ୍ଦାଫାସ କରିଛନ୍ତି। ତାହା ହେଉଛି ସେ ପୁଣି ଥରେ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ସହ ମିଶି କାମ କରିବେ। ଉଲ୍ଲେଖଯୋଗ୍ୟ, ଏକ ସ୍ବତନ୍ତ୍ର ପ୍ରୋଜେକ୍ଟରେ ଏ ଦୁଇ କିଂବଦନ୍ତି ତାରକା ପୁଣି ଥରେ ଏକାଠି ହେବାକୁ ଯାଉଛନ୍ତି ବୋଲି କିଛି ଦିନ ହେଲା ଜୋରସୋର ଚର୍ଚ୍ଚା ହୋଇଆସୁଥିଲା। ଏପରିକି ସେମାନଙ୍କ ଫଟୋ ସମ୍ବଳିତ ଏକ ପ୍ରଚାରପତ୍ର ମଧ୍ୟ ଇଣ୍ଟରନେଟ୍‌ରେ ଘୂରିବୁଲୁଥିଲା। ସେ ବିଷୟରେ ସ୍ପଷ୍ଟ ହେବା ପାଇଁ ପ୍ରଶଂସକମାନେ ଶାହରୁଖଙ୍କ ମୁହଁରୁ ସତ କ’ଣ ଜାଣିବାକୁ ଚାହିଁଥିଲେ। ଉତ୍ତରରେ ଶାହରୁଖ ପ୍ରକାଶ କରିଛନ୍ତି ଯେ ବହୁ ବର୍ଷ ପରେ ବିଗ୍‌‌ ବି’ଙ୍କ ସହ ପୁଣି ଥରେ କାମ କରିବା ଆମୋଦଦାୟକ ନିଶ୍ଚୟ।

ତାଙ୍କ ସହିତ ସୁଟିଂ କରିବା ପରେ ଆଶୀର୍ବାଦ ଓ ପ୍ରେରଣା ନେଇ ଫେରିଛି ବୋଲି ସେ ଉଲ୍ଲେଖ କରିଛନ୍ତି। ସୁଟିଂ ବେଳେ ଅମିତାଭ ତାଙ୍କୁ ଦୌଡ଼ର ପଛରେ ପକାଇଦେଇଛନ୍ତି ବୋଲି ମଧ୍ୟ ଶାହରୁଖ ସ୍ବୀକାର କରିଛନ୍ତି। ଉଲ୍ଲେଖଯୋଗ୍ୟ, ‘କଭି ଖୁସି କଭି ଗମ୍‌’ ଓ ‘ମୋହବତେଁ’ ପରି ସଫଳ ହିନ୍ଦୀ ଫିଲ୍ମରେ କାମ କରିଥିବା ଏହି ତାରକା ଯୋଡ଼ି ଶେଷ ଥର ପାଇଁ ୨୦୦୬ରେ ମୁକ୍ତିଲାଭ କରିଥିବା ‘କଭି ଅଲବିଦା ନା କେହନା’ରେ ଏକାଠି ଦେଖାଦେଇଥିଲେ। ତେଣୁ ଦର୍ଶକମାନେ ଦୀର୍ଘ ୧୭ ବର୍ଷ ପରେ ସେମାନଙ୍କୁ ପୁଣି ଥରେ ଏକାଠି ଦେଖିବାର ସୁଯୋଗ ଲାଭ କରିବେ। ଅବଶ୍ୟ ଉକ୍ତ ଚର୍ଚ୍ଚିତ ପ୍ରୋଜେକ୍ଟ ସମ୍ପର୍କରେ ସବିଶେଷ ସୂଚନା ପ୍ରକାଶ ପାଇ ନାହିଁ। ତାହା ବାସ୍ତବରେ କୌଣସି ବିଜ୍ଞାପନ ନା ଚଳଚ୍ଚିତ୍ର ତାହା ଏଯାଏ ସ୍ପଷ୍ଟ ହୋଇ ନାହିଁ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button