ମୁଁ ବି ସଂଘର୍ଷ ଦେଖିଛି, ଆଗକୁ ଫିଲ୍ମ ନମିଳିଲେ…: ଆଲିଆ ଭଟ୍ଟ – Ibnodisha

[ad_1]

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ଅଭିନେତା ରଣବୀର ସିଂହଙ୍କ ଅଭିନୀତ ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନୀ’ ରିଲିଜ୍ ହେବା ପରେ ବକ୍ସ ଅଫିସରେ ଏହା ଧମାଲ କରିଥିଲା। ଫିଲ୍ମରେ ଆଲିଆ ଓ ରଣବୀରଙ୍କ ଅଭିନୟକୁ ଦର୍ଶକ ପସନ୍ଦ କରିଥିଲେ। କ୍ୟାରିୟର ଆରମ୍ଭରୁ ଆଲିଆଙ୍କୁ ତାଙ୍କ ଅଭିନୟ ପାଇଁ ଟ୍ରୋଲ ହେବାକୁ ପଡ଼ିଥିବା ବେଳେ ଏବେ ସେ ନିଜକୁ ପ୍ରମାଣିତ କରିଛନ୍ତି। ଷ୍ଟାରକିଡ୍ ବୋଲି ସବୁବେଳେ ଟ୍ରୋଲ ହେଉଥିବା ଆଲିଆ ମଧ୍ୟ ତାଙ୍କ ଜୀବନରେ ସଂଘର୍ଷ ଦେଖିଥିବା କହିଛନ୍ତି।
ଏକ ସାକ୍ଷାତକାରରେ ଆଲିଆ ନିଜ ପରିବାର ଓ ତାଙ୍କ ବାପା ମହେଶ ଭଟ୍ଟ କରିଥିବା ସଂଘର୍ଷ ବିଷୟରେ ଜଣାଇଛନ୍ତି। ସେ କହିଛନ୍ତି ଯେ, କିଛି ବର୍ଷ ତଳେ ଆମ ଜୀବନରେ ଏଭଳି ଏକ ସମୟ ଆସିଥିଲା ଯେତେବେଳେ ଆମେ ଆର୍ଥିକ ଅଭାବ ଦେଇ ଗତି କରୁଥିଲୁ। ବାପାଙ୍କର କୌଣସି ଫିଲ୍ମ ହିଟ୍ ହେଉନଥିବାରୁ ସେ ହାର୍ ମାନି ସାରିଥିଲେ। ବିଫଳତା ପାଇଁ ସେ ସବୁବେଳେ ମଦରେ ବୁଡ଼ି ରହୁଥିଲେ। କିଛି ମାସ ଏଭଳି ହେବା ପରେ ବାପା ମଦ ଛାଡ଼ିବାକୁ ନିଷ୍ପତ୍ତି ନେଲେ। ମୋ ବାପା-ମା’ ଆଜି ଯେଉଁଠି ଅଛନ୍ତି, ସେଠି ପହଞ୍ଚିବା ପାଇଁ ତାଙ୍କୁ ବହୁତ କଷ୍ଟ କରିବାକୁ ପଡ଼ିଛି। ମୁଁ ମୋ ମାତାପିତାଙ୍କ ସଂଘର୍ଷ ଦେଖିଛି ଏବଂ ବୁଝିଛି। ପରିସ୍ଥିତି କେତେବେଳେ ବି ବଦଳି ପାରେ ବୋଲି ମୁଁ ଜାଣିଛି। ତେଣୁ କାଲିକୁ ଯଦି ମୋତେ ଫିଲ୍ମ ନମିଳେ ତେବେ ମୁଁ ଅଭିଯୋଗ କରିବି ନାହିଁ।
[ad_2]