ଦେଶ

ଆଡିଲେଡ୍ ଟେଷ୍ଟ୍‌: ଶମାର ଜୋସେଫ୍‌ଙ୍କ ରେକର୍ଡ – Ibnodisha

[ad_1]

ଆଡିଲେଡ୍‌: ଅଷ୍ଟ୍ରେଲିଆ ଓ ୱେଷ୍ଟ୍‌ଇଣ୍ଡିଜ୍ ମଧ୍ୟରେ ଆଡିଲେଡ୍‌ରେ ବୁଧବାର ଠାରୁ ପ୍ରଥମ ଟେଷ୍ଟ୍ ମ୍ୟାଚ୍ ଆରମ୍ଭ ହୋଇଛି । ପ୍ରଥମ ଦିନରେ ୱେଷ୍ଟ୍‌ଇଣ୍ଡିଜ୍ ପ୍ରଥମ ଇନିଂସ୍ ୧୮୮ ରନ୍‌ରେ ସୀମିତ ହୋଇଯାଇଛି । ଇଣ୍ଡିଜ୍ ପକ୍ଷରୁ କେମାର ରୋଚ୍ (୧୭³) ଓ ଶମାର୍ ଜୋସେଫ୍ (୩୬) ୧୦ମ ୱିକେଟ୍ ପାଇଁ ୫୫ ରନ୍ ଯୋଗ କରିଥିଲେ । କର୍କ ମ୍ୟାକେଞ୍ଜି ସର୍ବାଧିକ ୫୦ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କ୍ୟାପ୍‌ଟେନ୍ କ୍ରେଗ୍ ବ୍ରାଥ୍‌ୱେଟ୍ ୧୩, ଚନ୍ଦ୍ରପାଲ୍ ୬, ଆଲିକ୍ ଅଥାନାଜେ ୧୩, କାଭେମ୍ ହଜ୍ ୧୨, ଜଷ୍ଟିନ୍ ଗ୍ରୀଭ୍‌ସ ୫, ଜୋସୁଆ ଡିସିଲ୍‌ଭା ୬, ଆଲ୍‌ଜାରୀ ଯୋସେଫ୍ ୧୪ ଓ ମୋଟି ୧ ରନ୍ କରିଥିଲେ ।

ଅଷ୍ଟ୍ରେଲିଆ ପକ୍ଷରୁ କ୍ୟାପ୍‌ଟେନ୍ ପ୍ୟାଟ୍ କମିନ୍ସ ଓ ଜୋଶ୍ ହେଜଲ୍‌ଉଡ୍ ୪ଟି ଲେଖାଏଁ ୱିକେଟ୍ ହାସଲ କରିଛନ୍ତି । ଏହା ସହିତ ହେଜଲ୍‌ଉଡ୍ ଟେଷ୍ଟ୍ କ୍ରିକେଟ୍‌ରେ ୨୫୦ ୱିକେଟ୍ ପୂରଣ କରିଛନ୍ତି । ପ୍ରଥମ ଦିନର ଖେଳ ଶେଷ ବେଳକୁ ଅଷ୍ଟ୍ରେଲିଆ ୨ ୱିକେଟ୍ ବିନିମୟରେ ୫୯ ରନ୍ କରିଛି । ଉସ୍‌ମାନ୍ ଖ୍ୱାଜା (୩୦) ଏବଂ କାମେରନ୍ ଗ୍ରୀନ୍ (୬) ଅପରାଜିତ ଫେରିଥିଲେ । ପୂର୍ବରୁ  ପ୍ରଥମ ଥର ପାଇଁ ଟେଷ୍ଟ୍ ମ୍ୟାଚ୍‌ରେ ଓପ୍ନିଂ କରିଥିବା ଷ୍ଟିଭ୍ ସ୍ମିଥ୍ ୧୨ ରନ୍ ଏବଂ ମାର୍ନସ୍ ଲାବୁଶେନ୍ ୧୦ ରନ୍‌ରେ ଆଉଟ୍ ହୋଇଥିଲେ । ଉଭୟଙ୍କୁ ଡେବ୍ୟୁ ଟେଷ୍ଟ୍ ଖେଳୁଥିବା ଶମାର୍ ଜୋସେଫ୍ ଆଉଟ୍ କରିଥିଲେ ।

ଟେଷ୍ଟ୍ କ୍ୟାରିୟର୍‌ର ପ୍ରଥମ ବଲ୍‌ରେ ହିଁ ସ୍ମିଥ୍‌ଙ୍କୁ ସ୍ଲିପ୍‌ରେ କ୍ୟାଚ୍ ଆଉଟ୍ କରି ଶମାର ଜୋସେଫ୍ ଇତିହାସ ରଚିଛନ୍ତି । ଡେବ୍ୟୁ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ବଲ୍‌ରେ ୱିକେଟ୍ ନେବାରେ ସେ ୮୫ ବର୍ଷର ପୁରୁଣା ରେକର୍ଡ ସମକକ୍ଷ ହୋଇଛନ୍ତି । ସେହିପରି ଟେଷ୍ଟ୍ ଇତିହାସରେ ଡେବୁ ମ୍ୟାଚ୍‌ର ପ୍ରଥମ ବଲ୍‌ରେ ୱିକେଟ୍ ନେବାରେ ଶମାର ୨୩ତମ ବୋଲର୍ ହୋଇଛନ୍ତି । ତାଙ୍କ ପୂର୍ବରୁ ୨୨ ଜଣ ବୋଲର୍ କ୍ୟାରିୟର୍‌ର ପ୍ରଥମ ବଲ୍‌ରେ ୱିକେଟ୍ ଅକ୍ତିଆର କରିଥିଲେ । ଏହା ପୂର୍ବରୁ ୧୯୩୯ରେ ୱେଷ୍ଟଇଣ୍ଡିଜ୍‌ର ହିଁ ଟ୍ରେରେଲ୍ ଜନ୍‌ସନ୍ ନିଜ ଡେବ୍ୟୁ ଟେଷ୍ଟ୍‌ର ପ୍ରଥମ ବଲ୍‌ରେ ୱିକେଟ୍ ହାସଲ କରିଥିଲେ । ଜନ୍‌ସନ୍ ଇଂଲଣ୍ଡ ବିପକ୍ଷରେ ଏହି କୀର୍ତ୍ତିମାନ କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button