ରାଜ୍ୟ

ରତ୍ନଭଣ୍ଡାର ଚାବି ହଜିବା ମାମଲା; ଜବାବ ଦାଖଲ କରିବାକୁ ମହଲତ ନେଲେ ସରକାର – Ibnodisha

[ad_1]

କଟକ:  ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର  ଚାବି ହଜିବା ଓ ତଦନ୍ତ କମିଶନଙ୍କ ରିପୋର୍ଟ ସାର୍ବଜନୀନ କରିବା ପାଇଁ ରୁଜୁ ମାମଲାରେ ଆଜି ରାଜ୍ୟ ସରକାର ଜବାବ ଦାଖଲ କରିବାକୁ ମହଲତ ନେଇଛନ୍ତି । ମାମଲାର ଶୁଣାଣିବେଳେ ସତ୍ୟପାଠ ଦାଖଲ କରିବା ପାଇଁ ରାଜ୍ୟ ସରକାର ସମୟ ଲୋଡିଥିଲେ । ଅଦାଲତ ଏହାର ଶୁଣାଣ  କରି ରାଜ୍ୟ ସରକାରଙ୍କ ଆବେଦନକୁ ଗ୍ରହଣ କରିଛନ୍ତି ।

ଆବେଦନକାରୀ ଦିଲ୍ଲୀପ୍ ବରାଳଙ୍କ ପକ୍ଷରୁ ଆଗତ ଆବେଦନର ଶୁଣାଣି କରି ହାଇକୋର୍ଟ ଉପରୋକ୍ତ ଆଦେଶ ପ୍ରଦାନ କରିଛନ୍ତି । ପୂର୍ବରୁ ମାମଲାର ଶୁଣାଣି କରି ଏହାର ସ୍ଥିତି ସମ୍ପର୍କରେ ଅବଗତ କରାଇବାକୁ ହାଇକୋର୍ଟ ସରକାରଙ୍କୁ ଆଦେଶ ଦେଇଥିଲେ । ଗତ ଡିସେମ୍ବର ୧ ତାରିଖରେ ମାମଲାର ଶୁଣାଣିବେଳେ  ରାଜ୍ୟ ସରକାର ତଥ୍ୟ ଦାଖଲ କରିବାକୁ ସମୟ ନେଇଥିଲେ । ସୂଚନାଥାଉକି ରତ୍ନଭଣ୍ଡାର  ଚାବି ହଜିବା ଘଟଣାରେ ତଦନ୍ତ କମିଶନଙ୍କ ରିପୋର୍ଟ କାହିିଁକି ସାର୍ବଜନୀନ କାହିିଁକି କରାଯାଉନାହିିଁ ବୋଲି ଦର୍ଶାଇ ଆବେଦନକାରୀ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ ।

ଏଥିରେ କୁହାଯାଇଥିଲା ଯେ ତଦନ୍ତ କମିଶନଙ୍କ ରିପୋର୍ଟରେ କି  କି ତଥ୍ୟ ରହିଛି ସେ ସମ୍ପର୍କରେ ସାଧାରଣ ଲୋକଙ୍କର ଅଧିକାର ରହିଛି । କମିଶନ ନିମନ୍ତେ ଏଥିପାଇଁ ସରକାରୀ ରାଜ କୋଷରୁ ଅର୍ଥ ବିନିଯୋଗ ହୋଇଛି । ଏପରି କ୍ଷେତ୍ରରେ ରାଜ୍ୟ ସରକାର କଣ ପାଇଁ କମିଶନଙ୍କ ରିପୋର୍ଟକୁ ସାର୍ବଜନୀନ କରୁନାହାଁନ୍ତି ବୋଲି ମାମଲାରେ ଦର୍ଶାଯାଇଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button