ରାଜ୍ୟ

ହାତୀ ଦାନ୍ତ ଜବତ: ୪ ଗିରଫ – Ibnodisha

[ad_1]

ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଚମ୍ପାଝରଠାରେ ବନ ବିଭାଗ କର୍ମଚାରୀ ୪ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ହାତୀ ଦାନ୍ତ ଜବତ କରିଛି। ତେବେ ଅନ୍ୟ ୨ ଆସାମୀ ଖସି ଯାଇଛନ୍ତି।

ଘଟଣାରୁ ପ୍ରକାଶ ଯେ, ପୋଡ଼ାଡିହା ଅଞ୍ଚଳରୁ ହାତୀ ଦାନ୍ତ ବିକ୍ରି ପାଇଁ ଆସୁଥିବା ଖବର ବନ ବିଭାଗକୁ ମିଳିଥିଲା। ତେଣୁ ଚମ୍ପାଝର ନିକଟରେ ବନ ବିଭାଗ କର୍ମଚାରୀ ଜଗି ରହିଥିଲେ। ସକାଳ ୯ଟା ବେଳେ ୬ ଜଣ ଶିକାରୀ ୩ଟି ମୋଟର ସାଇକେଲ ଯୋଗେ ଆସୁଥିବା ବେଳେ ଚମ୍ପାଝର ଠାରେ ବନ ବିଭାଗ ହାବୁଡ଼ରେ ପଡ଼ିଥିଲେ। ୨ ଆସାମୀ ଖସି ଯାଇଥିବାବେଳେ ୪ଜଣଙ୍କୁ ଗିରଫ କରି ଠାକୁରମୁଣ୍ଡା ରେଞ୍ଜ ଅଫିସକୁ ଅଣାଯାଇଥିଲା।

ଅନ୍ୟ ୨ ଆସାମୀଙ୍କୁ ଧରିବା ପାଇଁ ଚଢ଼ଉ ଜାରି ରହିଥିବା ଏସିଏଫ ମଦନ ମୋହନ ମହାନ୍ତ ସୂଚନା ଦେଇଛନ୍ତି। ଧରା ପଡ଼ିଥିବା ଅଭିଯୁକ୍ତମାନେ ହେଲେ କପ୍ତିପଦା ଥାନା ପୋଡ଼ାଡିହା ଅଞ୍ଚଳ ହୁଡ଼ିସାହି ଗ୍ରାମର ନିତ୍ୟାନନ୍ଦ ସିଂ (୨୪), ଚାମୁରୁ ସିଂ (୨୩), କୁଲଡ଼ିହି ଗ୍ରାମର ଲାଛୁ ସିଂ (୩୦) ଏବଂ ଠାକୁରମୁଣ୍ଡା ବ୍ଲକ ମହୁଲଡିହା ଥାନା ଡ଼ଙ୍ଗାଡିହା ଗ୍ରାମର ରାଜୁ ବାଙ୍କିରା (୨୭)।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button