ଦେଶ

୧୦ଲକ୍ଷକୁ ବଢ଼ିପାରେ ଆୟୁଷ୍ମାନ୍ ଭାରତ ବୀମା ରାଶି – Ibnodisha

[ad_1]

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଦେଶବାସୀଙ୍କୁ ଆଉ ଏକ ବଡ଼ ଉପହାର ଦେବାକୁ ଯାଉଛନ୍ତି । ଆଗାମୀ ଦିନରେ କେନ୍ଦ୍ର ସରକାର ଆୟୁଷ୍ମାନ୍ ଭାରତ ସ୍ୱାସ୍ଥ୍ୟ ବୀମା ଯୋଜନା ଅନ୍ତର୍ଗତ ବୀମା ରାଶିକୁ ୫ଲକ୍ଷରୁ ୧୦ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଯୋଜନା ପ୍ରସ୍ତୁତ କରୁଥିବା ଜଣାପଡିଛି । ଏତଦ୍‌ବ୍ୟତୀତ ଏହି ଯୋଜନା ଅନ୍ତର୍ଗତ ହିତାଧିକାରୀଙ୍କ ସଂଖ୍ୟାକୁ ମଧ୍ୟ ୧୦୦ କୋଟି ପର୍ଯ୍ୟନ୍ତ ବୃଦ୍ଧି କରିବା ଉପରେ ବିଚାର କରୁଛନ୍ତି ଭାରତ ସରକାର । ତେବେ ଫେବ୍ରୁଆରୀ ୧ରୁ ଆରମ୍ଭ ହେବାକୁ ଥିବା କାମଚଳା ବଜେଟ୍‌ରେ ଏସମ୍ପର୍କରେ ବିଧିବଦ୍ଧ ଘୋଷଣା କରାଯିବାର ସମ୍ଭାବନା ରହିଛି । ଏପରି ହେଲେ ଭାରତ ସରକାରଙ୍କ ଉପରେ ବାର୍ଷିକ ୧୨,୦୭୬ କୋଟି ଟଙ୍କାର ଅତିରିକ୍ତ ବ୍ୟୟଭାର ବଢ଼ିବ ବୋଲି ଆକଳନ କରାଯାଉଛି ।

ରିପୋର୍ଟ ଅନୁସାରେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା ଯୋଜନାରେ କ୍ୟାନସର ଓ ଅଙ୍ଗ ପ୍ରତ୍ୟାରୋପଣ ଭଳି ଜଟିଳ ରୋଗ ପାଇଁ ହିତାଧିକାରୀ ଯେଭଳି ଅଧିକ ଅର୍ଥ ଖର୍ଚ୍ଚ କରିବାର ସୁବିଧା ପାଇପାରିବେ ସେଦିଗରେ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି । ସୁତରାଂ ସରକାର ଆଗାମୀ ଦିନରେ ବୀମା ସୁରକ୍ଷା ରାଶିକୁ ଦ୍ୱିଗୁଣ କରିବା ନେଇ ଚର୍ଚ୍ଚା ହେଉଛି । ତେବେ ଏହି ବର୍ଦ୍ଧିତ ବୀମା ରାଶି ୨୦୨୪-୨୫ ଆର୍ଥିକ ବର୍ଷରୁ ଲାଗୁ ହେବାର ସମ୍ଭାବନା ରହିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button