ଦେଶ

୧୧ ହଜାର କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଳିଗଲା ବସ ; ୫ ଜୀବନ୍ତ ଦଗ୍ଧ – Ibnodisha

[ad_1]

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଗାଜିପୁରରେ ଏକ ବଡ଼ଧରଣର ଅଘଟଣ ଘଟିଯାଇଛି। ଗାଜିପୁରର ମରଦହ ଥାନା ଅଞ୍ଚଳର ମହାହରସ୍ଥିତ ରାସ୍ତାରେ ଏହି ଅଗ୍ନିକାଣ୍ଡ ଘଟିଛି। ବସଟି ବରଯାତ୍ରୀ ନେଇ ମଉର କୋପାରୁ ମହାହର ଧାମ ରାସ୍ତା ଦେଇ ଯାଉଥିଲା। ଏହି ସମୟରେ ବସଟି ଦୁର୍ଭାଗ୍ୟବଶତଃ ୧୧ ହଜାର କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଚାଲି ଆସିଥିଲା। ହାଏଭୋଲଟେଜ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବା ହେତୁ ବରଯାତ୍ରୀ ଭର୍ତ୍ତି ଥିବା ବସରେ ହଠାତ ନିଆଁ ଲାଗିଯାଇଥିଲା। ଏହା ଭିତରୁ ଅନେକ ଯାତ୍ରୀ ବାହାରକୁ ବାହାରିବା ପାଇଁ ଚେଷ୍ଟା କରି ଥିଲେ ହେଁ ଅ‌ାଉ କିଛି ଅସଫଳ ରହିଥିଲେ। ଏହି ଅଗ୍ନିକାଣ୍ଡ ଏତେ ଭୟାବହ ଥିଲା କି ସ୍ଥାନୀୟଲୋକେ ପ୍ରାରମ୍ଭିକ ସମୟରେ ନିଆଁକୁ କିପରି ଲିଭାଇବେ କିଛି ବୁଝି ପାରିଥିଲେ। ଅଗ୍ନିଶମ ବିଭାଗର କର୍ମଚାରୀଙ୍କୁ ଏହି ଅଗ୍ନିକାଣ୍ଡ ସମ୍ପର୍କ‌ରେ ଖବର ଦିଆଯାଇଥିଲା। କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ବସଟି ଜଳି ପାଉଁଶରେ ପରିଣତ ହୋଇଯାଇଥିଲା। ଦୁଃଖର ବିଷୟ କି ଏହି ଅଗ୍ନିକାଣ୍ଡରେ ୫ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆହୁରି ଅନେକ ଯାତ୍ରୀ ଜଳି ଯାଇଥିବା ଆଶଙ୍କା କରାଯାଉଛି। ଏହି ବସରେ ୩୦ରୁ ଅଧିକ ବରଯାତ୍ରୀ ବସି ଯାତ୍ରା କରୁଥିବା ଜଣାପଡ଼ିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button