ଦେଶ

ଏସବିଆଇ ଗ୍ରାହକଙ୍କୁ ଏସବିଆଇ ବଡ଼ ଝଟକା – Ibnodisha

[ad_1]

ନୂଆଦିଲ୍ଲୀ : ଏସବିଆଇ ଗ୍ରାହକଙ୍କୁ ଏସବିଆଇ ବଡ଼ ଝଟକା। ଡେବିଟ୍ କାର୍ଡରେ ମେଣ୍ଟନାନ୍ସ ଚାର୍ଜ ତଥା ରକ୍ଷଣାବେକ୍ଷଣ ଦେୟ ବୃଦ୍ଧି କରିବାକୁ ବ୍ୟାଙ୍କ ଘୋଷଣା କରିଛି । ଏସବିଆଇ ୱେବସାଇଟ୍ ଅନୁଯାୟୀ, କ୍ଲାସିକ୍‌, ସିଲଭର, ଗ୍ଲୋବାଲ୍‌, କଣ୍ଟାକ୍ଟଲେସ୍ ଏବଂ ଅନ୍ୟାନ୍ୟ ବର୍ଗର ଏସବିଆଇ ଡେବିଟ୍ କାର୍ଡ ଉପରେ ବାର୍ଷିକ ରକ୍ଷଣାବେକ୍ଷଣ ଦେୟର ନୂଆ ଦର ଏପ୍ରିଲ୍ ୧ ରୁ ଲାଗୁ ହେବ । ଆଉ ଏଥିଲାଗି ଏସବିଆଇ ଗ୍ରାହକଙ୍କୁ ଆସନ୍ତା ମାସରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।ବ୍ୟାଙ୍କ ୱେବ୍‌ସାଇଟ୍ ଅନୁଯାୟୀ, ଯୁବା, ଗୋଲ୍ଡ, କମ୍ବୋ ଏବଂ ପ୍ଲାଟିନମ୍ ଡେବିଟ୍ କାର୍ଡ ଭଳି ବିଭିନ୍ନ କାଟାଗୋରୀରେ ଏସ୍‌ବିଆଇ ଡେବିଟ୍ କାର୍ଡ ଲାଗି ବାର୍ଷିକ ଚାର୍ଜକୁ ୭୫ ଟଙ୍କା ବଢ଼ାଯାଇଛି । ଏହା ଏପ୍ରିଲ ୧ରୁ ଲାଗୁ ହେବ । ଏହାଛଡ଼ା ଏସ୍‌ବିଆଇ ଡେବିଟ୍ କାର୍ଡ ଜାରି କରିବା ଏବଂ ପରିବର୍ତ୍ତନ କରିବା ସମ୍ବନ୍ଧୀୟ ଶୁଳ୍କରେ ମଧ୍ୟ ପରିବର୍ତ୍ତନ କରିବ ।ଷ୍ଟେଟ୍ ବ୍ୟାଙ୍କ କହିଛି ଯେ, ଏପ୍ରିଲ ୧ରୁ କିଛି କ୍ରେଡିଟ୍ କାର୍ଡ ଲାଗି ଅନେକ ପରିବର୍ତ୍ତନ ଲାଗୁ କରାଯାଇଛି । କିଛି କ୍ରେଡିଟ୍ କାର୍ଡ ଉପରେ ରିୱାର୍ଡ ପଏଣ୍ଟ ଏପ୍ରିଲ ୧୫ରୁ ଶେଷ ହେବ । ବାର୍ଷିକ ମେଣ୍ଟେନାନ୍ସ ଦେୟ ବ୍ୟତିତ ଏସ୍‌ବିଆଇ ଡେବିଟ୍ କାର୍ଡଧାରୀଙ୍କ ପାଇଁ ଜାରି ଶୁଳ୍କ ଏବଂ ଅନ୍ୟ ସେବା ଶୁଳ୍କରେ ପରିବର୍ତ୍ତନ ଲାଗି ବିଜ୍ଞପ୍ତି ଦିଆଯାଇଛି ।ଏସବିଆଇର ପ୍ଲାଟିନମ୍ ଡେବିଟ୍ କାର୍ଡ ପାଇଁ ଆବେଦନ କରିବାକୁ ଏସବିଆଇ ଆକାଉଣ୍ଟଧାରୀମାନେ ୩୦୦ ଟଙ୍କା (ସର୍ବନିମ୍ନ) ଦେବାକୁ ପଡିବ, ଯେତେବେଳେ କି କ୍ଲାସିକ୍‌, ସିଲଭର, ଗ୍ଲୋବାଲ୍ ଏବଂ କଣ୍ଟାକ୍ଟଲେସ୍ ଡେବିଟ୍ କାର୍ଡ ପ୍ରଦାନ ପାଇଁ କୌଣସି ଶୁଳ୍କ ଆଦାୟ କରାଯାଏ ନାହିଁ ।ଏସବିଆଇ ଆକାଉଣ୍ଟଧାରୀମାନେ ଆନ୍ତର୍ଜାତୀୟ କାରବାର ଚାର୍ଜ ଅଧୀନରେ ଥିବା ଏଟିଏମରେ ଅନୁସନ୍ଧାନ ପାଇଁ ୨୫ ଟଙ୍କା ଏବଂ ଜିଏସଟି ଦେବାକୁ ପଡିବ । ଅନ୍ୟାନ୍ୟ ଆନ୍ତର୍ଜାତୀୟ କାରବାର ଶୁଳ୍କରେ ଏଟିଏମ୍ ନଗଦ ପ୍ରତ୍ୟାହାର କାରବାର ପାଇଁ ସର୍ବନିମ୍ନ ୧୦୦ ଟଙ୍କା ଏବଂ କାରବାର ପରିମାଣର ୩.୫ ପ୍ରତିଶତ ଅନ୍ତର୍ଭୁକ୍ତ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button