ଦେଶ

୨ ମାସ ଧରି ୧୫ ବର୍ଷୀୟ ଝିଅ ସହିତ ଦୁଷ୍କର୍ମ କରୁଥିଲେ ବାପା; ଥାନାରେ ଅଭିଯୋଗ କଲେ ମାଆ – Ibnodisha

[ad_1]

ଲୁଧିଆନା: ୧୫ ବର୍ଷୀୟ ଝିଅ ସହିତ ଦୁଷ୍କର୍ମ କରିଥିବା ପଞ୍ଜାବ ଅନ୍ତର୍ଗତ ଲୁଧିଆନାର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିବା କଥା ପୁଲିସ କହିଛି।ମଙ୍ଗଳବାର ଦିନ ଝିଅର ମାଆ ଏ ସଂକ୍ରାନ୍ତରେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତ ବାପାଙ୍କୁ ଗରିଫ କରିଥିଲେ। ଅଭିଯୁକ୍ତଙ୍କୁ ପଚରାଉଚରା କରି ପୁଲିସ ଜାଣିବାକୁ ପାଇଛି ଯେ, ୪୭ ବର୍ଷିୟ ବାପା ଗତ ୨ ମାସ ହେବ ତାଙ୍କ ନାବାଳିକା ଝିଅ ସହିତ ଦୁଷ୍କର୍ମ କରିଆସୁଥିଲେପରିବାରର ଅନ୍ୟ ସଦସ୍ୟମାନେ ଏ ବିଷୟରେ ଅବଗତ ଥିଲେ ବି ପୀଡ଼ିତାଙ୍କ ବାପାମାଆ କଥାକୁ ଚପାଇ ରଖିବାକୁ ଉଦ୍ୟମ କରିଥିଲେ ବୋଲି ପୁଲିସ କହିଛି। ଡିସେମ୍ବର ୧୦ ତାରିଖ ଦିନ ବାପା ପୁଣି ଝିଅ ସହିତ ଦୁଷ୍କର୍ମ କରିବାରୁ ମାଆ ଥାନାରେ ଅଭିଯୋଗ କଲେ। ଏବେ ‘ଆଇପିସି’ ଧାରା ୩୫୪ ଓ ‘ପ‌ୋକ୍‌ସୋ ଆଇନ’ ଅନୁଯାୟୀ ‘ଏଫ୍‌ଆଇଆର୍‌’ ରୁଜୁ କରାଯାଇଛି। ସୂଚନାଯୋଗ୍ୟ, ଲୁଧିଆନାର ଆଉ ଜଣେ ବ୍ୟକ୍ତି ଜଣେ ୧୭ ବର୍ଷୀୟ ଝିଅ ସହିତ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗିରଫ ହୋଇଥିଲେ। ପୀଡ଼ିତାଙ୍କ ମାଆ ଅଭିଯୋଗରେ ଦର୍ଶାଇ ଥିଲେ ଯେ, ଅକ୍ଟୋବର ୧୦ ତାରିଖ ଦିନ ସେ ଘରକରଣା ସାମଗ୍ରୀ କିଣିବାକୁ ଯାଇଥିବା ବ‌େଳେ ଅଭିଯୁକ୍ତ ତାଙ୍କ (ମହିଳାଙ୍କ) ଝିଅକୁ ଜବରର୍ଦସ୍ତି ନିଜ ଘରକୁ ଉଠାଇ ନେଇ ତା’ ସହିତ ଦୁଷ୍କର୍ମ କରିଥିଲେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button