ଦୁର୍ଘଟଣା

ହାଜତ ମୃତ୍ୟୁ ମାମଲା; IIC ନିଲମ୍ବିତ, ଏସ୍ପି ବଦଳି

IBN ଓଡିଶା,ଭୁବନେଶ୍ୱର
(Report by pintu sahoo)
ବୀରମିତ୍ରପୁର: କେବଳ ପୁରୀ ହାଜତ ମୃତ୍ୟୁ ମାମଲାରେ ନୁହେଁ, ସୁନ୍ଦରଗଡ଼ ବୀରମିତ୍ରପୁର ଘଟଣାରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପୁରୀ  ହାଜତ ମୃତ୍ୟୁ ଅଭିଯୋଗ ମାମଲାରେ ରାଜ୍ୟ ସରକାରଙ୍କୁ ଜାତୀୟ ମାନବାଧିକାର କମିଶନଙ୍କ ନୋଟିସ ପରେ ଏନେଇ ରାଜ୍ୟ ସରକାର ପୁରୀ ଏସ୍‌ପି ଅଖିଳେଶ୍ୱର ସିଂହଙ୍କୁ ବଦଳି କରିଛନ୍ତି। ଏଥିସହିତ ପୁରୀ ବାସେଳିସାହି ଥାନା ଏସ୍‌ଆଇଙ୍କ ସମେତ ୨ କନଷ୍ଟେବଳ ମଧ୍ୟ ନିଲମ୍ବିତ ହୋଇଛନ୍ତି।ସେହିପରି  ବୀରମିତ୍ରପୁର ହାଜତ ମୃତ୍ୟୁ ମାମଲାରେ ମଧ୍ୟ  ଥାନା IIC ସ୍ମୃତିପ୍ରଭା ପ୍ରଧାନଙ୍କୁ ନିଲମ୍ବିତ କରିଛନ୍ତି ଡିଜିପି। ଦାୟିତ୍ୱ ଏବଂ କର୍ତ୍ତବ୍ୟରେ ଅବହେଳା ପାଇଁ ତାଙ୍କୁ ଚିକିରିରୁ ନିଲମ୍ବନ ଆଦେଶ ଦେଇଛନ୍ତି ପୋଲିସ ଡିଜି । ଏ ନେଇ ଓଡ଼ିଶା ପୋଲିସ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି।ସୂଚନାଥାଉ କି, ସୁନ୍ଦରଗଡ ଜିଲ୍ଲା ଥାନା ହାଜତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ହାଜତ ମୃତ୍ୟୁ ବୋଲି ଲୋକ ଅଭିଯୋଗ କରୁଥିବାବେଳେ  ଅଭିଯୋଗକୁ ଖଣ୍ଡନ କରିଥିଲେ ସୁନ୍ଦରଗଡ଼ ଏସ୍‌ପି। ଏସ୍‌ପିଙ୍କ ସୂଚନା ଅନୁସାରେ କିଛି ଦିନ ତଳେ ବ୍ୟବସାୟୀ ପ୍ରଦୀପ କୁଣ୍ଡୁଙ୍କ ଅପହରଣ ମାମଲାରେ ତାରିକ ସଲିମ ନାମକ ଜଣେ ବ୍ୟକ୍ତିଙ୍କୁ ପୋଲିସ ଉଠାଇ ଆଣିଥିଲା । ସେ ଅସୁସ୍ଥ ହେବାରୁ ପ୍ରଥମେ ତାଙ୍କୁ କୁଆଁରମୁଣ୍ଡା ଓ ପରେ RGHକୁ ନିଆଯାଇଥିଲା। RGHରେ ଚିକିତ୍ସାଧୀନ ଅବସ୍ଥାରେ ତାରିକ୍ ସଲିମଙ୍କ ମୃତ୍ୟୁ ହୋଇଥିଲା।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button