ଦୁର୍ଘଟଣା

ବାଲି ବୋଝେଇ ଟ୍ରାକ୍ଟର – ବାଇକ ମୁହାଁମୁହିଁ ଧକ୍କା; ଜଣେ ମୃତ, ଦୁଇ ଆହତ

ପାତ୍ରପୁର :  ଜରଡ଼ା ଥାନା ତୁମ୍ବା ଫାଣ୍ଡି ବଙ୍ଗଳା ଛକ ଠାରେ ଗତକାଲି ରାତ୍ରରେ ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଯୁବକର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ମୃତ ଯୁବକ ଜଣକ ହେଉଛନ୍ତି ସାମନ୍ତରାପୁର ପଞ୍ଚାୟତ ତାଳ ପଦର ଗ୍ରାମର ବୈରାଗୀ ଶବରଙ୍କ ପୁଅ ପୂର୍ଣଚନ୍ଦ୍ର ଶବର (୨୦) ବର୍ଷ ଓ ଅନ୍ୟ ଦୁଇ ଜଣ ଆହତ ଯୁବକ ହେଉଛନ୍ତି ତୁମ୍ବା ପଞ୍ଚାୟତ କୁରାଙ୍ଗ ଗ୍ରାମର ଲିପୁ ଶବର (୨୦) ବର୍ଷ ଓ ଢ଼େପସାହି ଗ୍ରାମର ଜୟ କାର୍ଜି ୨୨ ବର୍ଷ ବୋଲି ଜଣାପଡିଛି। ଖବର ପାଇ ତୁମ୍ବା ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ବାଇକ ଓ ଟ୍ରାକ୍ଟର ଜବତ କରିଥିବା ବେଳେ ମୃତଦେହ ବ୍ୟବଛେଦ ଲାଗି ବ୍ରହ୍ମପୁର ବଡ଼ ମେଡିକାଲ ପଠାଇଛନ୍ତି। ଗୁରୁତର ଆହତ ଦୁଇ ଜଣକୁ ପାତ୍ରପୁର ମେଡିକାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button