3 ଲୁଟାରା ଗିରଫ ସୁନା ଗହଣା ଜବତ

IBN ଓଡିଶା (ଯାଜପୁର:କୋରେଇ)
{Report by pintu sahoo}
ଯାଜପୁର ଜିଲ୍ଲା କୋରାଇ ଥାନା ପୂର୍ବକୋଟ ଅଞ୍ଚଳରେ ପୋଲିସର ଅତର୍କିତ ଚଢାଉ ବେଳେ ସୁନାରୂପା ଅଳଙ୍କାର ଜବତ୍,3 ଲୁଟେରା ଗିରଫ୍ ହୋଇଛନ୍ତି।ତେବେ ସେମାନଙ୍କ ନିକଟରୁ 223ଗ୍ରାମ ସୁନା ଓ 1କେଜି ରୂପା ଓ 3ଲକ୍ଷ 4ହଜାର ଟଙ୍କା,ଏଟିଏମ୍ କାର୍ଡ ଓ ମାରଣାସ୍ତ୍ର ଜବତ ମଧ୍ୟ ହୋଇଛି।ତେବେ ଏ ଘଟଣା ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯାଜପୁର ରୋଡ୍ ଏସଡିପିଓ ଚିନ୍ମୟ କୁମାର ନାୟକ। ସୂଚନା ମୁତାବକ ଗତ ୧୯ ତାରିଖ ଦିନ ଜିଲାରେ ଘଟିଥିବା ବିଭିନ୍ନ ଡକାୟତି ମାମଲାରେ ସମ୍ପୃକ୍ତି ଥିବା କିଛି ବ୍ୟକ୍ତିଙ୍କ ସମ୍ପର୍କରେ କୌଣସି ସୁତ୍ରରୁ ଖବର ପାଇ ଯାଜପୁର ଏସ୍ପି ଚରଣସିଂ ମୀନାଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ୍ କୋରେଇ ବ୍ଲକ ଅର୍ନ୍ତଗତ କନ୍ତୋର ପଂଚାୟତର ପୂର୍ବକୋଟ ତେଲେଙ୍ଗା ସାହିରେ ଚଢାଉ କରିଥିଲେ। ଯାଜପୁର ରୋଡ ଏସ୍ଡିପିଓ ଚିନ୍ମୟ ନାୟକଙ୍କ ନେତ୍ୱତ୍ୱରେ ୫ ଜଣିଆ ଅଫିସର ଦଳ ପାଖାପାଖି ଏକ ପ୍ଲାଟୁନ୍ ପୋଲିସ ଫୋର୍ସ ସହଯୋଗରେ ତେଲେଙ୍ଗା ବସ୍ତିରେ ଚଢାଉ କରି ୩ ଜଣକୁ ଧରିନେଇଥିବା ବେଳେ ସେମାନଙ୍କୁ ଅଟକ ରଖି ପଚରାଉଚୁରା କରିବା ସହ ଅଧିକ ତଦନ୍ତ ଚଳାଇଥିଲେ। ଆଜି ଏହି ଘଟଣାର ଖୁଲାସା କରିଛି କୋରେଇ ପୋଲିସ। ସୂଚନା ମୁତବକ ଗତ ମଙ୍ଗଳପୁର ସୁନା ଦୋକାନିକୁ ଆକ୍ରମଣ ଘଟଣାରେ ଏହି ଆସାମୀ ମାନେ ପରୋକ୍ଷରେ ଏମାନଙ୍କ ସମ୍ପୃକ୍ତି ଅଛି। ଅଧିକ ତଦନ୍ତ ଚାଲିଥିବା ବେଳେ ବିଭିନ୍ନ ଚୋରି ଘଟଣାରେ ସଂପୃକ୍ତ ଆସମୀ ତିନିଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।