ରାଜ୍ୟ

ଆଜି ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ – Ibnodisha

[ad_1]

ଭୁବନେଶ୍ୱର : ଆଜି ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ। ୭୬ ବର୍ଷରେ ପାଦ ଥାପିଛି ରାଜଧାନୀ। ଟେମ୍ପଲ ସିଟିରୁ ସ୍ମାର୍ଟ ସିଟିର ଏ ଲମ୍ବା ଯାତ୍ରା ଭିତରେ ବଢିଛି ସହରର କାୟା, ବଦଳିଛି ପରିବେଶ। ସବୁଜ ବଳୟରୁ କଂକ୍ରିଟ ଜଙ୍ଗଲରେ ପରିଣତ ହୋଇଛି ରାଜଧାନୀ।ରାସ୍ତାଘାଟଠୁ ନେଇ ଆଲୋକୀକରଣ, ଲୋକଙ୍କ ଜୀବନଶୈଳୀ ସବୁକିଛି ବଦଳିଛି। ଏ ୭୬ ବର୍ଷ ମଧ୍ୟରେ ଐତିହ୍ୟ ସହର ଭାବେ ପରିଚିତ ଭୁବନେଶ୍ୱର, ଏବେ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ସ୍ପୋଟର୍ସର ହବ୍ ଭାବେ ବି ବେଶ ପରିଚିତ।

ରୋଜଗାର ପାଇଁ ଅନେକ ଲୋକ ଭୁବନେଶ୍ୱରକୁ ବି ବାଛିଛନ୍ତି। ରାଜଧାନୀର ପ୍ରତିଷ୍ଠା ଉତ୍ସବ ପାଇଁ ବିଧାନସଭା ଆଗରେ ଥିବା ରାଜଧାନୀ ଶିଳାନ୍ୟାସରେ ମାଲ୍ୟାର୍ପଣ ସହିତ ପତାକା ଉତ୍ତୋଳନର କାର୍ଯ୍ୟକ୍ରମ ରହିଛି l ଏହାପରେ ଅତିଥିଙ୍କ ଦ୍ୱାରା ସ୍ଥାନୀୟ ଜୟଦେବ ଭବନରେ ଏକ ସ୍ୱତନ୍ତ୍ର ଫଟୋ ଚିତ୍ର ପ୍ରଦର୍ଶନୀର ଉଦଘାଟନ କାର୍ଯ୍ୟକ୍ରମ ରହିଛି। ପ୍ରତିଷ୍ଠା ଦିବସ ଉପଲକ୍ଷେ ରାଜଧାନୀ ସଜେଇ ହୋଇଛି। ବିଧାନସଭା, ଲୋକସେବା ଭବନ, କମଶନରେଟ୍ ବିଲଡିଂ ସମେତ ରାସ୍ତାଘାଟ ରଙ୍ଗୀନ ଆଲୋକରେ ଝଲସୁଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button