ରାଜ୍ୟ

ମୋଦି ସରକାର ୯ବର୍ଷରେ ଓଡ଼ିଶାକୁ ୧୮ଲକ୍ଷ ୮୩ହଜାର କୋଟି ଟଙ୍କା ଦେବା ସତ୍ୱେ ଓଡିଶା କିମ୍ବା ଓଡିଶାବାସୀଙ୍କ ସ୍ଥିତିରେ କୈାଣସି ପରିବର୍ତନ ଆସିନାହିଁ : ବିଜେପି – Ibnodisha

[ad_1]

 କେନ୍ଦୁଝରରେ ଖଣି ଖାଦାନ ଥାଇ ମଧ୍ୟ ଲୋକେ ଦାଦନ ଖଟିବାକୁ ଯାଉଛନ୍ତି

 ପ୍ରଧାନମନ୍ତ୍ରୀ କ୍ଷେତ୍ରୀୟ ଖଣିଜ ପାଂଠି / ଡିଏମ୍‌ଏଫ୍ ପାଂଠିର ହଜାର ହଜାର କୋଟି ଟଙ୍କାକୁ ଶାସକ ବିଜେଡିର ନେତା, ମନ୍ତ୍ରୀ ଓ ଅଫିସରମାନେ ହଡପ୍ କରୁଛନ୍ତି
 ରାଜ୍ୟ ସରକାର ଜିଲ୍ଲାବାସୀଙ୍କ ପ୍ରତି ବିଶ୍ୱାସଘାତ କରିଛନ୍ତି
 ଜିଲ୍ଲାବାସୀଙ୍କ ସମସ୍ୟାକୁ ନେଇ ଭାରତୀୟ ଜନତା ପାର୍ଟୀ ବ୍ୟାପକ ଆନ୍ଦୋଳନ କରିବ
 ଚଂପୁଆ ନିର୍ବାଚନମଣ୍ଡଳୀର ଜାମୁଦଲ ଗାଁ ସ୍ଥିତ ଶହୀଦ ଲାଗୁର ମୁଣ୍ଡାଙ୍କ ଘରକୁ ଯାଇ ପରିବାରଙ୍କୁ ଭେଟିବା ସହିତ “ମୋ ମାଟି ମୋ ଦେଶ” ଅଭିଯାନରେ ସାମିଲ ହେଲେ ରାଜ୍ୟ ସଭାପତି

ଭୁବନେଶ୍ୱର/କେନ୍ଦୁଝର : ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱତନ୍ତ୍ର ଫୋକସରେ ସର୍ବଦା ଓଡିଶା ରହିଆସିଛି । କଂଗ୍ରେସ ନେତୃତ୍ୱ ୟୁପିଏ ଶାସନରେ (୨୦୦୪-୧୪) ୧୦ବର୍ଷରେ ଓଡ଼ିଶାକୁ ମାତ୍ର ୨ଲକ୍ଷ ୮୩ ହଜାର କୋଟି ଟଙ୍କା ମିଳିଥିବାବେଳେ ମୋଦି ସରକାର ଅମଳରେ ଗତ ୯ବର୍ଷରେ ଓଡ଼ିଶାକୁ ୧୮ଲକ୍ଷ ୮୩ହଜାର କୋଟି ଟଙ୍କାର ଆର୍ଥୀକ ଅନୁଦାନ ଓ ସହାୟତା ମିଳିଛି । ମାତ୍ର ଓଡିଶା କିମ୍ବା ଓଡିଶାବାସୀଙ୍କ ସ୍ଥିତିରେ କୈାଣସି ପରିବର୍ତନ ଆସିନାହିଁ । ଓଡ଼ିଶାରେ ଦୁର୍ନୀତି, ଭ୍ରଷ୍ଟାଚାର ଓ ପର୍ସେଂଟେଜ୍‌ର ସରକାର ଚାଲିଛି । ବ୍ୟାପକ ଦୁର୍ନୀତି, ଭ୍ରଷ୍ଟାଚାର କାରଣରୁ ବିକାଶ ବାଧାପ୍ରାପ୍ତ ହୋଇଛି ବୋଲି କେନ୍ଦୁଝର ଗସ୍ତରେ ଥିବା ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଆଜି କେନ୍ଦୁଝର ସର୍କିଟ ହାଉସଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାମଲ କହିଛନ୍ତି ଯେ, କେନ୍ଦୁଝର ଜିଲ୍ଲା ଡିଏମ୍‌ଏଫ ଓ ଓମ୍ବାଡ୍‌ସି ପାଣ୍ଠିର ଦୁରୁପଯୋଗ ସହ ବେନିୟମ ଭାବେ ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର । କେନ୍ଦୁଝରରେ ଖଣି ଖାଦାନ ଥାଇ ମଧ୍ୟ ଲୋକେ ଦାଦନ ଖଟିବାକୁ ଯାଉଛନ୍ତି । ସ୍ୱାସ୍ଥ୍ୟବସ୍ଥା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଜିଲ୍ଲାରେ ଏକ ପୂର୍ଣ୍ଣାଙ୍ଗ ମେଡିକାଲ କଲେଜ ସହ ଆବଶ୍ୟକୀୟ ଭିତିଭୁମି, ଡାକ୍ତର, ପାରା ମେଡିକାଲ ଷ୍ଟାଫ୍ ଯୋଗାଇ ଦିଅନ୍ତୁ ରାଜ୍ୟ ସରକାର । କେନ୍ଦୁଝର ଜିଲ୍ଲାରେ କାନପୁର ଜଳସେଚନ ପ୍ରକଳ୍ପ ପାଇଁ ମୋଦି ସରକାର ୨୮ଶହ କୋଟି ଟଙ୍କା ଦେଇଛନ୍ତି, କିନ୍ତୁ ତାହା ଆଜିପର୍ଯ୍ୟନ୍ତ କ୍ରିୟାନ୍ୱୟନ ହୋଇପାରିନାହିଁ । ଖଣିଜ ସଂପଦ ଭରା କେନ୍ଦୁଝର ଜିଲ୍ଲା ପାଇଁ ପ୍ରଧାନମନ୍ତ୍ରୀ କ୍ଷେତ୍ରୀୟ ଖଣିଜ ପାଂଠି / ଡିଏମ୍‌ଏଫ୍ ପାଂଠି ଜରିଆରେ ପର୍ଯ୍ୟାପ୍ତ ପରିମାଣର ଆର୍ଥୀକ ଅନୁଦାନକୁ ଚଂଚକତା କରି ଶାସକ ବିଜେଡିର ନେତା, ମନ୍ତ୍ରୀ ଓ ଅଫିସରମାନେ ହଡପ୍ କରୁଛନ୍ତି । ରାଜ୍ୟ ସରକାର ଜିଲ୍ଲାବାସୀଙ୍କ ପ୍ରତି ବିଶ୍ୱାସଘାତ କରିଛନ୍ତି । ଜିଲ୍ଲାରେ ଗୋଟିଏ ହେଲେ ଇସ୍ପାତ କାରଖାନା ପ୍ରତିଷ୍ଠା ହୋଇପାରିଲା ନାହିଁ । ଅପାରଗ, ସ୍ଥାଣୁ ବିଜେଡି ସରକାର ସେହି ଟଙ୍କାକୁ କେଉଁଠି ଖର୍ଚ୍ଚ କରିଛନ୍ତି ତାହା ସର୍ବସାଧାରଣରେ ଶ୍ୱେତପତ୍ର ମାଧ୍ୟମରେ ପ୍ରକାଶ କରିବା ପାଇଁ ଦାବୀ କରିବା ସହିତ ଜିଲ୍ଲାବାସୀଙ୍କ ସମସ୍ୟାକୁ ନେଇ ଭାରତୀୟ ଜନତା ପାର୍ଟୀ ବ୍ୟାପକ ଆନ୍ଦୋଳନ କରିବ ବୋଲି ଶ୍ରୀ ସାମଲ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳର ମୁଖ୍ୟ ସଚେତକ ତଥା ବିଧାୟକ ମୋହନ ମାଝୀ, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, କେନ୍ଦୁଝର ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହନ୍ତ ବର୍ମା ପ୍ରମୁଖ ଉପସ୍ଥିତ ଥିଲେ ।
କେନ୍ଦୁଝର ଜିଲ୍ଲା ଗସ୍ତରେ ଥିବା ରାଜ୍ୟ ସଭାପତି ଶ୍ରୀ ସାମଲ ଆଜି ଦ୍ୱିତୀୟ ଦିବସରେ ଚଂପୁଆ ଗସ୍ତ କରିଥିଲେ । ଏକ ବିରାଟ ବାଇକ ର‌୍ୟାଲିରେ କାର୍ଯ୍ୟକର୍ତାମାନେ ରାଜ୍ୟ ସଭାପତିଙ୍କୁ ସ୍ୱାଗତ କରି ପାଛୋଟି ଆଣିଥିଲେ । ରାଷ୍ଟ୍ର ପାଇଁ ବଳିଦାନ ଦେଇଥିବା ଅମର ‘ବୀର’ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପୀ ଦେଇଥିବା ଆହ୍ୱାନ କ୍ରମେ କେନ୍ଦୁଝର ଜିଲ୍ଲା ଚଂପୁଆ ନିର୍ବାଚନମଣ୍ଡଳୀର ଜାମୁଦଲ ଗାଁ ସ୍ଥିତ ଶହୀଦ ଲାଗୁର ମୁଣ୍ଡାଙ୍କ ଘରକୁ ଯାଇ ପରିବାରଙ୍କୁ ଭେଟିବା ସହିତ “ମୋ ମାଟି ମୋ ଦେଶ” ଅଭିଯାନରେ ସାମିଲ ହୋଇ ରାଜ୍ୟ ସଭାପତି ଶ୍ରୀ ସାମଲ କଳସରେ ମାଟି ସଂଗ୍ରହ କରିଥିଲେ ।

 

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button