ରାଜ୍ୟ

ବାତ୍ୟା ନେଇ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ତୋରଣ ଖୋଲିବାକୁ ନିର୍ଦ୍ଦେଶ

ସମ୍ଭାବ୍ୟ ବାତ୍ୟା ନେଇ ସବୁ ଜିଲା ପ୍ରଶାସନକୁ ସତର୍କ କରାଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। କୌଣସି ଦୁର୍ଘଟଣା ନଘଟିବ ସେଥିପାଇଁ ସବୁ ପଦକ୍ଷେପ ଗ୍ରହଣ କରୁଛନ୍ତି ରାଜ୍ୟ ସରକାର। ବାତ୍ୟା ସମୟରେ ହେବାକୁ ଥିବା ଦ୍ରୁତ ପବନକୁ ନଜରରେ ରଖି କେନ୍ଦ୍ରାପଡା ଲକ୍ଷ୍ମୀପୂଜା କମିଟି ମାନଙ୍କୁ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ତୋରଣମାନ ଖୋଲିବାକୁ କୁହାଯାଇଛି।

ସେହିପରି କେନ୍ଦ୍ରାପଡ଼ାରେ ୨୩ ତାରିଖ ସୁଦ୍ଧା ବିସର୍ଜନ ସାରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି। ଜିଲା ପ୍ରଶାସନ ଏବଂ ପୂଜା ଅନୁଷ୍ଠାନ ମଧ୍ୟରେ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଆଜି ସନ୍ଧ୍ୟା ସୁଦ୍ଧା ସବୁ ପୂଜା ମଣ୍ଡପରେ ତୋରଣ ଓ ଅନ୍ୟାନ୍ୟ ସାଜସଜ୍ଜା ଖୋଲିବା ସହ ବୁଧବାର ସୁଦ୍ଧା ମାଙ୍କ ଭସାଣୀ ସାରି ଦେବାକୁ ପୂଜା କମିଟିକୁ ଜିଲା ପ୍ରଶାସନ ଓ ବିଭାଗୀୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ବାତ୍ୟା ଯୋଗୁଁ ସବୁ ଡାକ୍ତରଙ୍କ ଛୁଟି ବାତିଲ କରାଯାଇଛି।

ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ରଙ୍କ ସୂଚନା ଅନୁଯାୟୀ ଡାଇରିଆ ଓ ସର୍ପାଘାତ ଔଷଧ ସବୁ ମେଡିକାଲରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ହସ୍ପିଟାଲରେ ୨୪ ଘଣ୍ଟିଆ ପାଓ୍ୱାର ବ୍ୟାକ୍ ଅପ୍ ରଖିବାକୁ କୁହାଯାଇଛି। ବାତ୍ୟା ପ୍ରଭାବିତ ଅଞ୍ଚଳରେ ଟିମ୍ ପଠାଯାଇ ସେବା ଦିଆଯିବ। ସରକାର ରାଜ୍ୟ ଓ ବ୍ଲକସ୍ତରରେ କଣ୍ଟ୍ରୋଲ ରୁମ୍ କରି ମନିଟର କରୁଥିବା ବେଳେ ସୋମବାର ଠାରୁ ଗର୍ଭବତୀଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଚାଲିଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button