ରାଜ୍ୟ

ଅଜଣା ଯୁବକଙ୍କ ଉନ୍ମତ କାଣ୍ଡ, ସ୍କୁଲରେ ପଶି ପ୍ରଧାନଶିକ୍ଷକଙ୍କ ଗୋଡ଼ ଭାଙ୍ଗିଲେ

ସ୍କୁଲରେ ପଶି ଅଜଣା ଯୁବକ ଖେଳାଇଦେଲେ ଆତଙ୍କ । ଯୁବକଙ୍କ ଉନ୍ମତ୍ତକାଣ୍ଡ ଦେଖି ଭୟଭୀତ ହେଲେ ଛାତ୍ରଛାତ୍ରୀ। । କଥା ସେତିକିରେ ସରିନି, ଯୁବକଜଣକ ଏକ କାଠ ଫାଳିଆରେ ମାଡ଼ ମାରି ପ୍ରଧାନ ଶିକ୍ଷକଙ୍କ ଗୋଡ଼ ଭାଙ୍ଗି ଦେଇଛନ୍ତି।

ଏଭଳି ଏକ ଅଭାବନୀୟ ଘଟଣା କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ବାର ବ୍ଲକ ମାଗୁରା ପଞ୍ଚାୟତ ଗଣେଶ୍ୱରପୁର ପ୍ରାଥମିକ ବିଦ୍ୟାଳୟରେ ଘଟିଛି।

। ଆହତ ପ୍ରଧାନଶିକ୍ଷକଜଣକ ହେଲେ ପ୍ରଦୀପ୍ତ ସାହୁ। ଆକ୍ରମଣ କରିଥିବା ଯୁବକଙ୍କ ଘର ଅଡମ୍ୱପୁର ଗାଁରେ ହୋଇଥିବା ବେଳେ ତାଙ୍କ ମାନସିକ ଭାରସାମ୍ୟ ଠିକ୍ ନ ଥିବା ଜଣାଯାଇଛି।

ପ୍ରଧାନଶିକ୍ଷକଜଣକ କ୍ଲାସ୍ରେ ପାଠ ପଢ଼ାଇବା ବେଳେ ଉକ୍ତ ଯୁବକଜଣକ ହଠାତ୍ ଏକ କାଠ ଫାଳିଆ ଧରି ସ୍କୁଲ୍ ଗେଟ୍ରେ ପଶିଥିଲେ। ଏହାପରେ ସେ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରି କ୍ଲାସ୍ ଭିତରକୁ ପଶିଥିଲେ। ଉକ୍ତ ଯୁବକଜଣକ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ ଉଦ୍ୟମ କରୁଥିବା ବେଳେ ପ୍ରଧାନ ଶିକ୍ଷକ ତାଙ୍କୁ ଅଟକାଇଥିଲେ।

ଏଥିରେ ଉତ୍ତ୍ୟକ୍ତ ଯୁବକଜଣକ ହଠାତ୍ ରାଗି ଯାଇ ପ୍ରଧାନଶିକ୍ଷକଙ୍କ ଗୋଡ଼କୁ ଉକ୍ତ କାଠ ଫାଳିଆରେ ଖୁବ୍ ଜୋରରେ ପାହାର ପକାଇଥିଲେ। ଫଳରେ ପ୍ରଧାନଶିକ୍ଷକ ଯନ୍ତ୍ରଣାରେ ଛଟପଟ ହୋଇ ତଳେ ପଡ଼ି ଯାଇଥିଲେ।

ଛାତ୍ରଛାତ୍ରୀ ଗ୍ରାମବାସୀକୁ ଡାକିବାରୁ ସେମାନେ ଅଭିଯୁକ୍ତକୁ କାବୁ କରି ବାନ୍ଧି ପକାଇଥିଲେ।। ଯୁବକ ଜଣକ ଜଣେ ମାନସିକ ରୋଗୀ ବୋଲି ଜାଣିବା ପରେ ଚିକିତ୍ସା ପାଇଁ ସରପଞ୍ଚ ତାଙ୍କୁ ମେଡିକାଲ ପଠାଇ ଦେଇଛନ୍ତି। ଏଥିସହ ପ୍ରଧାନଶିକ୍ଷକଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଗୋଡ଼ ପ୍ଲାଷ୍ଟର ହୋଇଛି। ତାଙ୍କୁ ଏବେ ବିଶ୍ରାମ କରିବାକୁ ଡାକ୍ତର ପରାମର୍ଶ ଦେଇଥିବା ବେଳେ ସେ କିନ୍ତୁ ସ୍କୁଲ ଆସି ପିଲାଙ୍କୁ ପାଠ ପଢ଼ାଉଥିବା ଦେଖିବାକୁ ମିଳୁଛି।

ଏନେଇ ପ୍ରଧାନଶିକ୍ଷକ ପ୍ରଦୀପ୍ତ ସାହୁ କହିଛନ୍ତି, ୨୦୧୭ ମସିହାରୁ ଏଠାରେ ପ୍ରଧାନଶିକ୍ଷକ ଭାବେ କାମ କରୁଛି। ମାତ୍ର ଏହି ଘଟଣା ମୋତେ ଦୋହଲାଇ ଦେଇଛି। ହଠାତ୍ ଜଣେ ଅଜଣା ଯୁବକ ହାତରେ ଏକ କାଠ ଫାଳିଆ ଧରି ସ୍କୁଲ ଗେଟ୍ ଭିତରକୁ ପଶି ଆସିଲା। ଏହାପରେ ସେ ପିଲାଙ୍କୁ ମାରପିଟ କରିବାକୁ ଚେଷ୍ଟା କରିବାରୁ ତାକୁ ଅଟକାଇଥିଲି। ଏଥିରେ ରାଗିଯାଇ ସେ ଧରିଥିବା ବାଡ଼ିରେ ମୋ’ ଗୋଡ଼କୁ ପିଟିଥିଲା। ସେ କିଏ ମୁଁ ଜାଣିନି। ତା’ ନାଁରେ ଟାଙ୍ଗୀ ଥାନାରେ ଅଭିଯୋଗ ହୋଇଛି।

ଉକ୍ତ ଯୁବକଙ୍କ ମୁଣ୍ଡ ଖରାପ । ଗାଁ ଲୋକେ ତାକୁ କାବୁ କରିଥିବା ବେଳେ ତାକୁ ପାଗଳ ୱାର୍ଡରେ ଭର୍ତ୍ତି କରାଯାଇଛି ବୋଲି ସରପଞ୍ଚ କହିଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button