IBN ଓଡ଼ିଶା ବ୍ୟୁରୋ

ହିନ୍ଦୁଙ୍କ ଉପରେ ସେନାର ବର୍ବରତା, ଇସ୍କନ୍‌ ବିରୋଧୀ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଉତ୍ତେଜନା

ବାଂଲାଦେଶରେ ପୁଣି ସୃଷ୍ଟି ହୋଇଛି ଉତ୍ତେଜନା ପରିସ୍ଥିତି। ଇସ୍କନ୍ ବିରୋଧ ଫେସ୍ବୁକ୍ ପୋଷ୍ଟକୁ ନେଇ ଦେଖାଦେଇଛି ଅଶାନ୍ତି। ଏହାକୁ ବିରୋଧ କରି କିଛି ହିନ୍ଦୁ ବିକ୍ଷୋଭ କରୁଥିବା ବେଳେ ତାଙ୍କ ଉପରେ ବଂଲାଦେଶ ସେନା କରିଛି ଆକ୍ରମଣ। ଲାଠି ଚାର୍ଜ କରିବା ସହ କରିଛି ଫାଙ୍କା ଗୁଳି ଚାଳନା।

ହିନ୍ଦୁ ବିରୋଧୀ ଫେସ୍ବୁକ୍ ପୋଷ୍ଟକୁ ନେଇ ବାଂଲାଦେଶ ବନ୍ଦର ସହର ଚିଟଗଙ୍ଗ ଏଭଳି ସ୍ଥିତି ସୃଷ୍ଟି ହୋଇଛି।

ଇସ୍କନଙ୍କ ବିରୋଧରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ହିନ୍ଦୁମାନେ ବିକ୍ଷୋଭ କରୁଥିବା ବେଳେ ସେମାନଙ୍କ ଉପରେ ସେନା ଓ ପୁଲିସ ବାହିନୀ ଆକ୍ରମଣ କରିଛି। ଏହି ଦମନଲୀଳାକୁ ନେଇ ଭାରତ ଓ ଆନ୍ତର୍ଜାତିକ ହିନ୍ଦୁ ସଂଗଠନ ତୀବ୍ର ସମାଲୋଚନା କରିଛି।

ନିକଟରେ ଜଣେ ମୁସଲିମ୍ ଯୁବକ ଇସ୍କନ୍ ବିରୋଧରେ ଫେସ୍ବୁକ୍ରେ ପୋଷ୍ଟ କରି ଇସ୍କନ୍କୁ ବ୍ୟାନ୍ ଘୋଷଣା କରିବାକୁ ଦାବି କରିଥିଲେ। ଏହା ବିରୋଧରେ ହିନ୍ଦୁମାନେ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଥିଲେ। ତେବେ ଆନ୍ଦୋଳନକାରୀଙ୍କ ଉପରେ ପୁଲିସ ଓ ସେନା ଲାଠି ମାଡ଼ କରି ଫାଙ୍କା ଗୁଳିମାଡ଼ କରି ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। ଫଳରେ ପୂରା ଅଞ୍ଚଳ ସୁରକ୍ଷାକର୍ମୀ ଓ ଆନ୍ଦୋଳନକାରୀଙ୍କ ରଣକ୍ଷେତ୍ର ପାଲଟିଥିଲା।

ରାତିରେ, ବାଂଲାଦେଶୀ ସୈନିକ ଓ ପୁଲିସ ହଜାରି ଗଳିରେ ଘର ଘର ବୁଲି ସିସିଟିଭି କ୍ୟାମେରାଗୁଡ଼ିକୁ ଭାଙ୍ଗିବା ସହ ଆନ୍ଦୋଳନକାରୀଙ୍କୁ ଘରୁ ଟାଣିନେଇ ମାଡ଼ ମାରିଥିଲେ। ଏଥିସହ ସହ ଗିରଫ କରିଥିଲେ। ମଙ୍ଗଳବାର ସୁଦ୍ଧା କର୍ତ୍ତୃପକ୍ଷ ୫୮୨ ଜଣଙ୍କ ନାମରେ ମାମଲା ଦାୟର କରିଛନ୍ତି ଯେଉଁଥିରେ ୪୯ ଜଣ ଗିରଫ ହୋଇଛନ୍ତି ବୋଲି ଢ଼ାକା ଟ୍ରିବ୍ୟୁନା ରିପୋର୍ଟ କରିଛି।

ଚିଟଗଙ୍ଗ ମହାନଗର ନିଗମର ଜଣେ ବରିଷ୍ଠ ଅଧିକାରୀ କହିବା ମୁତାବକ, ବିକ୍ଷୋଭକାରୀମାନେ ପୁଲିସ ଓ ସେନା ଉପରକୁ ଇଟା ଓ ଏସିଡ୍ ଫିଙ୍ଗିଥିଲେ। ଏସିଡ୍ ଓ ଇଟା ମାଡ଼ରେ ୯ ଜଣ ଅଧିକାରୀ ଆହତ ହୋଇଥିଲେ। ସେପଟେ କିନ୍ତୁ ହିନ୍ଦୁ ସମ୍ପ୍ରଦାୟର ନେତାମାନେ ସୁରକ୍ଷା ବାହିନୀ ହିନ୍ଦୁ ବାସିନ୍ଦାଙ୍କୁ ଟାର୍ଗେଟ କରିଥିବା ଅଭିଯୋଗ କରିଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button