ଦେଶ

ଅବତରଣ ବିନ୍ଦୁକୁ ‘ଶିବଶକ୍ତି’ କୁହାଯିବ: ଇସ୍ରୋରେ ପ୍ରଧାନମନ୍ତ୍ରୀ ମୋଦୀ – Ibnodisha

[ad_1]

ଅଗଷ୍ଟ ୨୩ ହେବ ‘ଜାତୀୟ ମହକାଶ ଦିବସ’

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବେଙ୍ଗାଲୁରୁର ପିନିଆ ଶିଳ୍ପାଞ୍ଚଳରେ ଥିବା ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ଟେଲିମେଟ୍ରି, ଟ୍ରାକିଂ ଓ କମାଣ୍ଡ ସେଣ୍ଟରରେ ଇସ୍ରୋ ବୈଜ୍ଞାନିକ ଓ ଅଧିକାରୀମାନଙ୍କୁ ଭେଟି ଚନ୍ଦ୍ରଯାନ-୩ର ସଫଳତା ପାଇଁ ପ୍ରଶଂସା କରିଛନ୍ତି। ଦୁଇ ଦେଶ ଗସ୍ତ ସାରି ଆଜି ସକାଳେ ବେଙ୍ଗାଲୁରୁରେ ପ୍ରଧାନମନ୍ତ୍ରୀ ପହଞ୍ଚିଥିଲେ। ଇସ୍ରୋ କମାଣ୍ଡ ସେଣ୍ଟରରେ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ଚନ୍ଦ୍ରଯାନ-୩ର ଚନ୍ଦ୍ର ଲ୍ୟାଣ୍ଡର ଯେଉଁ ସ୍ଥାନରେ ଅବତରଣ କରିଥିଲା, ସେହି ସ୍ଥାନକୁ ‘ଶିବଶକ୍ତି’ ବୋଲି କୁହାଯିବ। ଚନ୍ଦ୍ରଯାନ-୩ ଚନ୍ଦ୍ରରେ ଅବତରଣ କରିଥିବା ଦିନ ଅଗଷ୍ଟ ୨୩କୁ ଏବେ ‘ଜାତୀୟ ମହାକାଶ ଦିବସ’ ଭାବେ ପାଳନ କରାଯିବ ବୋଲି ମଧ୍ୟ ସେ ଘୋଷଣା କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଚନ୍ଦ୍ରପୃଷ୍ଠରେ ଯେଉଁ ସ୍ଥାନରେ ଚନ୍ଦ୍ରଯାନ-୨ ନିଜର ପାଦଚିହ୍ନ ଛାଡିଥିଲା ତାହାକୁ ‘ତିରଙ୍ଗା’ ବୋଲି କୁହାଯିବ। ଏହା ଭାରତର ପ୍ରତ୍ୟେକ ପ୍ରୟାସ ପାଇଁ ପ୍ରେରଣା ହେବ। ଏହା ଆମକୁ ମନେ ପକାଇଦେବ ଯେ କୌଣସି ବିଫଳତା ଚୂଡ଼ାନ୍ତ ନୁହେଁ। ସକାଳ ପ୍ରାୟ ସାଢ଼େ ୭ଟାରେ ସେ ଇସ୍ରୋର ବୈଜ୍ଞାନିକମାନଙ୍କୁ ଭେଟି ସେମାନଙ୍କୁ ସମ୍ବୋଧିତ କରିଥିଲେ। ଇସ୍ରୋ ଅଧ୍ୟକ୍ଷ ଏସ୍ ସୋମନାଥ ପ୍ରଧାନମନ୍ତ୍ରୀଙ୍କୁ ସ୍ମରଣିକା ପ୍ରଦାନ କରିବା ସହ ଲ୍ୟାଣ୍ଡର ବିକ୍ରମର ପ୍ରତିକୃତି ମଧ୍ୟ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ମୁଁ ଆପଣ ସମସ୍ତଙ୍କୁ ଆପଣଙ୍କ କଠିନ ପରିଶ୍ରମ ଓ ସମର୍ପଣ ପାଇଁ ଅଭିନନ୍ଦନ ଜଣାଉଛି। ଆପଣ ଦେଶକୁ ଯେଉଁ ଉଚ୍ଚତାକୁ ନେଇଛନ୍ତି ତାହା ସାଧାରଣ ଉଚ୍ଚତା ନୁହେଁ ଓ ତାହା ସାଧାରଣ ସଫଳତା ନୁହେଁ। ଚନ୍ଦ୍ରଯାନ-୩ର ସଫଳତା ବିଷୟରେ କହିବା ବେଳେ ପ୍ରଧାନମନ୍ତ୍ରୀ ଭାବପ୍ରବଣ ହୋଇ କହିଥିଲେ, ଭାରତ ଏବେ ଚନ୍ଦ୍ରରେ ଅଛି। ଆମେ ଏପରି ଏକ ସ୍ଥାନରେ ପହଞ୍ଚିଛୁ ଯେଉଁଠାରେ ପୂର୍ବରୁ କେହି ପହଞ୍ଚି ନଥିଲେ। ଆମେ ତାହା କରିଛୁ ଯାହା ପୂର୍ବରୁ କେହି କରିନଥିଲେ। ଏହା ହେଉଛି ଆଜିର ଭାରତ- ଅତ୍ୟନ୍ତ ସାହସୀ।

ଚନ୍ଦ୍ରଯାନ-୩ର ସଫଳ ଅବତରଣରେ ମହିଳା ବୈଜ୍ଞାନିକଙ୍କ ଭୂମିକା ସମ୍ପର୍କରେ ମଧ୍ୟ ସେ ଆଲୋଚନା କରିଥିଲେ। ମହିଳାମାନେ ଏବେ ଭାରତର ବୈଜ୍ଞାନିକ ପ୍ରୟାସର ନେତୃତ୍ୱ ନେଉଛନ୍ତି। ଚନ୍ଦ୍ରଯାନ-୩ରେ ମହିଳା ବୈଜ୍ଞାନିକମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏକ ସମୟ ଥିଲା ଯେତେବେଳେ ଆମକୁ ତୃତୀୟ ଧାଡ଼ିରେ ଗଣନା କରାଯାଉଥିଲା। ଆଜି ବାଣିଜ୍ୟଠାରୁ ଆରମ୍ଭ କରି ବୈଷୟିକ ଜ୍ଞାନକୌଶଳ ପର୍ଯ୍ୟନ୍ତ ବିକଶିତ ଦେଶମାନଙ୍କ ମଧ୍ୟରେ ଭାରତ ପ୍ରଥମ ଧାଡ଼ିରେ ଛିଡ଼ା ହୋଇଛି। ‘ତୃତୀୟ ଧାଡ଼ି’ରୁ ‘ପ୍ରଥମ ଧାଡ଼ି’ ପର୍ଯ୍ୟନ୍ତ ଏହି ଯାତ୍ରାରେ ‘ଇସ୍ରୋ’ ଭଳି ଅନୁଷ୍ଠାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଇସ୍ରୋର ବୈଜ୍ଞାନିକମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଭାରତର ମହାକାଶ ଶିଳ୍ପ କିଛି ବର୍ଷ ମଧ୍ୟରେ ୮ ବିଲିୟନ ଡଲାରରୁ ୧୬ ବିଲିୟନ ଡଲାରରେ ପରିଣତ ହେବ। ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ଭାରତ ନିଶ୍ଚିତ ଭାବେ ଏକ ବିଶ୍ୱସ୍ତରୀୟ ଅଗ୍ରଣୀ ଶକ୍ତି ଭାବେ ଉଭା ହେବ। ଏହି ଉଦ୍ଭାବନ ଭାବନା ଭାରତକୁ ନୂତନ ଉଚ୍ଚତାକୁ ନେଇଯିବ ଏବଂ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button