ରାଜନୀତି

୨୦୨୪ ସାଧାରଣ ନିର୍ବାଚନ: ତୃଣମୂଳ ସ୍ତରରୁ ବିଜେପି ଆରମ୍ଭ କଲାଣି ପ୍ରସ୍ତୁତି – Ibnodisha

[ad_1]

ଇଣ୍ଡିଆ ମେଣ୍ଟ ରାଜ୍ୟମ‌ାନଙ୍କରେ ନିଯୁକ୍ତି କରିବ ସଂଯୋଜକ

ନୂଆଦିଲ୍ଲୀ: ୨୦୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ଉଭୟ ଏନ୍‌ଡିଏ ଓ ଇଣ୍ଡିଆ ମେଣ୍ଟ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ମିଳିଥିବା ସୂଚନା ଅନୁସାରେ, ବିଜେପିର ସମସ୍ତ ସାଂସଦଙ୍କୁ ସେମାନଙ୍କର ସଂସଦୀୟ କ୍ଷେତ୍ର ସଂବନ୍ଧିତ କାର୍ଯ୍ୟଗୁଡ଼ିକୁ ସମୟ ପୂର୍ବରୁ ଶେଷ କରିବା ପାଇଁ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷେ, ଦଳଦ୍ବାରା ତୃଣମୂଳ ସ୍ତରରୁ ନେତାମାନଙ୍କର ସ୍ଥିତି ସଂପର୍କରେ ସୂଚନା ଏକତ୍ରିତ କରାଯାଉଛି। ସୂତ୍ର ମୁତାବକ, ବିଜେପିର ଶୀର୍ଷ ନେତୃତ୍ବ ଗୋଟିଏ ସର୍ବେକ୍ଷଣ ଟିମ୍‌ ଲଗାଇଛନ୍ତି। ଉକ୍ତ ଟିମ୍‌ ବର୍ତ୍ତମାନର ପରିସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ପ୍ରସ୍ତୁତ କରିବ। ଏହି ରିପୋର୍ଟ ଟିକଟର ଆଧାର ହେବ। ଏହି ରିପୋର୍ଟ କାର୍ଡକୁ ତିନିରୁ ଚାରି ଶ୍ରେଣୀରେ ଏ,ବି,ସି ଓ ଡି ଆଧାରରେ ପ୍ରସ୍ତତ କରାଯିବ ଏବଂ ରିପୋର୍ଟ କାର୍ଡ ସହିତ ବିଜେପି ୨୦୨୪ର ସାଧାରଣ ନିର୍ବାଚନକୁ ଓହ୍ଲାଇବ। ବିଜେପିର କେନ୍ଦ୍ରୀୟ ନେତୃତ୍ବ ବ୍ୟତୀତ ଆଉ ଦୁଇଟି ବେସରକାରୀ ସଂସ୍ଥାକୁ ଏହି ରିପୋର୍ଟ କାର୍ଡ ପ୍ରସ୍ତୁତ କରିବା କାର୍ଯ୍ୟରେ ଲଗାଯାଇଛି।

ଅପରପକ୍ଷେ, ବିରୋଧୀ ଇଣ୍ଡିଆ ମେଣ୍ଟ ମଧ୍ୟ ୨୦୨୪ ନିର୍ବାଚନ ପ୍ରସ୍ତୁତିକୁ ନେଇ ବେଶ୍‌ ସକ୍ରିୟ ହୋଇପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ମେଣ୍ଟର ପରବର୍ତ୍ତୀ ବୈଠକରେ ସଂଯୋଜକ, ସାଧାରଣ ସର୍ବନିମ୍ନ କାର୍ଯ୍ୟକ୍ରମ ସହିତ ଅଲଗା ଅଲଗା ରାଜ୍ୟ ପାଇଁ ଆସନ ବୁଝାମଣାକୁ ନେଇ ନିଷ୍ପତ୍ତି ହେବ। ଏହି ପରିପେକ୍ଷୀରେ ମେଣ୍ଟର ମୁମ୍ବାଇରେ ହେବାକୁ ଥିବା ବୈଠକ ବେଶ୍‌ ଗୁରୁତ୍ବପୁର୍ଣ୍ଣ ‌ହୋଇପାରେ। ରାଜନୀତି ବି‌ଶ୍ଳେଷକଙ୍କ କହିବା ଅନୁସାରେ, ବିରୋଧୀ ଇଣ୍ଡିଆ ମେଣ୍ଟର ୨୬ ଦଳର ଗଠବନ୍ଧନ ଏବଂ ଦେଶର ସଂସଦୀୟ କ୍ଷେତ୍ରଗୁଡ଼ିକର ସଂଖ୍ୟାକୁ ଧ୍ୟାନରେ ରଖାଯାଇ ଉତ୍ତର, ଦକ୍ଷିଣ, ପୂର୍ବ, ପଶ୍ଚିମ ଏବଂ ମଧ୍ୟ ଭାରତ ପାଇଁ ଅଲଗା ଅଲଗା ସଂଯୋଜକ ନିଯୁକ୍ତି କରାଯିବ। ସଂଯୋଜକ ମାନଙ୍କୁ ଚାରି-ପାଞ୍ଚଟି ପ୍ରଦେଶ ପାଇଁ ନିଯୁକ୍ତି ଦିଆଯିବ ଯାହାଦ୍ବାରା ଗଠବନ୍ଧନର ରଣନୀତି ଅନୁସାରେ ନିର୍ବାଚନ ଯୁଦ୍ଧରେ ଦଳଗୁଡ଼ିକ ଏକାଠି ହୋଇ ଲୋକସଭା ନିର୍ବାଚନରେ ବଳ ଗୋଟାଇ ପାରିବେ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button