ରାଜ୍ୟ

ମାଡ଼ିବସିଛନ୍ତି ୩୦ କୋଟିର ସରକାରୀ ଜାଗା: ଗଢ଼ିଉଠିଛି ବ୍ୟାବସାୟିକ ପ୍ରତିଷ୍ଠାନ – Ibnodisha

[ad_1]

ତଦନ୍ତ କରାଯିବ: ତହସିଲଦାର

ରାଉରକେଲା: ସହରର ମୂଲ୍ୟବାନ ସରକାର ଜମି ଏବେ ଜବରଦଖଲକାରୀଙ୍କ କବ୍‌ଜାରେ। ଗୋଟିଏ କି ଦୁଇଟି ନୁହେଁ ସହରର ପ୍ରାୟ ଅଧିକାଂଶ ସ୍ଥାନରେ କୋଟିକୋଟି ଟଙ୍କାର ସରକାରୀ ଜାଗାକୁ ମାଡ଼ିବସିଛନ୍ତି। କେଉଁଠି ବ୍ୟବସାୟିକ ପ୍ରତିଷ୍ଠାନ, ଗୋଦାମ ଗୃହ ତ ଆଉ କେଉଁଠି ସୋରୁମ୍‌ ଗଢ଼ି ଉଠିଛି। ହେଲେ ଆଜି ପର୍ଯ୍ୟନ୍ତ ଏମାନଙ୍କ ବିରୋଧରେ ଜିଲ୍ଲା ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଶୂନ୍‌। ଆଶ୍ଚର୍ଯ୍ୟ କଥା ଯେଉଁ ସ୍ଥାନକୁ ଜିଲ୍ଲା ପ୍ରଶାସନ ଉଚ୍ଛେଦ କରୁଛି, କିଛି ମାସ ପରେ ସେଠି ପୁଣି ଗୃହ ନିର୍ମାଣ ହେଉଛି। ଏମିତି ସ୍ଥିତି ଉପୁଜିଛି ଉଦିତନଗର ଓରାମପଡା ଇଣ୍ଡୋ ଇଂରାଜୀ ମାଧ୍ୟମ ସ୍କୁଲ ସମ୍ମୁଖରେ।

ପ୍ରାୟ ୨ ଏକରରୁ ଅଧିକ ସରକାରୀ ଜାଗାରୁ ୭୦% ମାଡ଼ି ବସିଲେଣି। ଯେଉଁଠି ଗଢ଼ି ଉଠିଛି ଗୋଦାମ, ଦୋକାନ ଓ ଅନ୍ୟାନ୍ୟ ଗୃହ। ଅବଶିଷ୍ଟ ୩୦% ଜାଗାରେ ବେଆଇନ ଭାବେ ଏବେ ଗୃହ ନିର୍ମାଣ ଚାଲିଛି। ସ୍ଥାନୀୟ ତହସିଲଦାରଙ୍କୁ ଖୋଲା ଚାଲେଞ୍ଜ ଦେଇ ମାସମାସ ଧରି ଏଭଳି ବେଆଇନ କାମ ଚାଲିଛି। ହେଲେ ତଦାରଖ ଦାୟିତ୍ବରେ ଥିବା ବିଭାଗୀୟ ଅଧିକାରୀଙ୍କ ନଜର ନ ପଡ଼ିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୂର୍ବରୁ ଏହି ମୂଲ୍ୟବାନ ସରକାରୀ ଜାଗାକୁ ଜଣେ ବ୍ୟବସାୟୀ ଓ ରାଜନୈତିକ ଦଳର ନେତା ମାଡ଼ି ବସିଥିଲେ। ସିମେଣ୍ଟ ଖୁଣ୍ଟି ଓ ଟିଣ ଚାଦର ଘେରାଇ କିଛି ମାସ ରଖିଥିଲେ। ପରବର୍ତ୍ତୀ ସମୟରେ ସେହି ଜାଗାରେ ଗୋଟିଏ ପରେ ଗୋଟିଏ ଘର ନିର୍ମାଣ କରିଥିଲେ। ଜିଲ୍ଲା ପ୍ରଶାସନ ନିକଟରେ ସୂଚନା ପହଞ୍ଚିବା ପରେ ସେହି ଜାଗାରୁ ଜବରଦଖଲକାରୀଙ୍କୁ ହଟାଯାଇଥିଲା। ପ୍ରାୟ ୧୦% ଜାଗାରେ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପନ କରାଯାଇଛି।

ଅବଶିଷ୍ଟ ଜାଗା ଏବେ ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲିଯାଇଛି। ମୁଖ୍ୟ ନାଳର ଦୁଇ ପାର୍ଶ୍ବ ଜାଗାରେ ଦିନରାତି ବେଆଇନ ଦୋକାନ ଓ ଗୋଦାମ ଗୃହ ନିର୍ମାଣ ଚାଲିଛି। ‌ଏଭଳି ବେଆଇନ କାର୍ଯ୍ୟକୁ ବିରୋଧ କରୁଥିବା ସ୍ଥାନୀୟ ଲୋକଙ୍କୁ ଜବରଦଖଲକାରୀ ଓଲଟା ଧମକଚମକ ଦେଉଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ରାଉରକେଲା ତହସିଲଦାର ଚନ୍ଦ୍ରକାନ୍ତ ମଲ୍ଲିକଙ୍କୁ ପଚାରିବାରୁ ସେ କହଛନ୍ତି, ତଦନ୍ତ କରି ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯିବ। ତେବେ ଆସନ୍ତା ଦିନରେ ମୂଲ୍ୟବାନ ସରକାରୀ ଜମିକୁ ରୋକିବାକୁ ଜିଲ୍ଲା ପ୍ରଶାସନ କେତେ ତତ୍ପର ହେଉଛନ୍ତି, ତା ଉପରେ ସମସ୍ତଙ୍କ ନଜର ରହିଛି। ଉଲ୍ଲେଖଯୋଗ୍ୟ, ରାଉରକେଲାର କେବଳ ଗୋଟିଏ ସ୍ଥାନ ନୁହେଁ, ଉଦିତନଗର, ବାସନ୍ତୀକଲୋନି ରେଳ ଫାଟକ ପାର୍ଶ୍ବରେ ପ୍ରାୟ ୫ ଏକର ୬ ଡିସିମିଲ ଅର୍ଥାତ୍‌ ୨୦୦ କୋଟି ଟଙ୍କା ମୂଲ୍ୟର ଜଙ୍ଗଲ ଜମି ଏବେ ବଡ଼ବଡ଼ ବ୍ୟବସାୟୀଙ୍କ କବ୍‌ଜାରେ ରହିଛି। ସେମିତି ମାଲଗୋଦାମରେ ଆର୍‌ସିଏମ୍‌ଏସ୍‌ର ପ୍ରାୟ ୫୦ କୋଟିର ସରକାରୀ ଜାଗାକୁ ବି ସ୍ଥାନୀୟ ଲୋକ ମାଡ଼ି ବସିଛନ୍ତି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button