ରାଜନୀତି

ବିଜେଡ଼ିରେ ଯୋଗଦେଲେ ବ୍ରହ୍ମପୁର ମହାନଗର ନିଗମର ୪ ବିଜେପି କର୍ପୋରେଟର – Ibnodisha

[ad_1]

ଭୁବନେଶ୍ୱର : ବ୍ରହ୍ମପୁର ମହାନଗର ନିଗମର ୪ ବିଜେପି କର୍ପୋରେଟର ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ତଥା ବ୍ରହ୍ମପୁର ଲୋକସଭା ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ ମାନସ ମଙ୍ଗରାଜ, ସାଂସଦ ଡକ୍ଟର ସସ୍ମିତ ପାତ୍ର, ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ୪ ବେି ଜପି କର୍ପୋରେଟରଙ୍କୁ ଶ୍ରୀ ମଙ୍ଗରାଜ ଓ ଡଃ ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ବିଜେପି କର୍ପୋରେଟରଙ୍କ ଯୋଗଦାନ ଫଳରେ ବିଶେଷକରି ବ୍ରହ୍ମପୁର ମହାନଗର ନିଗମ ଓ ଗଞ୍ଜାମ ଜିଲ୍ଲାରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ମଙ୍ଗରାଜ ଓ ଡଃ ପାତ୍ର କହିଥିଲେ । ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ବିଜେପିର ୪ କର୍ପୋରେଟର ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ଦୀର୍ଘବର୍ଷ ହେଲା ଆମେ ବିଜେପି ଦଳ ପାଇଁ ଦିନରାତି କଠିନ ପରିଶ୍ରମ କରିଥିଲୁ, ହେଲେ ଯେଉଁ ଦଳ ପାଇଁ ବହୁ କଷ୍ଟ କରିଥିଲୁ ସେ ଦଳ ଆମକୁ ଅଣଦେଖା କଲା । ଗରିବ ଯୁବକ ଓ ଯୁବତୀଙ୍କ ଠାରୁ ଚାକିରି ନାଁରେ ଠକେଇ କରିଥିବା ଜନବିରୋଧୀ ନେତା ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେପି କୋଳେଇ ନେଇଛି । ଏହାକୁ ଆମେ ବିରୋଧ କରି ବିଜେପି ଦଳରୁ ବାହାରିଯିବା ପାଇଁ ନିଷ୍ପତ୍ତି ନେଲୁ । ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ, ନୀତି ଆଦର୍ଶ ଓ ନୂଆ ଓଡ଼ିଶା ଗଠନ ଦିଗରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲୁ । ଦଳରେ ଆମକୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ମଙ୍ଗରାଜ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ । ଏହି ମିଶ୍ରଣ ପର୍ବରେ ବ୍ରହ୍ମପୁର ମହାନଗର ନିଗମ ୨୦ନଂ ୱାର୍ଡ଼ କର୍ପୋରେଟର ଶ୍ରୀମତୀ ରଞ୍ଜିତା ବେହେରା, ୨୧ନଂ ୱାର୍ଡ଼ କର୍ପୋରେଟର ଡି. କରୁଣାକର, ୨୨ନଂ ୱାର୍ଡ଼ କର୍ପୋରେଟର ପ୍ରଦୀପ କୁମାର ଶତପଥୀ ଓ ୨୭ନଂ ୱାର୍ଡ଼ କର୍ପୋରେଟର ନୀଳକଣ୍ଠ ସାହୁ ବିଜେଡ଼ିରେ ସାମିଲ୍ ହୋଇଥିଲେ । ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବରୁ ଦଳରେ ଯୋଗ ଦେଇଥିବା ସ୍ୱାଧୀନ କର୍ପୋରେଟର ପ୍ରଶାନ୍ତ କୁମାର ପଟ୍ଟନାୟକ ଓ ନୃସିଂହ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button