ରାଜନୀତି

ଦଳ ଦଳ ମଧ୍ୟରେ କୁହୁଳୁଛି ଅସନ୍ତୋଷ ନିଆଁ – Ibnodisha

[ad_1]

ଭୁବନେଶ୍ବର: ବିଜେପି ପକ୍ଷରୁ ୨୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ଅନ୍ୟ ଦଳ ଛାଡି ବିଜେପିରେ ଯୋଗଦେଇଥିବା ନେତାଙ୍କ ଉପରେ ଦଳ ଭରସା କରିଛି। ସେମାନଙ୍କୁ ଟିକେଟ ଦେଇଛି। ଫଳରେ ଏନେଇ ଦଳ ପାଇଁ ଦନରାତି ଖଟିଥିବା ନେତାଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି। ନିକଟରେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା କୈଳାସ କୁଲେସିକାଙ୍କୁ ପ୍ରାର୍ଥୀ କରାଯାଇଛି। ବିଜେପି ତାଙ୍କୁ ଲକ୍ଷ୍ମୀପୁର ଆସନରୁ ପ୍ରାର୍ଥୀ କରିଛି।କୈଳାସ କୁଲେସିକା କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିଲେ। କିନ୍ତୁ ଟିକେଟ ନ ମିଳିବାରୁ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ଟିକେଟ ଦେବାର ପ୍ରତିଶ୍ରୁତି ଦେଇ ବିଜେଡି ତାଙ୍କୁ ଦଳରେ ଯୋଗ ଦେବାକୁ କହିଥିଲା ବୋଲି ସେ ଅଭିଯୋଗ କରିଥିଲେ।
ଡମ୍ବରୁ ଶିଶାଙ୍କୁ ମଧ୍ୟ ବିଜେପି ଟିକେଟ ଦେଇଛି। ଗତ ମାସରେ ସେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ୨୦୧୪ରେ ଡମ୍ବରୁ ଚିତ୍ରକୋଣ୍ଡା ଆସନରୁ ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୯ରେ ତାଙ୍କୁ ଦଳ ଟିକେଟ ଦେଇ ନଥିଲା।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button