ରାଜନୀତି

ଗଞ୍ଜାମରୁ ବିକାଶ ବିରୋଧୀଙ୍କୁ ସିଧା ଟାର୍ଗେଟ୍ କଲେ କାର୍ତ୍ତିକ ପାଣ୍ଡିଆନ୍‌ – Ibnodisha

[ad_1]

 ଆଖି ଖୋଲି ରାଜ୍ୟ ସରକାରଙ୍କ ବିକାଶ କାର୍ଯ୍ୟ ଦେଖିବାକୁ ପରାମର୍ଶ
 ରୂପାନ୍ତରଣ କାର୍ଯ୍ୟର ଗୋଟି ଗୋଟି ହିସାବ ଦେଲେ କାର୍ତ୍ତିକ ପାଣ୍ଡିଆନ
 ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କଲେ ୫ଟି ଅଧ୍ୟକ୍ଷ
 ରବିବାରରେ ଆଲୋଚନା କରିଥିବାରୁ ଛାତ୍ରଛାତ୍ରୀଙ୍କୁ ଧନ୍ୟଦାଦ ଜଣାଇଲେ ଶ୍ରୀ ପାଣ୍ଡିଆନ
 ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ ୪୦ହଜାରକୁ ବୃଦ୍ଧି ପାଇଁ ଧନ୍ୟବାଦ ଜଣାଇଲେ ଛାତ୍ରଛାତ୍ରୀ
 ଜିଲ୍ଲା ଗସ୍ତ ସମୟରେ ହଜାର ହଜାର ଲୋକ ଦେଲେ ଉଚ୍ଛସ୍ୱିତ ସମ୍ବର୍ଦ୍ଧନା
ଭୁବନେଶ୍ୱର, : ଗଞ୍ଜାମ ଜିଲ୍ଲା ଗସ୍ତ ବେଳେ ବିକାଶକୁ ବିରୋଧ କରୁଥିବା ବିରୋଧୀଙ୍କୁ ଜବାବ ଦେଇଛନ୍ତି ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେବା ପରେ ଗଞ୍ଜାମ ଜିଲ୍ଲାକୁ ପ୍ରଥମ ଗସ୍ତ ଅବସରରେ କାର୍ତ୍ତିକ ପାଣ୍ଡିଆନ୍ କହିଛନ୍ତି ଯେ କିଛି ଲୋକଙ୍କୁ ବିକାଶ ଦେଖା ଯାଉନାହିଁ । ରୂପାନ୍ତରଣକୁ ଗ୍ରହଣ କରିପାରୁନାହାନ୍ତି । ରୂପାନ୍ତରଣ କଥା ଆସିଲା ବେଳକୁ ସେମାନେ ଅନ୍ଧ ହେଇଯାଉଛନ୍ତି । ଆଖି ଖୋଲିଲେ ସମଗ୍ର ଓଡ଼ିଶାର ସବୁଠି ବିକାଶ ଓ ରୂପାନ୍ତରଣ ଜଳଜଳ ହୋଇ ଦେଖାଯିବ । ଶିକ୍ଷାରୁ ସ୍ୱାସ୍ଥ୍ୟସେବା, ଗମନାଗମନରୁ ଐତିହ୍ୟସ୍ଥଳୀର ସୌନ୍ଦର୍ଯ୍ୟକରଣ । ବିକାଶର ନୂଆ ଅଧ୍ୟାୟ ଲେଖୁଛି ଓଡ଼ିଶା । ଐତିହାସିକ ରୂପାନ୍ତରଣ ଦେଖି ବି କିଛି ଲୋକ ବାରମ୍ବାର ଅପପ୍ରଚାର କରୁଛନ୍ତି । ଗଞ୍ଜାମରେ ଗ୍ରାଉଣ୍ଡ ଜିରୋ ସମୀକ୍ଷା କରିବା ବେଳେ ବିରୋଧୀଙ୍କୁ ସିଧା ଜବାବ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ୍ ।
ସେ କହିଛନ୍ତି ଯେ ସାରା ରାଜ୍ୟରେ ରୂପାନ୍ତରଣ କରୁଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ମାର୍ଟ କ୍ଲାସରୁମ୍‌, ଇ-ଲାଇବ୍ରେରୀ ସାଙ୍ଗକୁ ବିଭିନ୍ନ ସୁବିଧା ସହ ସ୍କୁଲ ରୂପାନ୍ତରଣ ହୋଇଛି । ରାଜ୍ୟରେ ସବୁ କଲେଜର ବଦଳୁଛି ରୂପରେଖ । ବଡ଼ ସ୍ୱପ୍ନ ଦେଖିବାକୁ ଗରିବଙ୍କୁ ଆଜି ସଶକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗରିବରୁ ଗରିବ ଲୋକ ମଧ୍ୟ ନିଜ ସନ୍ତାନକୁ ଡାକ୍ତର, ଇଂଜିନିୟର, ଆଇଏଏସ୍ କରିବାର ସ୍ୱପ୍ନ ଦେଖୁଛି ଓ ତାକୁ ସାକାର କରିବାର ସାମର୍ଥ୍ୟ ମଧ୍ୟ ରଖୁଛି । କେବଳ ସେତିକି ନୁହେଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଦ୍ୱାରା ବଡ଼ ହସପିଟାଲରେ ଗରିବଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ମିଳିପାରୁଛି । ସାରା ରାଜ୍ୟରେ ଆମ ହସପିଟାଲ ଯୋଜନା କାର୍ଯ୍ୟକାରୀ ହୋଇଛି । ମେଡିକାଲ କଲେଜ ସଂଖ୍ୟା ବଢିଛି । ଏବେ ଡାକ୍ତର ବଳକା ରାଜ୍ୟ ହୋଇଛି ଓଡ଼ିଶା ।
ପୁରୀ ଶ୍ରୀମନ୍ଦିରରୁ ସମଲେଇ ମନ୍ଦିର, ଗୁପ୍ତେଶ୍ୱରରୁ ଆଖଣ୍ଡଳମଣି ରାଜ୍ୟର ସବୁ ଐତିହ୍ୟସ୍ଥଳୀର ରୂପାନ୍ତର କରାଯାଇଛି । ସବୁ ପଞ୍ଚାୟତରେ ଥିବା ମନ୍ଦିରର ସୌନ୍ଦର୍ଯ୍ୟକରଣ ହେଉଛି । ମିଶନ ଶକ୍ତି, ଆମ ବ୍ୟାଙ୍କ ଭଳି ଅର୍ଥନୈତିକ ଅଭିଯାନ ଦ୍ୱାରା ଲୋକଙ୍କ ଜୀବନଧାରା ବଦଳିଛି । ଲକ୍ଷ୍ମୀ ବସ୍ ଯୋଜନା, ରାସ୍ତା ଓ ସେତୁ ନିର୍ମାଣ ଦ୍ୱାରା ଗମନାଗମନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି । ଯଦି ଏସବୁ ରୂପାନ୍ତରଣ କିଛି ଲୋକଙ୍କୁ ଦିଶୁନି, ତେବେ ସେମାନେ ଆଖି ଖୋଲିବା ଦରକାର ବୋଲି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଛନ୍ତି । ଦୁଇ ଦିନିଆ ଗଞ୍ଜାମ ଗସ୍ତରେ ଯାଇଥିବା ବେଳେ ଆଜି ଛତ୍ରପୁର ସୁନ୍ଦରେଶ୍ୱର ମନ୍ଦିରର ରୂପାନ୍ତରଣ କାର୍ଯ୍ୟ ସମୀକ୍ଷା ବେଳେ ସେ ଏହା କହିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୧୬ତାରିଖରୁ ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଦୁଇ ଦିନିଆ ଗଂଜାମ ଜିଲ୍ଲା ଗସ୍ତ କରିଥିଲେ । ଏହି ଗସ୍ତର ପ୍ରଥମ ଦିନରେ ହିଞ୍ଜିଳିକାଟୁ ନିକଟ କୋଚିଲିମାଠାରେ ଥିବା ଖମ୍ବେୟାଦୋରା ଜୁନିଅର କଲେଜରେ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରି ସେମାନଙ୍କୁ ବଡ଼ ସ୍ୱପ୍ନ ଦେଖିବାକୁ ଉତ୍ସାହିତ କରିଥିଲେ । ହିଞ୍ଜିଳିକାଟୁ ମିନି ଷ୍ଟାଡିୟମଠାରେ ନୂଆ-ଓ କାର୍ଯ୍ୟକ୍ରମରେ ମଧ୍ୟ ଛାତ୍ରଛାତ୍ରୀମାନଙ୍କ ସହ ଭାବର ଆଦାନପ୍ରଦାନ କରିଥିଲେ । ପରେ ଶେରଗଡ଼ ଯାଇ ମିଶନ ଶକ୍ତି ମାଆ ଓ ଚାଷୀମାନଙ୍କ ସହ ପୃଥକ ପୃଥକ ଆଲୋଚନା କରିଥିଲେ । ସଂଧ୍ୟାରେ ବ୍ରହ୍ମପୁରର ଇଷ୍ଟଦେବୀ ମା’ ବୁଢୀ ଠାକୁରାଣୀଙ୍କ ମନ୍ଦିର ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କରିଥିଲେ ।
ଗସ୍ତର ଦ୍ୱିତୀୟ ଦିନ ଅର୍ଥାତ ଆଜି ଭୋରରୁ କାର୍ତ୍ତିକ ପାଣ୍ଡିଆନ୍ ପ୍ରଥମେ ଏମକେସିଜି ମେଡିକାଲ କଲେଜ ଯାଇ ସେଠାରେ ଡାକ୍ତରୀ ଛାତ୍ରଙ୍କ ସହ ଆଲୋଚନା କରିଥିଲେ । ତେବେ ରବିବାର ଦିନ ଭୋର ୫ଟା ୪୫ରେ ପହଞ୍ଚିଥିବାରୁ ସମସ୍ତଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ ଶ୍ରୀ ପାଣ୍ଡିଆନ । ଏଥିସହ ମେଡିକାଲର ବିଭିନ୍ନ ୱାର୍ଡ ବୁଲିବା ସହ ଏମକେସିଜିରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ଡାକ୍ତରୀ ଛାତ୍ରଛାତ୍ରୀ ଓ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ସହ ମେଡିକାଲ କଲେଜ ରୂପାନ୍ତରଣର ମାଷ୍ଟରପ୍ଲାନ ଅନୁଧ୍ୟାନ କରିଥିଲେ । ୭୬କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ଥିବା କ୍ୟାନ୍ସର କେୟାର ସେଌକ୍ଷଗ୍ଧ;ରର ମଧ୍ୟ ସମୀକ୍ଷା କରିଥିଲେ । ଏହି ଅବସରରେ ହାଉସ ସର୍ଜନମାନଙ୍କ ଷ୍ଟାଇପେଣ୍ଡ ମାସିକ ୨୮ହଜାର ଟଙ୍କାରୁ ୪୦ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିବାରୁ ଡାକ୍ତରୀ ଛାତ୍ରଛାତ୍ରୀମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଗତ ଡାକ୍ତର ଦିବସରେ ଷ୍ଟାଇପେଣ୍ଡ ବୃଦ୍ଧି ପାଇଁ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ୫ଟି ଅଧ୍ୟକ୍ଷ ପ୍ରତିଶ୍ରୁତି ଦେଇଥିଲେ ।
ବ୍ରହ୍ମପୁର ଉପକଣ୍ଠ କୁକୁଡ଼ାଖଣ୍ଡୀର କୁସୁମୀଠାରେ ତିଆରି ହେଉଥିବା ରିଂ ରୋଡ୍ ଯାଇ ସେଠାରେ ମଧ୍ୟ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ । ୨୨୦ କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ରିଂରୋଡ କାମ ୨୦୨୫ ଡିସେମ୍ବର ସୁଦ୍ଧା ସାରିବାକୁ ସମୟ ଧାର୍ଯ୍ୟ ହୋଇଛି । ଏହି ପ୍ରକଳ୍ପ ପାଇଁ ସହଯୋଗ କରିଥିବାରୁ ଜନସାଧାରଣଙ୍କୁ ଶ୍ରୀ ପାଣ୍ଡିଆନ ଧନ୍ୟବାଦ ଦେଇଥିଲେ ।
ଜିଲ୍ଲାର ସମସ୍ତ ୫ଟି କଲେଜର ରୂପାନ୍ତରଣ ଫେବ୍ରୁଆରୀ ଶେଷ ସପ୍ତାହ ସୁଦ୍ଧା ସାରିବା ପାଇଁ ଜିଲ୍ଲା ପ୍ରଶାସନକୁ ଏହି ଅବସରରେ ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ । ଗୋପାଳପୁର ମାର୍କଣ୍ଡିଠାରେ ୯୩ କୋଟି ଓ ହରିପୁରଠାରେ ୮୪କୋଟି ବ୍ୟୟରେ ନିର୍ମାଣାଧୀନ ପ୍ରକଳ୍ପର ମଧ୍ୟ ସମୀକ୍ଷା କରିଥିଲେ । ଏହି ପ୍ରକଳ୍ପ ଦ୍ୱାରା ନଦୀ ମୁହାଣ ଖୋଲିବାରେ ସହାୟକ ହେବ । ମତ୍ସ୍ୟଜୀବୀମାନେ ବିଶେଷ ଭାବେ ଉପକୃତ ହେବେ । ଛତ୍ରପୁର ନିକଟ ଋଷିକୁଲ୍ୟା ନଦୀର କଂସାରୀଗଣ୍ଡଠାରେ ନିର୍ମାଣାଧୀନ ଇନଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକଚର ବା ପ୍ରବାହିତ ଜଳରେ ଜଳସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଥିଲେ ୫ଟି ଅଧ୍ୟକ୍ଷ । ଖଲ୍ଲିକୋଟରେ ୧୧୪କୋଟି ଟଙ୍କା ବ୍ୟୟରେ ସାଳିଆଡ୍ୟାମରୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ମଧ୍ୟ ସମୀକ୍ଷା କରିଥିଲେ । ୧୫୭୨କୋଟି ଟଙ୍କା ବ୍ୟୟରେ ପୋଲସରା ଓ କବିସୂର୍ଯ୍ୟନଗର ଅଞ୍ଚଳରେ ନିର୍ମାଣାଧୀନ ମେଗା ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ମଧ୍ୟ ସମୀକ୍ଷା କରିଥିଲେ । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଉଭୟ ପୋଲସରା ଓ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀର ୧୧ଟି ବ୍ଲକବାସୀ ଉପକୃତ ହେବେ । ୫୦କୋଟି ଟଙ୍କା ବ୍ୟୟରେ ଆସିକା ଉପଖଣ୍ଡ ହସ୍ପିଟାଲ ଉନ୍ନତିକରଣ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ କାର୍ତ୍ତିକ ପାଣ୍ଡିଆନ ।
ଭଞ୍ଜନଗରଠାରେ ୧୯୧୩କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ, ୧୨୦କୋଟି ବ୍ୟୟରେ ନୂଆଗାଁଠାରେ ଋଷିକୁଲ୍ୟା ନଦୀର ଜଳସେଚନ ଯୋଜନା, ୩୦କୋଟି ୬୨ଲକ୍ଷ ବ୍ୟୟରେ ଢୋଲପିଟା ବଡନଦୀରେ ଇନଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକଚର ନିର୍ମାଣ ସଂପର୍କରେ ସ୍ଥାନୀୟ ବିଧାୟକ ବିକ୍ରମ କେଶରୀ ଆରୁଖଙ୍କ ସହ ଆଲୋଚନା କରିଥିଲେ ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।
ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର, ଛତ୍ରପୁର ନିକଟସ୍ଥ ସୁନ୍ଦରେଶ୍ୱର, ପୁରୁଷୋତ୍ତମପୁରର ତୁମ୍ବେଶ୍ୱର, ପୋଲସରା ନିକଟସ୍ଥ ମାରଦାର ଶୂନ୍ୟ ମନ୍ଦିର, ଆଠଗଡ଼ର ଶ୍ରୀଜଗନ୍ନାଥ ମନ୍ଦିର, ଆସିକାର ପ୍ରସିଦ୍ଧ ଖମ୍ବେଶ୍ୱର ମନ୍ଦିର ଓ ଶେଷରେ କୁଲାଡ଼ର ମାଆ ବ୍ୟାଘ୍ରଦେବୀଙ୍କ ମନ୍ଦିରର ରୂପାନ୍ତରଣ କାର୍ଯ୍ୟ ସମୀକ୍ଷା କରିଥିଲେ । ପାଣ୍ଡିଆନଙ୍କ ଗସ୍ତ ଅବସରରେ ପ୍ରତ୍ୟେକ ସ୍ଥାନରେ ହଜାର ହଜାର ଲୋକ ଉପସ୍ଥିତ ରହି ତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଏହି ଗସ୍ତ ସମୟରେ ବିଭିନ୍ନ ସ୍ଥାନରେ ଜନସାଧାରଣଙ୍କୁ ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ନୂଆ ଓଡ଼ିଶା ଗଠନରେ ସାମିଲ ହେବାକୁ ସେ ଆହ୍ୱାନ ଦେଇଥିଲେ । ସର୍ବୋପରି ରାଜ୍ୟର ସବୁଠୁ ଗରିବ ବ୍ୟକ୍ତିକୁ ବଡ ସ୍ୱପ୍ନ ଦେଖିବାକୁ ସକ୍ଷମ କରିବା ସହ ନୂତନ ଓଡ଼ିଶା ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ରୂପାନ୍ତରଣ କରୁଥିବା ସେ କହିଛନ୍ତି ।
ଦୁଇ ଦିନିଆ ଗଂଜାମ ଗସ୍ତ ବେଳେ ଜିଲ୍ଲାର ବିଭିନ୍ନ ମନ୍ଦିର ଓ କଲେଜର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ଅର୍ଥ ମଂଜୁର କରିଥିବା କଥା କାର୍ତ୍ତିକ ପାଣ୍ଡିଆନ ଘୋଷଣା କରିଛନ୍ତି । କେବଳ ମନ୍ଦିର ରୂପାନ୍ତରଣ ପାଇଁ ୧୧କୋଟି ୫୦ଲକ୍ଷ ଟଙ୍କା ମଂଜୁର ହୋଇଥିବା ସେ ଘୋଷଣା କରିଥିଲେ ।
ରଙ୍ଗେଇଲୁଣ୍ଡା ବ୍ଲକର ଧବଳେଶ୍ୱର ମନ୍ଦିର ପାଇଁ ୧କୋଟି ୨୦ଲକ୍ଷ, ଛତ୍ରପୁର ବ୍ଲକର ସୁନ୍ଦରେଶ୍ୱର ମନ୍ଦିର ପାଇଁ ଦେଢ କୋଟି , ରାମଚଣ୍ଡୀ ମନ୍ଦିର ପାଇଁ ୨କୋଟି ୨୦ଲକ୍ଷ , ବଟେଶ୍ୱର ମନ୍ଦିର ପାଇଁ ୧କୋଟି ୫୦ଲକ୍ଷ ମଂଜୁର ହୋଇଛି । ସେହିପରି ପୁରୁଷୋତ୍ତମପୁର ବ୍ଲକର ତୁମ୍ବେଶ୍ୱର ମନ୍ଦିରର ଉନ୍ନତିକରଣ ପାଇଁ ୧କୋଟି ୨୦ଲକ୍ଷ ମଞ୍ଜୁର କରାଯାଇଛି । ପୋଲସରା ବ୍ଲକର ମାରଦା ମନ୍ଦିରର ଉନ୍ନତି ପାଇଁ ୨କୋଟି ଟଙ୍କା ମଂଜୁର ହୋଇଛି । ଆଠଗଡ ଜଗନ୍ନାଥ ମନ୍ଦିର ଉନ୍ନତିକରଣ ପାଇଁ ୨କୋଟି, ଖଲ୍ଲିକୋଟ ନାରାୟଣୀ ମନ୍ଦିର ପାଇଁ ୨ କୋଟି ଟଙ୍କା, ଆସିକା ଖମ୍ବେଶ୍ୱରୀ ମନ୍ଦିର ପାଇଁ ୧କୋଟି ୮ଲକ୍ଷ ଟଙ୍କା ମଂଜୁର ହୋଇଛି । କୁଲାଡ ବ୍ୟାଘ୍ରଦେବୀ ମନ୍ଦିର ପାଇଁ ୧କୋଟି ୮୮ଲକ୍ଷ ମଂଜୁର ହୋଇଛି । ସେହିଭଳି ପଞ୍ଚମା ସିଦ୍ଧବିନାୟକ ମନ୍ଦିର ଉନ୍ନତି ପାଇଁ ୧କୋଟି ୨୦ଲକ୍ଷ, ଖଲ୍ଲିକୋଟ କଲେଜ ପାଇଁ ୨ କୋଟି ୫୦ ଲକ୍ଷ ଟଙ୍କା କେଶପୁର କଲେଜର ବିକାଶ ପାଇଁ ୧କୋଟି ଟଙ୍କା ମଂଜୁର ହୋଇଛି । କବିସୂର୍ଯ୍ୟନଗର ମାତା ସରସ୍ୱତୀ ମନ୍ଦିର ପାଇଁ ୧କୋଟି , କୋଦଳା ଦଣ୍ଡେଶ୍ୱର ମନ୍ଦିର ପାଇଁ ୫୦ଲକ୍ଷ ମଂଜୁର ହୋଇଛି । କବିସୂର୍ଯ୍ୟନଗରର ସମସ୍ତ କଲେଜ ପାଇଁ ୧କୋଟି ଲେଖାଏଁ ମଂଜୁର ହୋଇଥିବା କାର୍ତ୍ତିର୍କ ପାଣ୍ଡିଆନ ଘୋଷଣା କରିଛନ୍ତି । ଏହି ଗସ୍ତ ସମୟରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ବିଜେଡି ପର୍ଯ୍ୟବେକ୍ଷକ ତଥା ସାଂସଦ ମାନସ ରଂଜନ ମଙ୍ଗରାଜ ଓ ବିଭିନ୍ନ ର୍ନିବାଚନ ମଣ୍ଡଳୀର ବିଧାୟକ, ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button