ଅପରାଧ

ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ – Ibnodisha

[ad_1]

କେନ୍ଦୁଝର: ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ । କେନ୍ଦୁଝର ଫାଷ୍ଟ ଟ୍ରାକ କୋର୍ଟ ଦଣ୍ଡାଦେଶ ଶୁଣାଇଛନ୍ତି । ଜେଲଦଣ୍ଡ ସହ ୧୦ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଜରିମାନା ଅନାଦେୟ ଅଧିକ ୬ ମାସ ଜେଲର ନିର୍ଦ୍ଦେଶ ରହିଛି । ୨୦୨୦ ମସିହା ଅଗଷ୍ଟ ମାସରେ କେନ୍ଦୁଝର ଟାଉନ ଥାନା ଅଲଣାପଦା ଗାଁର ଜଣେ ନାବାଳିକାକୁ ପାଟଣା ଥାନା ଉଦୟପୁର ଗାଁର ଅଭିଯୁକ୍ତ ନିରଞ୍ଜନ କାରୁଆ ଅପହରଣ କରିନେଇଥିଲା । ନାବାଳିକାକୁ ଧମକ ଦେଇ ବିବାହ ମଧ୍ୟ କରିଥିଲା ଅଭିଯୁକ୍ତ । ଏନେଇ ପୀଡ଼ିତାଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ । ଘଟଣାର ୩ ମାସ ପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ସାକ୍ଷୀ ଓ ପୀଡିତାଙ୍କ ବୟାନକୁ ଆଧାର କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button