ଦେଶ

ଇଲେକ୍ଟୋରାଲ୍ ବଣ୍ଡ୍ ମାମଲା: ଏସ୍‌ବିଆଇକୁ ପୁଣି ଭର୍ତ୍ସନା କଲେ ସୁପ୍ରିମକୋର୍ଟ – Ibnodisha

[ad_1]

ନୂଆଦିଲ୍ଲୀ: ଇଲେକ୍ଟୋରାଲ୍ ବଣ୍ଡ୍ ମାମଲାରେ ଏସ୍‌ବିଆଇକୁ ଆଜି ପୁଣିଥରେ ସୁପ୍ରିମକୋର୍ଟ କଡା ଭର୍ତ୍ସନା କରିଛନ୍ତି । ଏଥିସହ ସୁପ୍ରିମକୋର୍ଟ, ଏସ୍‌ବିଆଇକୁ ଆସନ୍ତା ୩ ଦିନ ମଧ୍ୟରେ ଅର୍ଥାତ୍ ୨୧ ତାରିଖ ଅପରାହ୍ନ ୫ଟା ସୁଦ୍ଧା ଇଲେକ୍ଟୋରାଲ୍ ବଣ୍ଡ୍ ସମ୍ପର୍କୀତ ସବିଶେଷ ବିବରଣୀ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନ ବିଚାରପତି (ସିଜେଆଇ) ଡିୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରିବା ସହ ନିଜ ରାୟରେ କହିଛନ୍ତି ଯେ ଏସ୍‌ବିଆଇ ଇଲେକ୍ଟୋରାଲ୍ ବଣ୍ଡ୍ ସମ୍ପର୍କୀତ ସମ୍ପୂର୍ଣ୍ଣ ବିବରଣୀ ପ୍ରକାଶ କରିବା ଆବଶ୍ୟକ ଏବଂ ଏଥିରେ କୌଣସି ପ୍ରକାର ସନ୍ଦେହ ରହିବା ଉଚିତ୍ ନୁହେଁ ।

ସିଜେଆଇ ଡିୱାଇ ଚନ୍ଦ୍ରଚୂଡଙ୍କ ସହ ଜଷ୍ଟିସ୍ ସଞ୍ଜୀବ ଖାନ୍ନା, ଜଷ୍ଟିସ୍ ବିଆର ଗବାଇ, ଜଷ୍ଟିସ୍‌୍ ଜେବି ପାର୍ଦ୍ଦିୱାଲା ଓ ଜଷ୍ଟିସ୍ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି ସମୟରେ କହିଛନ୍ତି ଯେ ଏସ୍‌ବିଆଇ ବାଛି ବାଛି ତଥ୍ୟ ଦେବା କଦାପି ଗ୍ରହଣଯୋଗ୍ୟ ନୁହେଁ । ନିର୍ବାଚନୀ ବଣ୍ଡ୍ ସମ୍ପର୍କୀତ ସମସ୍ତ ବିବରଣୀ ପ୍ରକାଶ କରିବାକୁ ପଡ଼ିବ । କୌଣସି ତଥ୍ୟକୁ ଲୁଚାଯିବା ଉଚିତ୍ ନୁହେଁ । ଇଲେକ୍ଟୋରାଲ ବଣ୍ଡ୍ ସମ୍ପର୍କୀତ ପୂର୍ଣ୍ଣାଙ୍ଗ ରିପୋର୍ଟ ଯେଉଁଥିରେ ୟୁନିକ୍ ବଣ୍ଡ୍ ନମ୍ବର, କିଣିଥିବା ବ୍ୟକ୍ତିବିଶେଷଙ୍କ ସବିଶେଷ ତଥ୍ୟ ଏବଂ ଗ୍ରହଣକାରୀ ରାଜନୈତିକ ଦଳଙ୍କ ସମ୍ପର୍କରେ ସୂଚନା ତଥା କେଉଁ ତାରିଖରେ କିଣାବିକା ହୋଇଛି ଇତ୍ୟାଦି ସବୁକିଛି ଏହି ତଥ୍ୟରେ ସଂଲଗ୍ନ ହେବା ଉଚିତ୍ । ଏସବୁ ତଥ୍ୟକୁ ୨୧ ତାରିଖ ଅପରାହ୍ନ ୫ଟା ସୁଦ୍ଧା ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିବାକୁ ସୁପ୍ରିମକୋର୍ଟ ନିଜ ରାୟରେ ସ୍ପଷ୍ଟ କରିଛନ୍ତି । ଗତ ସପ୍ତାହରେ ଏସ୍‌ବିଆଇକୁ ଇଲେକ୍ଟୋରାଲ୍ ବଣ୍ଡ୍ ସମ୍ପର୍କୀତ ସବିଶେଷ ତଥ୍ୟସବୁକୁ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଏସ୍‌ବିଆଇ ମଧ୍ୟ ସେସବୁ ତଥ୍ୟକୁ ନିର୍ବାଚନ ଆୟୋଗଙ୍କୁ ହସ୍ତାନ୍ତର କରିଥିଲା । କିନ୍ତୁ ସେସବୁରେ ଇଲେକ୍ଟୋରାଲ ବଣ୍ଡ୍‌ର ୟୁନିକ୍ ନମ୍ବର ସମ୍ପର୍କୀତ କୌଣସି ସୂଚନା ନଥିôବା ଜାଣିବାକୁ ମିଳିଥିଲା । ଏହାକୁ ନେଇ ସୁପ୍ରିମକୋର୍ଟ ବିରକ୍ତି ପ୍ରକାଶ କରିବା ସହ ଏସ୍‌ବିଆଇର ଏଭଳି ଆଭିମୁଖ୍ୟକୁ ତୀବ୍ର ନିନ୍ଦା କରିଛନ୍ତି । ଆଜିର ଶୁଣାଣି ସମୟରେ ଖଣ୍ଡପୀଠ, ଏସ୍‌ବିଆଇକୁ ପ୍ରଶ୍ନ କରିଥିଲେ କ’ଣ ପାଇଁ ପୁରା ତଥ୍ୟ ଦାଖଲ କରାଯାଇନାହିଁ । ସବିଶେଷ ତଥ୍ୟ ଦାଖଲର ନିର୍ଦ୍ଦେଶ ସତ୍ତ୍ୱେ ଅଧା ସୂଚନା କାହିଁକି ଦିଆଯାଇଛି? ଏସ୍‌ବିଆଇ ପକ୍ଷରୁ କିନ୍ତୁ ଏହି ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦିଆଯାଇପାରିନଥିଲା । ବରିଷ୍ଠ ଆଡଭୋକେଟ୍ ହରିଶ ସାଲ୍‌ଭେ ଏସ୍‌ବିଆଇ ପକ୍ଷରୁ ମାମଲା ପରିଚାଳନା କରୁଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button