ରାଜ୍ୟ

ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବଢିବ ଶୀତ – Ibnodisha

[ad_1]

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ଅନୁଭୂତ ହେଉଛି। ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଥିବାରୁ ଲଗାତାର ତାପମାତ୍ରା କମିବାରେ ଲାଗିଛି। ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ବର୍ତ୍ତମାନ ଗୋଟିଏ ପାଖରେ ପଶ୍ଚିମାଝଡ଼ ସକ୍ରିୟ ରହିଛି। ତେଣୁ ଓଡ଼ିଶାକୁ ଥଣ୍ଡା ବାୟୁ ପ୍ରବେଶ କରିପାରୁନାହିଁ। ଆସନ୍ତା ୨ ଦିନ ମଧ୍ୟରେ ଏହା ଦୁର୍ବଳ ହେବ ଓ ଏହା ପରେ ପୁଣି ରାଜ୍ୟକୁ ଥଣ୍ଡା ବାୟୁ ପ୍ରବାହ ବଢ଼ିବ। ଫଳରେ ପ୍ରବଳ ଶୀତ ହୋଇପାରେ। ଏବେ କେନ୍ଦୁଝରରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି।

ସେହିଭଳି ଫୁଲବାଣୀ, କୋରାପୁଟରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି।  ଆଗକୁ ବିଭିନ୍ନ ସ୍ଥାନରେ ଶୀତ ସହ କୁହୁଡ଼ି ମଧ୍ୟ ପଡ଼ିପାରେ। ବିଶେଷକରି ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର ସ୍ବଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ହେବ ବୋଲି ପାଣିପାଗ କେନ୍ଦ୍ର କହିଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button