ମନ୍ତ୍ରୀ ପ୍ରତାପ ଦେବଙ୍କ ମା’ ତଥା ପୂର୍ବତନ ବିଧାୟିକା ସୁଶ୍ରୀ ଦେବୀଙ୍କ ପରଲୋକ – Ibnodisha
[ad_1]
କେନ୍ଦ୍ରାପଡ଼ା : ମନ୍ତ୍ରୀ ପ୍ରତାପ ଦେବଙ୍କ ମା’ ତଥା ପୂର୍ବତନ ବିଧାୟିକା ସୁଶ୍ରୀ ଦେବୀଙ୍କ ବୁଧବାର ପରଲୋକ ଘଟିଛି । କଟକ ସ୍ଥିତ ବାସଭବନରେ ୭୩ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିବା ଜଣାପଡ଼ିଛି । ସୁଶ୍ରୀ ଦେବୀ ବିଜୁ ଜନତା ଦଳର ଜଣେ ରାଜନୀତିଜ୍ଞ ଓ ଓଡ଼ିଶାକୁ ପ୍ରତିନିଧିତ୍ୱ କରୁଥିବା ରାଜ୍ୟ ସଭାର ଜଣେ ସଦସ୍ୟ ଥିଲେ । ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ସେ ଆଳି ବିଧାୟିକା ହୋଇଥିଲେ ।
୨୦୦୨ରେ ସେ ରାଜ୍ୟସଭା ସଦସ୍ୟା ଭାବେ ମନୋନୀତ ହୋଇଥିଲେ । ମେ’ ୨୦୦୨ରେ ଶିଳ୍ପ କମିଟିର ସଦସ୍ୟ ଥିଲେ । ଅଗଷ୍ଟ ୨୦୦୨ରେ ଜଳ ସମ୍ପଦ ମନ୍ତ୍ରଣାଳୟର କନ୍ସଲ୍ଟେଟିଭ୍ କମିଟିର ମଧ୍ୟ ସଦସ୍ୟ ଥିଲେ । ୩ ବର୍ଷ ପର୍ଯ୍ୟନ୍ତ ଲିଫ୍ଟ ଇରିଗେସନ କର୍ପୋରେଶନ, ଓଡ଼ିଶାର ଡାଇରେକ୍ଟର ଥିଲେ । ୫ ବର୍ଷ ପର୍ଯ୍ୟନ୍ତ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗରେ ସଦସ୍ୟ ଥିଲେ । ୪ ବର୍ଷ ପର୍ଯ୍ୟନ୍ତ ଟିଏସି ଓଡ଼ିଶାରେ ସଦସ୍ୟ ଥିଲେ । ଚାରି ବର୍ଷ ପର୍ଯ୍ୟନ୍ତ କନ୍ସଲଟେଟିଭ୍ ଜଳସେଚନ କମିଟିର ସଦସ୍ୟ ଥିଲେ । ସେହିପରି ଦୁଇ ବର୍ଷ ପର୍ଯ୍ୟନ୍ତ ଶ୍ରୀ ବିହାର ସଂସ୍କୃତ ବିଶ୍ୱବିଦ୍ୟାଳୟ, ପୁରୀ ସହ ଜଡ଼ିତ ଥିଲେ । ପୂର୍ବରୁ ସେ ଜନତା ଦଳ ସହ ଜଡ଼ିତ ଥିଲେ ।
[ad_2]