ରାଜ୍ୟ

ଗୋପାଳପୁରରେ ହର୍ ଘର୍ ତ୍ରିରଙ୍ଗା ଶୋଭାଯାତ୍ରା, ଲୋକଙ୍କୁ ସଚେତନ କଲେ ପରିବହନ ମନ୍ତ୍ରୀ

ସବୁଠି ତ୍ରିରଙ୍ଗା ମାହୋଲ । ତ୍ରିରଙ୍ଗା ଶୋଭାଯାତ୍ରା । ହାତରେ ତ୍ରିରଙ୍ଗା ପତାକା, ମନରେ ଦେଶ ପ୍ରେମ ମନୋଭାବ । ଏଭଳି ବାର୍ତ୍ତା ନେଇ ଚାଲିଛି ତ୍ରିରଙ୍ଗା ଶୋଭାଯାତ୍ରା । ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ମଧ୍ୟ ଏଭଳି ଶୋଭାଯାତ୍ରା ଦେଖିବାକୁ ମିଳିଛି । ରାଜ୍ୟ ପରିବହନ, ବାଣିଜ୍ୟ, ଖଣି ଓ ଇସ୍ପାତ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏହି ଶୋଭାଯାତ୍ରାରେ ଯୋଗଦେଇ ହର୍ ଘର୍ ତ୍ରିରଙ୍ଗା ବାର୍ତ୍ତା ନେଇ ସଚେତନ କରିଛନ୍ତି ।

ଲୋକଙ୍କ ମନରେ ଦେଶ ପ୍ରେମ ଜାଗ୍ରତ ହୋଇଛି । ଏଥିପାଇଁ ହଜାର ହଜାର ଯୁବକ ଏଭଳି ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ନିଜେ ମନ୍ତ୍ରୀ ବିଭୂତି ଭୂଷଣ ଜେନା ବାଇକ ଶୋଭାଯାତ୍ରାରେ ସାମିଲ ହୋଇ ହାତରେ ତ୍ରିରଙ୍ଗା ଧରି ଲୋକଙ୍କୁ ଜାତୀୟ ପ୍ରେମର ସଚେତନ କରାଇଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button