ରାଜ୍ୟ

ଶଙ୍କରାଚାର୍ଯ୍ୟଙ୍କୁ ଦିଆଗଲା ନିମନ୍ତ୍ରଣ ପତ୍ର – Ibnodisha

[ad_1]

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ପୂଜା ଓ ଲୋକାର୍ପଣ ଉତ୍ସବ ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ଠାରେ ପୁରୀ ଗୋବର୍ଦ୍ଧନ ମଠର ପୀଠାଧିଶ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ନିମନ୍ତ୍ରଣ ପତ୍ର ଦିଆଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାଶ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅଶୋକ ମହାପାତ୍ର, ଦୂର୍ଗା ଦାସ ମହାପାତ୍ର, ମାଧବ ମହାପାତ୍ର ଓ ଜଗନ୍ନାଥ ସିଂହାରୀ ମଧ୍ୟପ୍ରଦେଶ ଉଜ୍ଜୟିନୀ ଯାଇ ସେଠାରେ ପୁରୀ ଗୋବର୍ଦ୍ଧନ ମଠର ପୀଠାଧିଶ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ସାକ୍ଷାତ କରିବା ସହ ଉପସ୍ଥିତ ରହିବା ପାଇଁ ନିବେଦନ କରିଛନ୍ତି । ଆସନ୍ତା ମାସରେ ଶଙ୍କରାଚାର୍ଯ୍ୟ ଶ୍ରୀକ୍ଷେତ୍ରରେ ପହଞ୍ଚିବା ପରେ ଗଜପତି ମହାରାଜାଙ୍କ ନେତୃତ୍ୱରେ ଶ୍ରୀମନ୍ଦିର ପରିଚାଳନା କମିଟି ପାରମ୍ପରିକ ରୀତିରେ ଜଗତଗୁରୁଙ୍କୁ ନିମନ୍ତ୍ରଣ କରିବାର କାର୍ଯ୍ୟକ୍ରମ ରହିଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button