ରାଜ୍ୟ

ମାଟିତଳୁ ମିଳିଲା ବୃଦ୍ଧଙ୍କ ମୃତ ଦେହ – Ibnodisha

[ad_1]

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ରଜାମରା ଗାଁରେ ଘଟିଛି ଅଭାବନୀୟ ଘଟଣା। ୨୧ ତାରିଖରୁ ନିଖୋଜ ଥିଲେ ବୃଦ୍ଧ। ଆଜି ସକାଳେ ଚାଷ ଜମିରୁ ବୃଦ୍ଧଙ୍କ ମୃତଦେହ ମାଟିତଳୁ ଉଦ୍ଧାର କରିଛି ପୁଲିସ। ବୃଦ୍ଧଙ୍କୁ ହତ୍ୟା ପରେ ମାଟି ତଳେ ପୋତି ଦିଆଯାଇଥିବା ଅଭିଯୋଗ ହୋଇଛି। ମୃତ ବୃଦ୍ଧ ଜଣଙ୍କ ହେଲେ ଧୁବଲ ରଣା। ଧୁବଲ ୨୧ ତାରିଖରୁ ନିଖୋଜ ଥିଲେ। ପରିବାର ଲୋକେ ଚାରିଆଡେ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ। ପରେ ଧୁବଲ ନିଖୋଜ ଥିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଆଜି ସକାଳେ ଚାଷ ଜମିରୁ ଧୁବଲଙ୍କ ମୃତଦେହ ଉଦ୍ଧାର କରିଥିଲା। ପୁଲିସ ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଜମି ଜମା ପାଇଁ ଧୁବଲଙ୍କୁ ଅଭିଯୁକ୍ତ ଜଣଙ୍କ ହତ୍ୟା କରି ଚାଷ ଜମିରେ ପୋତି ଦେଇଥିବା ପୁଲିସ ନିକଟରେ ସ୍ୱୀକାର କରିଛି। ପୁଲିସ ଘଟଣାର ତଦନ୍ତ କରୁଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button