ଦେଶ

ୟୁଏସ୍ ସରକାର ବି ମାନିଲେ: ‘ଅରୁଣାଚଳ କେବଳ ଭାରତର ଅବିଚ୍ଛେଦ୍ୟ ଅଙ୍ଗ’ – Ibnodisha

[ad_1]

ୱାଶିଂଟନ୍ : ଅରୁଣାଚଳ ପ୍ରଦେଶକୁ ନେଇ ଭାରତ ଏବଂ ଚୀନ୍ ମଧ୍ୟରେ ରହିଆସିଥିବା ବିବାଦ ମଧ୍ୟରେ ଆମେରିକା ପକ୍ଷରୁ ଆଜି ଏକ ବଡ଼ ସ୍ପଷ୍ଟୀକରଣ ସାମ୍ନାକୁ ଆସିଛି । ଆମେରିକା ନିଜ ବୟାନ ମାଧ୍ୟମରେ ସ୍ପଷ୍ଟ କରିଛି ଯେ, ଅରୁଣାଚଳ ପ୍ରଦେଶ କେବଳ ଭାରତର ଅବିଚ୍ଛେଦ୍ୟ ଭୂଖଣ୍ଡ । ଏହା ଉପରେ ଚୀନ୍‌ର ଅନ୍ୟାୟ ଭାବେ ଅଧିକାର ସାବ୍ୟସ୍ତ କରିବାକୁ ଏକତରଫା ଚେଷ୍ଟା କରାଯିବା ଉଚିତ୍ ନୁହେଁ । ଅରୁଣାଚଳର ଭାରତ ଏବଂ ଚୀନ୍ ମଧ୍ୟରେ ରହିଥିବା ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ଉପରେ ଚୀନ୍‌ର ଅଧିକାର ସାବ୍ୟସ୍ତ ପ୍ରୟାସକୁ ଆମେରିକା ଦୃଢ଼ ବିରୋଧ କରୁଛି । ଚୀନ୍ ଭଲଭାବେ ଜାଣିରଖିବା ଉଚିତ୍ ଯେ, ଆମେରିକା ଅରୁଣାଚଳ ପ୍ରଦେଶକୁ ଭାରତୀୟ ଅଞ୍ଚଳ ଭାବେ ସ୍ୱୀକୃତି ଦେଇସାରିଛି ଏବଂ ଏଲ୍‌ଏସି ନିକଟରେ କୌଣସି ପ୍ରକାର ସାମରିକ କିମ୍ବା ବେସାମରିକ କାର୍ଯ୍ୟକଳାପ, ବଳପୂର୍ବକ ନିର୍ମାଣ ତଥା ଅନୁପ୍ରବେଶ ଉଦ୍ୟମ ଆଳରେ ଅଶାନ୍ତି ସୃଷ୍ଟି କରିବାର ପ୍ରୟାସକୁ ଆମେରିକା ବିରୋଧ କରୁଛି । ଆମେରିକୀୟ ବିଦେଶ ବିଭାଗର ପ୍ରମୁଖ ଉପମୁଖପାତ୍ର ବେଦାନ୍ତ ପଟେଲ୍ ବୁଧବାର ଆମେରିକାରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଆମେରିକା ସରକାରଙ୍କ ପକ୍ଷରୁ ଏପ୍ରକାର ବିବୃତି ରଖିଛନ୍ତି ।
ସୂଚନାଯୋଗ୍ୟ, ଆମେରିକା ପକ୍ଷରୁ ଅରୁଣାଚଳ ସମ୍ପର୍କରେ ଏପ୍ରକାର ବୟାନ ଏପରି ଏକ ସମୟରେ ସାମ୍ନାକୁ ଆସିଛି ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅରୁଣାଚଳ ଗସ୍ତକୁ ନେଇ ଚୀନ୍ ଆପତ୍ତି ଉଠାଇବା ସହ ଅରୁଣାଚଳ ଉପରେ ନିଜ ଅଧିକାର ଜାହିର କରିବାକୁ ବିବାଦୀୟ ବୟାନ୍‌ବାଜି ଆରମ୍ଭ କରିଦେଇଛି । ଅବଶ୍ୟ, ଅରୁଣାଚଳପ୍ରଦେଶକୁ ନିଜର ବୋଲି ଦାବି କରି ଚୀନ୍ ପକ୍ଷରୁ ଦିଆଯାଇଥିବା ବିବୃତି ଉପରେ ଭାରତ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ଦିଆଯାଇଛି । ଭାରତ ସରକାରଙ୍କ ଅଧୀନରେ ଥିବା କେନ୍ଦ୍ର ବିଦେଶ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, ଅରୁଣାଚଳ ପ୍ରଦେଶ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଥିଲା ଓ ଚିରକାଳ ପର୍ଯ୍ୟନ୍ତ ରହିବ ମଧ୍ୟ । ଭାରତ ସରକାରଙ୍କ ଉନ୍ନୟନମୂଳକ ପ୍ରକଳ୍ପରୁ ଅରୁଣାଚଳବାସୀ ଉପକୃତ ହେବା ପ୍ରକ୍ରିୟା ନିରବଚ୍ଛିନ୍ନ ଭାବେ ଜାରି ରହିବ । ଚୀନ୍ ପକ୍ଷରୁ ଏପ୍ରକାର ବିଭ୍ରାନ୍ତିକର ଦାବି ତଥା ବକ୍ତବ୍ୟକୁ ଭାରତ ସରକାର ପ୍ରତ୍ୟାଖ୍ୟାନ କରୁଛନ୍ତି । ନିଜ ସାର୍ବଭୌମତ୍ୱ ତଥା ଅଖଣ୍ଡତା ପ୍ରତି ଏପ୍ରକାର ବିଭ୍ରାନ୍ତିକର ବିବୃତିକୁ ଭାରତ ଦୃଢ଼ତାର ସହ ଖଣ୍ଡନ କରୁଛି । ସୂଚନାଯୋଗ୍ୟ ଚଳିତ ମାସରେ ଚୀନ୍ ପକ୍ଷରୁ ଅରୁଣାଚଳ ଉପରେ ଏପ୍ରକାର ଦାବି କ୍ରମାଗତ ୨ୟ ଥର ପାଇଁ କରାଯାଇଥିଲା । ଅରୁଣାଚଳ ପ୍ରଦେଶକୁ ଦକ୍ଷିଣ ତିବ୍‌ବତ ଭାବେ ଦର୍ଶାଉଥିବା ଚୀନ୍ ଅରୁଣାଚଳର ଯେଉଁ ଅଞ୍ଚଳ ଉପରେ ଦାବି କରୁଛି ଉକ୍ତ ଅଞ୍ଚଳକୁ ଜାଙ୍ଗନାନ୍ ଭାବେ ନାମିତ କରିଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button