ଦେଶ

ଟ୍ରାଫିକ ପୋଲିସକୁ ଅସଦାଚରଣ କଲେ ତେଲୁଗୁ ଅଭିନେତ୍ରୀ – Ibnodisha

[ad_1]

ହାଇଦ୍ରାବାଦ: ଟ୍ରାଫିକ ପୋଲିସକୁ ଅସଦାଚରଣ କଲେ ତେଲୁଗୁ ଅଭିନେତ୍ରୀ। ହାଇଦ୍ରାବାଦରେ ଘଟିଛି ଏଭଳି ଘଟଣା। ରାସ୍ତାର ଡାହାଣ ପଟେ ଆସୁଥିବାରୁ ତେଲୁଗୁ ଅଭିନେତ୍ରୀ ସୌମ୍ୟା ଜାନୁଙ୍କୁ ଅଟକାଇଥିଲେ ଟ୍ରାଫିକ ପୁଲିସ। ଏହା ପରେ ଅଭିନେତ୍ରୀ ମୋତେ କାହିଁକି ଅଟକାଉଛ ବୋଲି କହି ଯୁକ୍ତି କରିଥିଲେ । ଯୁକ୍ତିତର୍କ ଏତେ ବଢ଼ିଯାଇଥିଲା ‌ଯେ, ସୌମ୍ୟା ଟ୍ରାଫିକ ପୁଲିସଙ୍କ ପୋଷାକ ଫାଡ଼ି ଦେଇଥିବା କୁହାଯାଉଛି। ଫେବ୍ରୁଆରି ୨୪ରେ ଏହି ଘଟଣା ଘଟିଥିବା ବେଳେ ଏବେ ଏହାର ଭିଡିଓ ଭାଇରାଲ ହୋଇଛି। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ପୂରା ଘଟଣା କଏଦ ହୋଇଛି। ଭିଡିଓରେ ଦେଖାଯାଇଛି ଯେ, ରାସ୍ତାର ଡାହାଣ ପଟେ ଆସୁଥିବା ଦେଖି ଟ୍ରାଫିକ ପୁଲିସ ସୌମ୍ୟାଙ୍କୁ ଅଟକାଉଛନ୍ତି। ଏହା ଦେଖି ସୌମ୍ୟା ରାଗି ଯାଉଛନ୍ତି। ଗାଡ଼ିରୁ ବାହାରି ସେ ଟ୍ରାଫିକ ପୁଲିସଙ୍କ ସହ ଝଗଡ଼ା କରିବା ଆରମ୍ଭ କରିଦେଉଛନ୍ତି। ଭୁଲ ମାନିବା ପରିବର୍ତ୍ତେ ସମସ୍ତେ ଯାଉଛନ୍ତି, ମୁଁ ଗଲେ କ’ଣ ଅସୁବିଧା ହେଲା ବୋଲି କହୁଛନ୍ତି ସୌମ୍ୟା। ଟ୍ରାଫିକ ପୁଲିସଙ୍କ ବ୍ୟତୀତ ଅନ୍ୟ ଲୋକମାନେ ମଧ୍ୟ ସୌମ୍ୟାଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିବା ବେଳେ କାହା କଥା ନଶୁଣି ‌ଟ୍ରାଫିକ ପୁଲିସଙ୍କ ସହ ଅସଦାଚରଣ କରୁଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button