ରାଜନୀତି

ବିଜେପିରେ ମିଶିଲେ ପ୍ରଶାନ୍ତ ଜଗଦ୍ଦେବ – Ibnodisha

[ad_1]

ଭୁବନେଶ୍ୱର: ବିଜେଡିରୁ ବହିଷ୍କୃତ ହୋଇଥିବା ଆଉ ଜଣେ ନେତା ଏବେ ପଦ୍ମ ଶିବିରକୁ ଡେଇଁଛନ୍ତି । ସେ ହେଉଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଗୁରୁବାର ପ୍ରଶାନ୍ତ ଜଗଦ୍ଦେବ ବିଜେପିରେ ମିଶିଛନ୍ତି । ନିଜର ଦବଙ୍ଗଗିରି ପାଇଁ ବିବାଦୀୟ ହୋଇଥିବା ପ୍ରଶାନ୍ତ ଦୀର୍ଘଦିନ ଧରି ଚିଲିକା ରାଜନୀତିରୁ ଦୂରେଇ ରହିଥିବା ବେଳେ ବିଜେପିରେ ମିଶିବା ନେଇ ଗତ କିଛି ଦିନ ହେଲା ଚର୍ଚ୍ଚା ହେଉଥିଲା । ତେବେ ଆଜି ଉକ୍ତ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ, ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ଦାସ, ପୃଥ୍ୱୀରାଜ ହରିଚନ୍ଦନ, ଭୃଗୁ ବକ୍ସିପାତ୍ରଙ୍କ ଉପସ୍ଥିତିରେ ପ୍ରଶାନ୍ତ ପଦ୍ମ ଧରିଛନ୍ତି । ରାଜ୍ୟ ବିଜେପି ନିର୍ବାଚନ ସହ-ପ୍ରଭାରୀ ଲତା ଉସେଣ୍ଡି  ଦଳୀୟ ଉତ୍ତରୀୟ ଓ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଦଳୀୟ ଟୋପି ପ୍ରଦାନ ଦେଇ ପ୍ରଶାନ୍ତଙ୍କୁ ଦଳକୁ ସ୍ୱାଗତ କରିଥିଲେ । ଖୋର୍ଦ୍ଧା ଜିଲ୍ଲାର ନିରାକାରପୁର କଲେଜର ଛାତ୍ର ସଂସଦ ସଭାପତିଭାବେ ସେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ପରବର୍ତ୍ତୀ ଅବସ୍ଥାରେ ଜିଲ୍ଲା ପରିଷଦତ ସଭ୍ୟ ଓ ପରେ ପରେ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲା ପରିଷଦ ଚେୟାରମ୍ୟାନ ହୋଇଥିଲେ । ପରେ ବେଗୁନିଆରୁ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ବିରୋଧରେ ନିର୍ବାଚନ ଲଢିଥିଲେ । ପରବର୍ତ୍ତୀ ଅବସ୍ଥାରେ ସେ ବିଜୁ ଜନତା ଦଳ ପକ୍ଷରୁ ଲଢି ବେଗୁନିଆ ବିଧାୟକ ହୋଇଥିଲେ । ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ସେ ବେଗୁନିଆ ବିଧାୟକ ଥିଲେ । ୨୦୧୯ରେ ତାଙ୍କୁ ବିଜୁ ଜନତା ଦଳ ପକ୍ଷରୁ ଚିଲିକାରୁ ପ୍ରାର୍ଥୀ କରାଯାଇଥିଲା ଏବଂ ସେ ବାଜିମାତ କରିଥିଲେ । ତେବେ ପରେ ପରେ ତାଙ୍କର ଆଚରଣ ପାଇଁ ସେ ବିବାଦ ଘେରକୁ ଆସିଥିଲେ । ବିଶେଷ କରି ୨୦୨୨ ମସିହା ମାର୍ଚ୍ଚ ୧୨ ତାରିଖରେ ବାଣପୁର ବ୍ଲକ କାର୍ଯ୍ୟାଳୟ ଆଗରେ ଯେଉଁ ଅଘଟଣ ଘଟିଥିଲା ସେତେବେଳେ ସେ ଚର୍ଚ୍ଚାକୁ ଆସିଥିଲେ । ଲୋକଙ୍କ ଉପରେ ସେ ଗାଡ଼ି ଚଢାଇ ଦେବାକୁ ନେଇ ଦଳ ତାଙ୍କୁ ନିଲମ୍ବନ କରିଥିଲା । ପରବର୍ତ୍ତୀ ଅବସ୍ଥାରେ ଦଳ ତାଙ୍କୁ ବହିଷ୍କାର କରିଥିଲା । ସେହିଦିନ ଠାରୁ ଗୋଟିଏ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ମଣ୍ଡଳୀ ନଯିବା ପାଇଁ ତାଙ୍କ ଉପରେକ କଟକଣା ଲାଗିଥିଲା । ଏହା ଭିତରେ ଦଳ ତାଙ୍କ ସହ ରହିନଥିଲା କି ସେ ମଧ୍ୟ ଦଳ ସହ ରହିନଥିଲେ ।ସୂଚନା ଅନୁଯାୟୀ, ୨୦୨୨  ମାର୍ଚ୍ଚ ୧୨ ତାରିଖରେ ବିଧାୟକ ପ୍ରଶାନ୍ତ ଜଗଦେ୍ଧବ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ସମୟରେ ବିଜେପି କର୍ମୀଙ୍କ ଉପରକୁ ଗାଡି ଚଢାଇ ମାରିଦେବାକୁ ଉଦ୍ୟମ କରିବା ଅଭିଯୋଗ ହୋଇଥିଲା । ଏଥିରେ ପୁଲିସ କର୍ମଚାରୀମାନେ ମଧ୍ୟ ଆହତ ହୋଇଥିଲେ । ଘଟଣାସ୍ଥଳରେ ଉତ୍ୟକ୍ତ ଲୋକେ ବିଧାୟକଙ୍କୁ କାବୁ କରି ନିର୍ଦ୍ଧୁମ ଛେଚିଥିଲେ । ପରେ ପୋଲିସ ତାଙ୍କୁ ଉଦ୍ଧାର କରିଥିଲା । ବିଧାୟକଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରରେ ଏକ ହସ୍ପିଟାଲରେ ଭର୍ତ୍ତି କରାଇଥିଲା ପୋଲିସ  । ସେଠାରେ ୧୦ ଦିନ ଧରି ଚିକିସôା ହେବା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା  । ପରେ ବାଣପୁର ପୁଲିସ ତାଙ୍କୁ ଗିରଫ କରିଥିଲ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button