ରାଜନୀତି

ବିଜେଡିରୁ ତଡା ଖାଇଥିବା ନେତା ଏବେ ବିଜେପିର ପୋଷ୍ଟର ବଏ : ବିଜେଡି – Ibnodisha

[ad_1]

ଭୁବନେଶ୍ୱର : ଅପରାଧିକ କାର୍ଯ୍ୟକଳାପ ପାଇଁ ବିଜେଡିରୁ ବିତାଡିତ ହୋଇଥିବା ପ୍ରଶାନ୍ତ ଜଗଦେବଙ୍କ ଭଳି ନେତା, ନିଜ ନିର୍ବାଚନ ମଣ୍ଡଳୀ ଲୋକଙ୍କୁ ଠକି ବିଦା ହୋଇଥିବା ପ୍ରଦୀପ ପାଣିଗ୍ରାହୀଙ୍କ ଭଳି ନେତା ଏବେ ଓଡିଶା ବିଜେପିର ପୋଷ୍ଟର ବଏ ସାଜିଥିବା କହିଛନ୍ତି ବିଜେଡି ମୁଖପାତ୍ର ସ୍ୱୟଂ ପ୍ରକାଶ ମହାପାତ୍ର । ଶ୍ରୀ ମହାପାତ୍ର ଆଜି ଏଠାରେ ଗଣମାଧ୍ୟମକୁ କହିଛନ୍ତି ଯେ ପ୍ରଶାନ୍ତ ଜଗଦେବ ଯିଏ କି ଓଡିଶା ବିଜେପି କର୍ମୀଙ୍କ ଉପରେ ଗାଡି ଚଢାଇ ଜେଲ୍ ଯାଇଥିଲେ, ସେ ଏବେ ବିଜେପିର ତଥାକଥିତ ତୁଙ୍ଗ ନେତାଙ୍କ ମାର୍ଗଦର୍ଶକ ସାଜିଛନ୍ତି । ନିଜ କର୍ମୀଙ୍କୁ ଓଡିଶା ବିଜେପି ନେତାମାନେ କିଭଳି ମୁହଁ ଦେଖାଇ ପାରୁଛନ୍ତି ? ଖୋର୍ଦ୍ଧାରେ ସାମ୍ବାଦିକଙ୍କୁ ଆକ୍ରମଣ କରିବା, ମଦ୍ୟପାନ କରି ପୋଲିସ ଅଧିକାରୀଙ୍କୁ ଧମକାଇବା ଭଳି କାର୍ଯ୍ୟରେ ଏବେ ବି ଲିପ୍ତ ଅଛନ୍ତି ପ୍ରଶାନ୍ତ ଜଗଦେବ । ଏଭଳି କାମ ପାଇଁ ତାଙ୍କୁ କଣ ଓଡିଶା ବିଜେପି ଲାଇସେନ୍‌ସ ଦେଇଦେଇଛି କି ବୋଲି ବିଜେଡି ମୁଖପାତ୍ର ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି । ସେହିଭଳି ପ୍ରଦୀପ ପାଣିଗ୍ରାହୀ ଯିଏ କି ନିଜ ଅଞ୍ଚଳର ଗରିବ ଯୁବକଙ୍କ ଠାରୁ ଚାକିରୀ ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକି ଜେଲ୍ ଯାଇଥିଲେ, ବର୍ତମାନ ସେ ଅଫିସରଙ୍କୁ ଡରାଇବା, ଧମକାଇବା ଏବଂ ମହିଳାଙ୍କୁ ଅପମାନିତ କରିଚାଲିଛନ୍ତି । ଏଭଳି କାର୍ଯ୍ୟକୁ ପ୍ରଶ୍ରୟ ଦେଇ ଚାଲିଛି ଓଡିଶା ବିଜେପି । ଉଭୟ ପ୍ରଦୀପ ପାଣିଗ୍ରାହୀ ଏବଂ ପ୍ରଶାନ୍ତ ଜଗଦେବ ସରକାରୀ ଅଧିକାରୀଙ୍କୁ ଡରାଇ ଧମକାଇବା ସହିତ ଆଶାକର୍ମୀ, ମିଶନ ଶକ୍ତି ମା’ଙ୍କୁ ନାଲିଆଖି ଦେଖାଇ ନିର୍ବାଚନକୁ ପ୍ରଭାବିତ କରିବାକୁ ଉଦ୍ୟମ କରୁଛନ୍ତି । ଯାହା ଆଦୌ ଗ୍ରହଣଯୋଗ୍ୟ ନୁହେଁ । ଏହାର ଅନେକ୍ ନଜିର୍ ସମସ୍ତଙ୍କ ସାମ୍ନାରେ ରହିଛି । ସବୁ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିବା ତଥା ଜେଲ ଫେରନ୍ତା ଏଭଳି ନେତା ଏବେ ଓଡିଶା ବିଜେପି ପାଇଁ ଆଶାବାଡି ସାଜିଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button