ରାଜ୍ୟ

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା…. – Ibnodisha

[ad_1]

ମେଷ : ଆପଣ ମନ ବୁଝିଲା ଭଳି କଥା କହି ପାଖପଡ଼ୋଶୀଙ୍କୁ ଆପଣାଇ ନେବେ । ସକାଳ ସମୟରେ ଶୁଣା କଥାକୁ ବିଶ୍ୱାସ କରି ଟେନ୍‌ସନ୍ ବଢ଼ିପାରେ । ଆର୍ଥିକ ଅଭାବ ଦୂର ହେବ ।

ବୃଷ : ବହୁ ଦିନରୁ ଚେଷ୍ଟା କରୁଥିବା ଯୋଜନାଟିକୁ କାର୍ଯ୍ୟକାରୀ କରିବେ । ଦୁଃସାହାସିକ କାମରେ ହାତ ଦେବା ଠିକ୍ ହେବନି । ମହିଳା ନିଜ ଭୂଲକୁ ଆଖି ବୁଜି ଦେଇ ଅନ୍ୟ ଉପରେ ଦୋଷ ଲଦିଦେବେ ।

ମିଥୁନ : ଆଜି ପାରିବାରିକ ଦୁଃଶ୍ଚିନ୍ତା କାରଣରୁ ରକ୍ତଚାପ ବଢ଼ିପାରେ । ଦୀର୍ଘଦିନରୁ ଚିନ୍ତା କରୁଥିବା କାମଟି ହଠାତ୍ ହୋଇଯିବ । ଧାର କରଜ କରି କାମ ତୁଲାଇନେବେ ।

କର୍କଟ : ତରବରିଆ ପଦକ୍ଷେପ ନେଇ ଠିକ୍ କାମକୁ ଭୂଲ କରିବେ । ମନ ଭୂଲାଣିଆ କଥା କହି ସହକର୍ମୀଙ୍କ ଦ୍ୱାରା କାମଟି କରାଇ ନେବେ । ଛୋଟ କଥାକୁ ଧରି ବସନ୍ତୁ ନାହିଁ ।

ସିଂହ : କର୍ମକ୍ଷେତ୍ରରେ ଦକ୍ଷତାକୁ ନେଇ ପ୍ରତିଷ୍ଠା ଓ ପ୍ରଶଂସା ପାଇବେ । ବିବାଦୀୟ ଘଟଣା ଜଟିଳ ଆଡ଼କୁ ଗତିକରିବ । ମହିଳାମାନଙ୍କର ପାରିବାରିକ ସ୍ଥିତି ଉନ୍ନତି ଘଟିବ ।

କନ୍ୟା : ପୂର୍ବରୁ କଳହ ଲାଗିଥିବା ବନ୍ଧୁଙ୍କ ପ୍ରତି ସତର୍କ ରୁହନ୍ତୁ । ମାନସିକ ଅଶାନ୍ତି ଲାଗି ରହିବ । ମାଲିମୋକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ ।

ତୁଳା : ଆଜି ଅଫିସ୍‌ରେ ସାଧାରଣ କଥାରେ ମତାନ୍ତରରୁ ବିତର୍କ ସୃଷ୍ଟି ହେବ । ଗୃହ କାମରେ ସମୟ ଦେବେ । ମହିଳାମାନେ ପାରିବାରିକ କ୍ଷେତ୍ରରେ ଅଶାନ୍ତି ସୃଷ୍ଟି କରିପାରନ୍ତି ।

ବିଛା : ଆଜି କୌଣସି ବନ୍ଧୁ ଦ୍ୱାରା ସାହାଯ୍ୟ ପାଇ ଖୁସି ହେବେ । ସମାନ୍ୟ ଘଟଣାରେ ବିବ୍ରତ ହୋଇପାରନ୍ତି । ମହିଳା ଓ ଛାତ୍ରଛାତ୍ରୀମାନେ ଉପକୃତ ହେବେ ।

ଧନୁ : ଆର୍ଥିକ ପରିସ୍ଥିତି ଓ ମାନସିକ ଦ୍ୱନ୍ଦ ବହୁ ଅସୁବିଧା ସୃଷ୍ଟି ହେବ । ନୂତନ ନିଯୁକ୍ତିରେ ଅଶା ବିଫଳ ହେବ । କର୍ମକ୍ଷେତ୍ର ତଥା ବ୍ୟବସାୟରେ କ୍ଷତି ଘଟିପାରେ ।

ମକର : ଆଜି ଅଯଥା କ୍ଷତିର ସୂଚନା ମିଳୁଛି । ବ୍ୟବସାୟ କ୍ଷେତ୍ରରେ ବ୍ୟୟ ଅଧିକ ହେବ । ଦୁର୍ଘଟଣା ଘଟିପାରେ । ପିତାଙ୍କ ଦେହ ଖରାପ ରହିବ । ମହିଳାମାନେ ଚିନ୍ତା କରିପାରନ୍ତି ।

କୁମ୍ଭ : ନୂତନ ନିଯୁକ୍ତିରେ ଆଶା ଉଜ୍ଜଳ ରହିବ । ଆର୍ଥିକ ପରିସ୍ଥିତି ସୁଖ ହେବ । ବ୍ୟବସାୟରେ ହଠାତ୍ ବନ୍ଧୁ ସହଯୋଗ ଆସିବ । କର୍ମ ସୁଖି ହେବେ ।

ମୀନ : କର୍ମକ୍ଷେତ୍ରରେ ହଠାତ୍ ଶୁଭ ସମ୍ବାଦ ପାଇପାରନ୍ତି । ଆର୍ଥି ପରିସ୍ଥିତିରେ ଉନ୍ନତି କରିବେ । ବ୍ୟବସାୟ ଅନୁକୂଳ ହେବ । ମାଲିମୋଦ୍ଦମାରେ ଜୟଯୁକ୍ତ କରିବେ ।

The post ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା…. appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button