ଦେଶ

ଅକ୍ଟୋବର-ଡିସେମ୍ବର ଜିଡିପି ୮.୪% – Ibnodisha

[ad_1]

ନୁୂଆଦିଲ୍ଲୀ: ଚଳିତ ୨୦୨୩-୨୪ ଅର୍ଥବର୍ଷର ତୃତୀୟ ତ୍ରୈମାସରେ ଦେଶର ସକଳ ଘରୋଇ ଉତ୍ପାଦ (ଜିଡିପି)ରେ ବୃଦ୍ଧି ସହ ଏହା ୮.୪%ରେ ପହଞ୍ôଚଛି । ଦେଶରେ ମାନୁଫାକ୍‌ଚରିଂ ସେକ୍ଟର ଏବଂ ମାଇନିଂ ସେକ୍ଟରରେ ଉଲ୍ଲେଖନୀୟ ଉତ୍କର୍ଷତା ପ୍ରଦଶର୍ନଯୋଗୁ ଜିଡିପିରେ ଅଭିବୃଦ୍ଧି ସମ୍ଭବ ହୋଇପାରିଛି । ନ୍ୟାସନାଲ ଷ୍ଟାଟିସ୍‌ଟିକାଲ ଅଫିସ୍ ବା ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍‌ଏସ୍‌ଓ) ପକ୍ଷରୁ ଗୁରୁବାର ଏସମ୍ପର୍କରେ ସୂଚନା ଜାରି କରାଯାଇଛି ।

ଏନ୍‌ଏସ୍‌ଓ ରିପୋର୍ଟ ଅନୁସାରେ ପୂର୍ବ ତ୍ରୈମାସରେ ଦେଶରେ ଜିଡିପି ହାର ୭.୬% ରହିଥିଲା । ସେହିପରି ଗତ ଆର୍ôଥକ ବର୍ଷର ଏହି ସମାନ ସମୟ ସୁଦ୍ଧା ଦେଶର ଜିଡିପି ହାର ମାତ୍ର ୪.୪ % ରହିଥିଲା । ତେବେ ଚଳିତ ବର୍ଷ ତୃତୀୟ ତ୍ରୈମାସରେ ଜିଡିପି ହାର ୭%ରୁ କମ୍ ରହିବ ବୋଲି ବିଶ୍ଳେଷକମାନେ ଆକଳନ କରିଥିଲେ । ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ପକ୍ଷରୁ ଏହି ସମୟ ସୁଦ୍ଧା ଜିଡିପି ହାର ୬.୫% ରହିବା ନେଇ ପୂର୍ବାନୁମାନ କରାଯାଇଥିଲା ।

କିନ୍ତୁ ଏହି ସମୟ ସୁଦ୍ଧା ରେକର୍ଡ ହୋଇଥିବା ଜିଡିପି ହାର ତୁଳନାରେ ଏହା ଯଥେଷ୍ଟ ଅଧିକ ରହିଛି । ଆଶା ଠାରୁ ଅଧିକ ଜିଡିପି ଅଭିବୃଦ୍ଧି ଦେଶର ଅର୍ଥନୀତି ଦ୍ରୁତଗତିରେ ବଢ଼ୁଥିବାର ପ୍ରମାଣ ଦେଇଛି । ସୂଚନାନୁସାରେ ନିର୍ମାଣ କ୍ଷେତ୍ରରେ ଅଭିବୃଦ୍ଧି ହାର ୯.୫% ସହ ଉତ୍ପାଦନ କ୍ଷେତ୍ରରେ ୧୧.୬% ଅଭିବୃଦ୍ଧି ଏବଂ ମାଇନିଂ ସେକ୍ଟରରେ ଅଭିବୃଦ୍ଧି ହାର ୭.୫%କୁ ବୃଦ୍ଧି ହେବା ଯୋଗୁ ଏହା ସମ୍ଭବ ହୋଇପାରିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button