ଦେଶ

ଟଏଲେଟରେ କ’ଣ ପାଇଁ ରହିଥାଏ ଦୁଇଟି ଫ୍ଲଶ ବଟନ, ଏହାର କାରଣ ଆପଣଙ୍କୁ କରିଦେବ ଆଶ୍ଚର୍ଯ୍ୟ

ଆପଣମାନେ ପାଶ୍ଚାତ୍ୟ ଟଏଲେଟ ନିଶ୍ଚିତ ଭାବେ ବ୍ୟବହାର କରିଥିବେ। ଏହାକୁ ଗାଁ ଲୋକ ଇଂରେଜ ଟଏଲେଟ ମଧ୍ୟ କହିଥାନ୍ତି। କିନ୍ତୁ ଆଜିକାଲିର ଆଧୁନିକ ସହରର ପ୍ରତ୍ୟେକ ଘରେ ପାଶ୍ଚାତ୍ୟ ଟଏଲେଟ୍‌ ଦେଖିବାକୁ ମିଳୁଛି। ଏହି ଟଏଲେଟ୍‌ର ଫ୍ଲଶରେ ଦୁଇ ପ୍ରକାର ବଟନ ରହିଥାଏ, ଏହା ଆପଣ ନିଶ୍ଚିତ ଦେଖିଥିବେ । ଯେଉଁଥିରେ ଗୋଟେ ବଡ ଏବଂ ଅନ୍ୟ ଗୋଟେ ଛୋଟ ବଟନ ରହିଥାଏ। କିନ୍ତୁ ଏହା କ’ଣ ପାଇଁ ରହିଥାଏ ତାହା ଆପଣ କେବେ ଭାବିଛନ୍ତି କି ? କ’ଣ ଏହାର ବ୍ୟବହାର ?

Viva-Flush-Button

ଆମେରିକାର ଔଦ୍ୟୋଗିକ ଡିଜାଇନର ଭିକ୍ଟର ପାପାନେକ ଟଏଲେଟରେ ଡୁଆଲ(ଦୁଇଟି) ଫ୍ଲଶ ବଟନ ରଖିବାକୁ ଯୋଜନା ଦେଇଥିଲେ। ପ୍ରଥମରୁ ଏହା ଛୋଟ ସ୍ତରରେ ପରୀକ୍ଷା କରାଯାଇଥିଲା। ଏହା ସଫଳ ହେବା ପରେ ସମଗ୍ର ଦୁନିଆରେ ଏହାକୁ ବ୍ୟବହାର କରାଗଲା।

toilet 1

ଏହା ଏଥିପାଇଁ କରାଯାଇଥିଲା, ଯେତେବେଳେ ଦୁନିଆରେ ପାଣିର ଭୟଙ୍କର ସମସ୍ୟା ଦେଖାଦେଇଥିଲା, ଏଥିରୁ ବଞ୍ଚିବା ପାଇଁ ଏହି ଉପାୟ ଆପଣାଯାଇଥିଲା। ପାଶ୍ଚାତ୍ୟ ଟଏଲେଟରେ ଦୁଇଟି ବଟନ ଫ୍ଲଶର ବ୍ୟବହାର ପାଣିକୁ ବଞ୍ଚାଇବା ପାଇଁ କରାଯାଇଥିଲା।

ପାଶ୍ଚାତ୍ୟ ଟଏଲେଟରେ ଫ୍ଲଶରେ ଥିବା ବଡ ସଲିଡ ବଟନ ୱେଷ୍ଟ କାଢିବା ପାଇଁ ହୋଇଥିବା ବେଳେ ଯାହାକୁ ମାରିବା ଫଳରେ ୬ ଲିଟର ରୁ ୯ ଲିଟର ପାଣି ବୋହିଥାଏ। ସେହିଭଳି ଛୋଟ ବଟନ ମାରିବା ଫଳରେ ତିନିରୁ ଚାରି ଲିଟର ପାଣି ବୋହିଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button