ରାଜ୍ୟ

ଡାଇବେଟିଜ ସହ ମୋଟାପଣ ଦୂର କରିବ ମୁଗଡାଲି ପାଣି, କିପରି କରିବେ ଏହାକୁ ପ୍ରସ୍ତୁତ

ମୁଗ ଡାଲି ଆମେ ପ୍ରାୟତଃ ସମସ୍ତେ ଖାଇଥାଉ। ଏହି ଡାଲି ଖାଇବାରେ କେବଳ ସ୍ୱାଦିଷ୍ଟ ନୁହେଁ, ବରଂ ଖାଇବା ଯୋଗୁଁ ସ୍ୱାସ୍ଥ୍ୟ ଉପରେ ଏହାର ବେଶ୍‌ ପ୍ରଭାବ ପଡିଥାଏ। ଏହି ଡାଲିରେ ପ୍ରଚୁର ମାତ୍ରାରେ ପ୍ରୋଟିନ ଭରି ରହିଥାଏ। ଏହାଛଡା ମୁଗ ଡାଲିରେ ମାଙ୍ଗାନିଜ, ପୋଟାସିୟମ, ମ୍ୟାଗ୍ନେସିୟମ, ଫଲେଟ, କପର, ଜିଙ୍କ ଏବଂ ଭିଟାମିନ ଭଳି ପୋଷକ ତତ୍ତ୍ୱ ରହିଥାଏ। ଏହି ଡାଲିକୁ ଖାଇବା ଦ୍ୱାରା ଶରୀରେ ଅଭାବ ଥିବା ପୋଷକ ତତ୍ତ୍ୱକୁ ପୂରଣ କରିଥାଏ। କେବଳ ଏତିକି ନୁହେଁ, ସ୍ୱାସ୍ଥ୍ୟ ସମ୍ବନ୍ଧିତ ଅନେକ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ ମୁଗ। ଡେଙ୍ଗୁ ଭଳି ବିପଦପୂର୍ଣ୍ଣ ରୋଗରୁ ମଧ୍ୟ ରକ୍ଷା କରିଥାଏ।

Moong-Dal-Feature

ଏକ କପ୍‌ ମୁଗ ଡାଲର ପାଣିରେ ପ୍ରୋଟିନ ୧୪ ଗ୍ରାମ, ଫ୍ୟାଟ୍‌ ୧ ଗ୍ରାମ, ଫାଇବର ୧୫ ଗ୍ରାମ, ଫଲେଟ ୩୨୧ ମାଇକ୍ରୋଗ୍ରାମ, ସୁଗାର ୪ ଜ୍ରାମ, କ୍ୟାଲସିଅମ ୫୫ ମିଲି ଗ୍ରାମ ରହିଥାଏ। ଏହା ଛଡା ଡାଲି ପାଣିରେ ଭିଟାମିନ ବି ୧, ବି ୫, ବି ୬, ଥିୟାମିନ, ଡାଇଟରୀ ଫାଇବର ଏବଂ ରେଜିଷ୍ଟାଣ୍ଟ ଷ୍ଟାର୍ଚ୍ଚ ରହିଥାଏ।

କିପରି ପ୍ରସ୍ତୁତ କରିବେ ମୁଗ ଡାଲି ପାଣି :

ମୁଗ ଡାଲି ପାଣି ପ୍ରସ୍ତୁତ କରିବା ପାଇଁ ପ୍ରେସର କୁକରରେ ଦୁଇ କପ୍‌ ପାଣି ଗରମ କରନ୍ତୁ। ପାଣି ଗରମ ହେବା ପରେ ମୁଗ ଡାଲି ଏବଂ ସ୍ୱାଦୁସାରେ ଲୁଣ ପକାଇ ୨ ରୁ ୩ ଟି ସିଟି ଆସିବା ପର୍ଯ୍ୟନ୍ତ ସିଝାନ୍ତୁ। ଏହା ପରେ ଏହାକୁ ଡାଲିକୁ ଭଲ ଭାବେ ମିକ୍ସ କରିଦିଅନ୍ତୁ। ଏବେ ଏହା ଖାଇବା ପାଇଁ ପ୍ରସ୍ତୁତ। କିନ୍ତୁ ଏହାର କ’ଣ ଫାଇଦା ରହିଛି, ଆସନ୍ତୁ ଜାଣିନେବା..

moong-dal-

ଅନିୟମିତ ଦିନଚର୍ଯ୍ୟା ଏବଂ ବ୍ୟସ୍ତତା ଯୋଗୁଁ ଆମ ଶରୀରରେ ଅନେକ ସମସ୍ୟା ଦେଖାଯାଏ। ଏହି ସମସ୍ୟା ମଧ୍ୟରେ ମୋଟାପଣ ସବୁଠାରୁ ମୁଖ୍ୟ ସମସ୍ୟା। ଯଦ ଆପଣ ମୋଟାପଣକୁ ନେଇ ଚିନ୍ତିତ ଏବଂ ଓଜନ କମ୍‌ କରିବାକୁ ଚାହୁଛନ୍ତି, ତେବେ ପ୍ରତିଦିନ ମୁଗଡାଲି ପାଣି ପିଅନ୍ତୁ। ଏହି ଡାଲି ପାଣିରେ କ୍ୟାଲୋରୀ କମ୍‌ ଏବଂ ଫାଇବରର ଅଧିକ ମାତ୍ରା ରହିଥାଏ। ଏହାଛଡା ମୁଗ ଡାଲି ପାଣି ମେଟାବଲିଜିମକୁ ବୁଷ୍ଟ କରିଥାଏ, ଯାହାଦ୍ୱାରା ଓଜନ ହ୍ରାସ ହେବା ପ୍ରକ୍ରିୟାକୁ ଶୀଘ୍ର କରିଥାଏ।

ଏହାକୁ ନିୟମିତ ଖାଇବା ଦ୍ୱାରା ଶରୀରରେ ଥିବା ମଇଳା ପଦାର୍ଥ ବାହାରିଯାଇଥାଏ। ଏହାସହିତ ଏହି ଡାଲି ପାଣିରେ ଥିବା ତତ୍ତ୍ୱ ଲିଭର, ଗାଲ ବ୍ଲାଡର, ରକ୍ତ ଏବଂ ଅନ୍ତନଳୀକୁ ସଫା କରିଥାଏ।

ମଧୁମେହ ପାଇଁ ମଧ୍ୟ ମୁଗଡାଲି ପାଣି ବେଶ ଫାଇଦାଯୁକ୍ତ। ଏହା ଶରୀରରେ ଥିବା ଇନସୁଲିନ ସ୍ତରକୁ ବଢାଇବାରେ ସହାୟକ ହୋଇଥାଏ। ଏହାଛଡା ଶରୀରରେ ଥିବା ବ୍ଲଡ ଗ୍ଲୁକୋଜକୁ ନିୟନ୍ତ୍ରିତ ରଖିଥାଏ ଫଳରେ ଡାଇବେଟିଜ ନିୟନ୍ତ୍ରଣରେ ରହିଥାଏ।

moong

ଡେଙ୍ଗୁ ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ଆପଣ ପ୍ରତିଦିନ ମୁଗଡାଲି ପାଣି ପିଅନ୍ତୁ। ଏହା ଆପଣଙ୍କ ଇମ୍ୟୁନିଟ ସିଷ୍ଟମକୁ ବୁଷ୍ଟ କରିଥାଏ, ଯାହାଦ୍ୱାରା ଡେଙ୍ଗୁ ଭଳି ବିପଦପୂର୍ଣ୍ଣ ରୋଗରୁ ରକ୍ଷା କରିଥାଏ।

ପିଲାଙ୍କ ପାଇଁ ମୁଗଡାଲି ପାଣି ବେଶ୍‌ ସ୍ୱାସ୍ଥ୍ୟପୋଯୋଗୀ। ଏଥିରେ ଥିବା ପୋଷକ ତତ୍ତ୍ୱ ପିଲାଙ୍କ ପାଚନ କରିବାରରେ ସହାୟକ ହୋଇଥାଏ। ଏହା ଇମ୍ୟୁନିଟ୍‌ ପାଓ୍ଵାରକୁ ବଢାଇବା ସହ ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ବଢାଇଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button