IBN ଓଡ଼ିଶା ବ୍ୟୁରୋ

ସ୍ମରଣ ଶକ୍ତି ବୃଦ୍ଧି କରିବାକୁ ଆପଣାନ୍ତୁ ଏହି ୫ଟି ଉପାୟ, କମ୍ପ୍ୟୁଟରଠାରୁ ବି ଦ୍ରୁତ ଚାଲିବ ମୁଣ୍ଡ

ବର୍ତ୍ତମାନ ଲୋକଙ୍କଠାରେ ଖୁବ୍‌ କମ୍‌ ବୟସରୁ ଭୁଲିବା ରୋଗ ଦେଖିବାକୁ ମିଳୁଛି। ମୁଣ୍ଡ ଉପରେ ଅଧିକ ଚାପ ଦେବା ପରେ ବି ଜିିନିଷ ମନେ ରଖିବାରେ ସମସ୍ୟା ଦେଖାଦେଉଛି। ପ୍ରାୟତଃ ଯୁବପିଢ଼ି ଏହି ସମସ୍ୟାର ଅଧିକ ସମ୍ମୁଖୀନ ହେଉଛନ୍ତି। ଆସନ୍ତୁ ଜାଣିବା ସ୍ମରଣ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରୁଥିବା ୫ଟି ସହଜ ଉପାୟ…

୧. ଜଙ୍କଫୁଡ୍‌ କିମ୍ବା ଛଣାଛଣି ଖାଦ୍ୟ ଅଧିକା ଖାଇବା ଦ୍ୱାରା ମସ୍ତିଷ୍କ ଉପରେ କୁପ୍ରଭାବ ପଡ଼ିଥାଏ। ଫାଷ୍ଟଫୁଡ୍‌ ମସ୍ତିଷ୍କରେ ଥିବା ରସାୟନର ସରଞ୍ଚନାକୁ ପ୍ରଭାବିତ କରେ। ଏଥିସହ ମୁଣ୍ଡ ଭାରି ଲାଗିବା ସହ ଅବସାଦ ଭଳି ସମସ୍ୟା ଦେଖାଦେଇଥାଏ।

୨.ମୃଦୁପାନୀୟ ଓ ସୋଡ଼ା ମଧ୍ୟ ବ୍ୟକ୍ତିର ମାନସିକତା ଉପରେ କୁପ୍ରଭାବ ପକାଇଥାଏ। ଏଥିରେ ଥିବା ଫ୍ରକ୍ଟୋଜ୍‌ ମସ୍ତିଷ୍କର କାର୍ଯ୍ୟକ୍ଷମତାକୁ କମ୍‌ କରିବା ସହ ଧୀଶକ୍ତି ମଧ୍ୟ ହ୍ରାସ କରିଥାଏ।

୩. କିଶୋର ଅବସ୍ଥାରେ ଅଧିକ ପରିମାଣରେ ମଦ୍ୟପାନ କରିବା ମଧ୍ୟ ମସ୍ତିଷ୍କ ଉପରେ ପ୍ରଭାବ ପକାଏ। ମଦ ପିଇବା ଦ୍ୱାରା ବ୍ୟକ୍ତିଜଣକ ମାନସିକ ଭାରସାମ୍ୟ ହରାଇବା ସହ କୌଣସି ଜିନିଷ ମନେ ରଖିପାରିନଥାଏ। ଅତ୍ୟଧିକ ମଦ ପିଇବା ଦ୍ୱାରା ମସ୍ତିଷ୍କର ସ୍ନାୟୁଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥାଏ। ଫଳରେ ଭୁଲିବା ସମସ୍ୟା ଦେଖାଦିଏ।

୪. ଡାକ୍ତରଙ୍କ କହିବାନୁସାରେ ସାରା ରାତି ସୁଖନିଦ୍ରା ଓ ଆରାମ ପରେ ମସ୍ତିଷ୍କ ଫୂର୍ତ୍ତି ରହିବା ସହ ଦିନ ସାରା ତାଜା ଲାଗିଥାଏ। ମାତ୍ର ନିଦ୍ରା ଅଭାବରୁ ମସ୍ତିଷ୍କର କାର୍ଯ୍ୟଦକ୍ଷତା ହ୍ରାସ ପାଇବା ସହ ଭୁଲିବା ବେମାରି ଦେଖାଦିଏ।

୫. ଯୋଗ ପ୍ରାଣାୟମ ଦ୍ୱାରା ମଧ୍ୟ ଆପଣ ନିଜ ସ୍ମରଣ ଶକ୍ତି ବୃଦ୍ଧି କରିପାରିବେ। ପ୍ରତିଦିନ ଯୋଗ କିମ୍ବା ବ୍ୟାୟାମ କରିବା ଦ୍ୱାରା ମାନସିକ ଶାନ୍ତି ମିଳିବା ସହ ଧୀଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button