IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଦୀପାବଳି ପୂର୍ବରୁ ଘରୁ ବାହାର କରନ୍ତୁ ଏହିସବୁ ଜିନିଷ, ନଚେତ୍‌ ହୋଇପାରନ୍ତି କାଙ୍ଗାଳ

ଆରମ୍ଭ ହୋଇ ଯାଇଛି ପାର୍ବଣ ଋତୁ। ନବରାତ୍ରୀ, ଦଶହରା, କରବା ଚୌଥ୍ ପରେ ଲୋକମାନେ ଦୀପାବଳି ପ୍ରସ୍ତୁତିରେ ଲାଗିପଡ଼ିଥାନ୍ତି। ଏଥର ୨୭ ଅକ୍ଟୋବରରେ ଦିପାବଳୀ ପାଳନ ହେବ । ଦୀପାବଳି ଆସିବାର ବହୁତ ଦିନ ପୂର୍ବରୁ ଏହାର ପ୍ରସ୍ତୁତି ଆରମ୍ଭ ହୋଇଯାଇଥାଏ। ସୁଖ-ସମୃଦ୍ଧିର କାମନା କରି ସମସ୍ତେ ଦୀପାବଳିରେ ନିଜ ଘର ସଫା ନିଶ୍ଚୟ କରିଥାନ୍ତି । ତେବେ ବାସ୍ତୁଶାସ୍ତ୍ର ଅନୁସାରେ ଏମିତି କିଛି ଜିନିଷ ଅଛି ଯାହାକୁ ଦୀପାବଳୀ ପୂର୍ବରୁ ହିଁ ଘରୁ ବାହାର କରିଦେବା ଉଚିତ୍। ନଚେତ୍‌ ଆପଣ କାଙ୍ଗାଳ ହୋଇଯାଇପାରନ୍ତି। ତେବେ ଜାଣନ୍ତୁ ଦୀପାବଳି ପୂର୍ବରୁ ଘରୁ କେଉଁ ସବୁ ଜିନିଷ ବାହାର କରିବା ଉଚିତ୍‌।

house clean-ଯଦି ଆପଣଙ୍କ ଘରେ କିଛି ଇଲେକଟ୍ରିକ୍ ସାମଗ୍ରୀ ଖରାପ ହୋଇ ପଡିଛି ତେବେ ତାକୁ ତୁରନ୍ତ ସଜାଡିଦିଅନ୍ତୁ କିମ୍ବା ଘରୁ ବାହାର କରିଦିଅନ୍ତୁ । ଏହା ଆଦୌ ଶୁଭ ନୁହେଁ ।

-ଘରର କୌଣସି ବି କୋଣରେ ଭଙ୍ଗା କାଚ ରଖାଯାଇଛି କିମ୍ବା ଝରକାରେ ଭଙ୍ଗା କାଚ ଲାଗିଛି ତେବେ ତୁରନ୍ତ ଘରୁ ବାହାର କରି ନୂଆ କାଚ ଲଗାଇଦିଅନ୍ତୁ । କାରଣ ଘରେ ଭଙ୍ଗା କାଚ ସାମଗ୍ରୀ ରଖିବା ଅଶୁଭ ହୋଇଥାଏ।

-ଏହି ଦିପାବଳୀ ପୂର୍ବରୁ ଘରର ଛାତକୁ ସଫା କରନ୍ତୁ ଏବଂ ଯଦି କିଛି ଅଳିଆ ପଡିଛି ବାହାରକୁ ଫୋପାଡି ଦିଅନ୍ତୁ।

-ବାସ୍ତୁ ଅନୁସାରେ ଘଣ୍ଟା ଆପଣଙ୍କ ପ୍ରଗତିର ପ୍ରତୀକ । କିନ୍ତୁ ବନ୍ଦ ଘଣ୍ଟା ଆପଣଙ୍କ ଉନ୍ନତିରେ ବାଧକ ସାଜିଥାଏ । ଏଥିପାଇଁ ଘରେ ଯଦି ଘଣ୍ଟା ବନ୍ଦ ହୋଇପଡିଛି ତେବେ ତାକୁ ଘରୁ ବାହାର କରିଦିଅନ୍ତୁ ।

-ଯଦି ଆପଣଙ୍କ ଘରେ ଭାଙ୍ଗିଯାଇଥିବା ପଲଙ୍କ ବା ଖଟ ଅଛି ତାହେଲେ ତାକୁ ଠିକ୍ କରିଦିଅନ୍ତୁ ନହେଲେ ଘରୁ ବାହାର କରିଦିଅନ୍ତୁ। କୁହାଯାଏ କି ଘରେ ଭଙ୍ଗା ପଲଙ୍କ ରହିଲେ ବୈବାହିକ ଜୀବନରେ କଳହ ଲାଗିରହେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button