ମନୋରଞ୍ଜନ

ଏହି ପୂର୍ଣ୍ଣିମାରେ ଘରେ ବନାନ୍ତୁ ରାଜସ୍ଥାନୀ ଷ୍ଟାଇଲ ଟେଷ୍ଟୀ ମାଲପୁଆ

ମାଲପୁଆ ପ୍ରାୟ ସମସ୍ତଙ୍କୁ ପସନ୍ଦ। ଏହା ଖାଇବାକୁ ବହୁତ ସ୍ୱାଦିଷ୍ଟ ଲାଗିଥାଏ। ମାଲପୁଆ ରାଜସ୍ଥାନର ସବୁଠାରୁ ପସନ୍ଦ ବ୍ୟଞ୍ଜନ। ଖୁଆ ଏବଂ ମଇଦାର ଛୋଟ ଛୋଟ ପୁରି ଆକାରରେ ବନାଯାଇଥିବା ମାଲପୁଆକୁ ବିଭିନ୍ନ ପ୍ରକାର ଫ୍ଲେଭରର ସିରାରେ ବୁଡାଇ ଖାଇପାରିବେ। ନରମ ଏବଂ ଟେଷ୍ଟୀ ହେବା କାରଣରୁ ଏହା ବଡ ଠାରୁ ଆରମ୍ଭ କରି ପିଲା ପର୍ଯ୍ୟନ୍ତ ବହୁତ ପସନ୍ଦ ଆସିଥାଏ। ଆଜି ଆମେ ଆପଣଙ୍କୁ ମାଲପୁଆ ବନାଇବାର ପ୍ରସ୍ତୁତି ବିଷୟରେ ଜଣାଇବୁ।

ସାମଗ୍ରୀ

ମଇଦା -୧ କପ୍‌

ଖୁଆ – ୧/୨ କପ୍‌

ବେକିଙ୍ଗ ସୋଡା – ୧ ଚିମୁଟା

ଚିନି – ୧/୨ କପ୍‌

ପାନମଧୁରୀ ପାଉଡର – ୧/୨ କପ

ଅଳେଇଚ ପାଉଡର – ୧/୨ ଟେବୁଲ ଚାମଚ

ଦହି – ୩ ଟେବୁଲ ଚାମଚ

ତେଲ – ଆବଶ୍ୟକଅନୁସାରେ

malpuaପ୍ରସ୍ତୁତି ପ୍ରଣାଳୀ

ସର୍ବ ପ୍ରଥମେ ମାଲପୁଆ ବନାଇବା ପାଇଁ ଏକ ପାତ୍ରରେ ମଇଦା, ଅଳେଇଚ ପାଉଡର, ପାନ ମଧୁରୀ ପାଉଡର ମିଶାଇ ଦିଅନ୍ତୁ। ଏହାପରେ ଖୁଆ ଏବଂ ଦହି ପକାଇ ମିଶାଇ ଦିଅନ୍ତୁ। ପରେ ଏଥିରେ ଅଳ୍ପ ଅଳ୍ପ ପାଣି ମିଶାଇ ଭଲଭାବେ ଫେଣ୍ଟି ଦିଅନ୍ତୁ। ଏହାପରେ ତରଳ ଘୋଳ ପ୍ରସ୍ତୁତ କରିଦିଅନ୍ତୁ।

ସିରା ବନାଇବା ପାଇଁ କଡାରେ ଚିନି ଏବଂ ୧/୪ କପ୍ ପାଣି ପକାଇ ଗ୍ୟାସ୍‌ରେ ଫୁଟାଇବା ପାଇଁ ଛାଡି ଦିଅନ୍ତୁ। ସିରା ହୋଇଗଲା ପରେ ଆଞ୍ଚରୁ କାଢ଼ି ଦିଅନ୍ତୁ।

ଏବେ କଡାରେ ତେଲ ଗରମ କରନ୍ତୁ ଏବଂ ମଇଦାର ମିଶ୍ରଣରେ ବେକିଂ ସୋଡା ମିଶାଇ ଦିଅନ୍ତୁ। ଏହାପରେ ଏକ ଚାମଚରେ ମିଶ୍ରଣକୁ ନେଇ ଗୋଲ ଗୋଲ ପୁରି ଆକାରରେ ଛାଣନ୍ତୁ। ଦୁଇ ପାର୍ଶ୍ୱରୁ ଭଲଭାବେ ଛାଣି ହୋଇଗଲା ପରେ ବାହାରକୁ କାଢ଼ି ସିରାରେ ମିଶାଇ ଦିଅନ୍ତୁ। ଏବେ ବାକି ଘୋଳକୁ ମଧ୍ୟ ସମାନ ଉପାୟରେ କରନ୍ତୁ। ଏବେ ଆପଣଙ୍କର ଗରମା ଗରମ ମାଲପୁଆ ପ୍ରସ୍ତତ ହୋଇଯାଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button